Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀ ସ୍କୁଲ ପରେ ମୁମ୍ବାଇର ଇସ୍କନ ମନ୍ଦିରକୁ ମିଳିଲା ବୋମା ଧମକ

Rashmita Mishra
Browse all articles by Rashmita Mishra
·10 months ago·2 min read
ଦିଲ୍ଲୀ ସ୍କୁଲ ପରେ ମୁମ୍ବାଇର ଇସ୍କନ ମନ୍ଦିରକୁ ମିଳିଲା ବୋମା ଧମକ

Key Points

ନ୍ଦିରର ମେଲ୍ ଆଇଡକୁ ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା । ଯାହା ସମସ୍ତଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା । ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ଏବଂ ବମ୍ ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲେ

ଦିଲ୍ଲୀ ସ୍କୁଲ ପରେ ମୁମ୍ବାଇର ଧାର୍ମିକ ପୀଠ ଇସ୍କନ ମନ୍ଦିରକୁ ମିଳିଲା ବୋମା ଧମକ । ଏପରି ଖବର ମିଳିବା ପରେ ଗିରଗାଓଁରେ ଉତ୍ତେଜନା ପ୍ରକାଶ ପାଇଥିବା ଜଣାପଡିଛି । ଯାହା ସିଧାସଳଖ ଭାବେ ମନ୍ଦିରର ସରକାରୀ ମେଲ୍ ଆଇଡିକୁ ଧମକ ପଠାଯାଇଥିଲା । ଯାହା ପରେ ମନ୍ଦିରର ପ୍ରଶାସନ ତୁରନ୍ତ ପୋଲିସ ଏବଂ ବମ୍ ସ୍କ୍ବାର୍ଡକୁ ଏ ସମ୍ପ ର୍କରେ ସୂଚନା ଦେଇଥିଲା ।

ସୂଚନାନୁଯାୟୀ, ମନ୍ଦିରର ମେଲ୍ ଆଇଡକୁ ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା । ଯାହା ସମସ୍ତଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା । ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ଏବଂ ବମ୍ ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲେ । ଏହା ପରେ ବୋମା ଚିହ୍ନଟ ଏବଂ ନିଷ୍କ୍ରିୟକାରୀ ଦଳ ଏକ ତଲାସି ଅଭିଯାନ ଆରମ୍ଭ କରିଥିଲେ । କିନ୍ତୁ ମନ୍ଦିର ଆଖପାଖ ଅଞ୍ଚଳରେ କୌଣସି ବି ସ୍ଥାନରେ ସନ୍ଦେହଜନକ ବସ୍ତୁ ମିଳି ନଥିଲା । ଯାହା ଏକ ଆଶ୍ବସ୍ତର ବିଷୟ । ଇସ୍କନରେ ଅଧିକ ସଂଖ୍ୟାର ଭକ୍ତଙ୍କ ଭିନ ହେଉଥିବାରୁ ଏପରି ଧମକପୂର୍ଣ୍ଣ ମେଲ୍ ପାଇଁ ସତର୍କତାର ସୁରକ୍ଷା ବୃଦ୍ଧି କରାଯାଇଥିଲା । ଏହି ମାମଲାର ତଦନ୍ତ ପାଇଁ ଗାମଦେବୀ ପୋଲିସ ଷ୍ଟେସନରେ ଦାଖଲ କରାଯାଇଛି ।

ଏହା ବ୍ୟତୀତ ଏହି ଧମକପୂର୍ଣ୍ଣ ମେଲ୍ ଦେଇଥିବା ବ୍ୟକ୍ତିଙ୍କୁ ସାଇବର ସେଲ୍ ସହାୟତାରେ ଖୋଜିବା ପାଇଁ ପ୍ରୟାସ କରାଯାଉଛି ।
ଅନ୍ୟପଟେ ପୋଲିସ କହିଛନ୍ତି ଯେ, ଏପର୍ଯ୍ୟନ୍ତ ତଦନ୍ତରେ କୌଣସି ଠୋସ୍ ପ୍ରମାଣ ମିଳିପାରିନାହିଁ । କିନ୍ତୁ ବର୍ତ୍ତମାନ ମେଲ୍ ପଠାଇଥିବା ବ୍ୟକ୍ତିଙ୍କୁ ଖୋଜା ଚାଲିଛି । ଏହା ସହିତ ଏପରି ଖବରରେ ଭୟଭୀତ ନହେବା ସହ ଏପରି କୌଣସି ସନ୍ଦିଗ୍ଧ ଗତିବିଦି ଦେଖିଲେ ପୋଲିସକୁ ସୂଚନା ଦେବାକୁ ଅପିଲ୍ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bomb Threat at Mumbai ISKCON Temple After Delhi School Scare | Argus News