ମୁମ୍ବାଇର ଦୁଇ ହାଇପ୍ରୋଫାଇଲ ସ୍ଥାନକୁ ଟାର୍ଗେଟ, ବୋମା ପକାଇ ଉଡାଇ ଦେବାକୁ ଧମକ

Key Points
ପୁଣି ମୁମ୍ବାଇର ଦୁଇ ପ୍ରସିଦ୍ଧ ସ୍ଥାନକୁ ବୋମା ଭୟ
ପୁଣି ମୁମ୍ବାଇର ଦୁଇ ପ୍ରସିଦ୍ଧ ସ୍ଥାନକୁ ବୋମା ଭୟ । ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଆଇକନିକ୍ ତାଜମହଲ ପ୍ୟାଲେସ୍ ହୋଟେଲକୁ ବମ୍ ପକେଇ ଉଡେଇ ଦେବାକୁ ଆସିଛି ଧମକପୂର୍ଣ୍ଣ ମେଲ୍ । ସୂଚନା ଅନୁଯାୟୀ,ଏହି ଧମକ ପୂର୍ଣ୍ଣ ଇ-ମେଲ୍ ସିଧାସଳଖ ପୋଲିସର ସରକାରୀ ଇମେଲ୍ ଆଇଡିକୁ ଆସିଛି । ଏନେଇ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡା କଡି କରାଯାଇଛି ।
ଆତଙ୍କବାଦୀ ଅଫଜଲ୍ ଗୁରୁ ଏବଂ ସୈବାବୁ ଶଙ୍କରଙ୍କୁ ଫାଶି ଦିଆଯିବା ମାମଲାରେ ମେଲ୍ ଟି ଆସିଛି । ଇମେଲ୍ ପାଇବା ପରେ, ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଛି । କେଉଁଠୁ ଏବଂ କିଏ ଏହି ଇମେଲ୍ ପଟାଇଛି ତାହାକୁ ଟ୍ରେସ୍ କରାଯାଉଛି ।
📱 Get Argus News App
✨ଏହାସହ ସତକ୍ରତା ମୂଳକ ଭାବରେ ଉଭୟ ବିମାନବନ୍ଦର ଓ ହୋଟେଲ ପରିସରରେ ବିଭିନ୍ନ ନିୟୋଜିତ କରାଯାଇଛି । ଯଦିଓ ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ବସ୍ତୁ କିମ୍ବା କାର୍ଯ୍ୟକଳାପ ଚିହ୍ନଟ କରାଯାଇ ନାହିଁ ।
ପୋଲିସ କହିଛି ଯେ ୧୩ ମଇ ପୂର୍ବରୁ, ଦକ୍ଷିଣ ମୁମ୍ବାଇରେ ଅବସ୍ଥିତ ମହାରାଷ୍ଟ୍ର ସରକାରଙ୍କ ପ୍ରଶାସନିକ ମୁଖ୍ୟାଳୟକୁ ବମ୍ ରେ ଉଡାଇଦେବା ନେଇ ଧମକ ପୂର୍ଣ୍ଣ ଇମେଲ୍ ଆସିଥିଲା । ମାତ୍ର 48 ଘଣ୍ଟା ମଧ୍ୟରେ ଇମେଲ୍ ହେବା ନେଇ ମେଲ୍ ରେ କୁହାଯାଇଥିଲା । ହେଲେ କୌଣସି ସ୍ଥାନର ନାଁ ଉଲ୍ଲେଖ ନଥିଲା । ପୋଲିସ ଅନେକ ଖୋଜା ଖୋଜି କରିବା ପରେ ବି କୌଣସି ସନ୍ଦେହ ଜନକ ଜିନିଷ ମିଳିନଥିଲା ।