ଗଡକରୀଙ୍କ ଘରକୁ ବୋମାରେ ଉଡାଇ ଦେବାକୁ ଧମକ ଦେଇଥିବା ଯୁବକ ଗିରଫ
·1 year ago·1 min read

Key Points
କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କ ଘରକୁ ବୋମାରେ ଉଡାଇ ଦେବାକୁ ଧମକ
ଗିରଫ ହେଲା ଯୁବକ
କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କ ଘରକୁ ବୋମାରେ ଉଡାଇ ଦେବାକୁ ଧମକ ଦେଇଥିବା ଯୁବକ ଗିରଫ । ଏମରଜେନ୍ସି ନମ୍ବର ୧୧୨କୁ କଲ୍ କରି ଯୁବକ ଜଣକ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତୀନ ଗଡକରୀଙ୍କ ନାଗପୁର ସ୍ଥିତ ଘରକୁ ବୋମାରେ ଉଡାଇ ଦେବାକୁ ଧମକ ଦେଇଥିଲା । ଆଜି ସକାଳ ୮ଟା ୪୬ ମିନିଟ ସମୟରେ ପୋଲିସ କଣ୍ଟ୍ରୋଲ ରୁମକୁ ଧମକ୍ ମିଳିବା ପରେ ପୋଲିସ ତୁରନ୍ତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ପ୍ରତାପ ନଗର ପୋଲିସ ଡଗ୍ ସ୍କ୍ୱାଡ୍ ଦଳ ନେଇ ଗଡକରୀଙ୍କ ଘରେ ତଲାସୀ ଅଭିଯାନ ଚଳାଇଥିଲେ । କିଛି ସମୟ ମଧ୍ୟରେ ଅଭିଯୁକ୍ତ ଯୁବକ ଉମେଶ ବିଷ୍ଣୁ ରାଉତଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଥିଲା ପୋଲିସ । ନାଗପୁର ମେଡିକାଲ ଛକରେ ଥିବା ଏକ ଦେଶୀ ମଦ ଦୋକାନରେ କାମ କରୁଥିବା ଯୁବକକୁ ନାଗପୁରର ବୀମା ଦାୱାଖାନା ନିକଟରେ ଗିରଫ କରିଥିଲା ପୋଲିସ । ଏହାସହ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: