ଏୟାର ଇଣ୍ଡିଆର ବିମାନରେ ବୋମା ଆତଙ୍କ, ନ୍ୟୁୟର୍କ ଯାଉଥିଲା ଫ୍ଲାଇଟ
·1 year ago·1 min read

ଅର୍ଗସ ବ୍ୟୁରୋ: ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ଏୟାର ଇଣ୍ଡିଆର ଏକ ଫ୍ଲାଇଟ ସୋମବାର ଦିଣ୍ଡାଣ ଭରିବାର କିଛି ସମୟ ମଧ୍ୟରେ ଦିଲ୍ଲୀରେ ଅବତରଣ କରିବାକୁ ପଡିଥିଲା। ଫ୍ଲାଇଟର ଏଆଇ୧୧୯କୁ ବିଶେଷ ସୁରକ୍ଷା ଆଲର୍ଟ ମିଳିଥିଲା ଏବଂ ସରକାରଙ୍କ ନିୟାମକ ମସିତିର ନିର୍ଦ୍ଦେଶ ପରେ ତାକୁ ଦିଲ୍ଲୀ ଏୟାରପୋର୍ଟରେ ଲ୍ୟାଣ୍ଡ କରାଯାଇଛି । ସମସ୍ତ ଯାତ୍ରୀମାନଙ୍କୁ ବିମାନରୁ ବାହାର କରାଗଲା।
ଏୟାର ଇଣ୍ଡିଆର ପ୍ରବକ୍ତା କହିଛନ୍ତି ଯେ, ସମସ୍ତ ଯାତ୍ରୀ ଦିଲ୍ଲୀ ଏୟାରପୋର୍ଟ ଟର୍ମିନାଲରେ ଅଛନ୍ତି। ଏୟାର ଇଣ୍ଡିଆର କହିବାନୁଯାୟୀ, ବିମାନ ଦିଲ୍ଲୀ ଏୟାରପୋର୍ଟରେ ଅଛି । ଯାତ୍ରୀ ଏବଂ କ୍ରୁ ମେମ୍ବର୍ସଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସିକ୍ୟୁରିଟି ପ୍ରୋଟୋକଲ ଅନୁଯାୟୀ, ବିମାନକୁ ଯାଞ୍ଚ କରାଯାଉଛି । ଏପରି ଧମକ ୨୨ ଅଗଷ୍ଟରେ ମିଳିଥିଲା । ସେହି ସମୟରେ କୁହାଯାଇଥିଲା ଯେ, ଏୟାର ଇଣ୍ଡିଆ ଏକ ବିମାନରେ ବମ ଅଛି । ଏହି ଫ୍ଲାଇଟ ମୁମ୍ବାଇରୁ ତିରୂବନନ୍ତପୁରମ ଯାଉଥିଲା।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: