Videos
|
National

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ

Ritu Das
Browse all articles by Ritu Das
·1 year ago
ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ

ଅର୍ଗସ ବ୍ୟୁରୋ: ଆଇଜିଆଇ ବିମାନ ବନ୍ଦରରେ ଦିଲ୍ଲୀ-ଭଡୋଦରା ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ ଖେଳିଯାଇଛି। ଜଣେ କ୍ରୁ ସଦସ୍ୟ ବିମାନର ଶୌଚାଳୟରେ ବୋମା ଶବ୍ଦ ଲେଖାଥିବା ଏକ ଟିସୁ ପେପରକୁ ଦେଖିଲେ ଆତଙ୍କ ଖେଲିଥିବା ଜଣାପଡିଛି।

ବୋମା ବିଷୟରେ ସୂଚନା ପାଇବା ପରେ ଯାତ୍ରୀମାନଙ୍କୁ ତୁରନ୍ତ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ବୋମା ନିଷ୍କ୍ରିୟ ସ୍କ୍ବାଡ ଟିମ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ କରିଥିଲେ। କିନ୍ତୁ କୌଣସି ସନ୍ଦେହଜନକ ବସ୍ତୁ ମିଳି ନ ଥିଲା। ପରେ ଯାତ୍ରୀମାନଙ୍କୁ ଅନ୍ୟ ପାର୍ଶ୍ୱରୁ ପଠାଯାଇଥିଲା।

ସୂଚନାନୁସାରେ, ଏୟାର ଇଣ୍ଡିଆ ବିମାନରେ ଏକ ଟିସୁ ପେପର ମିଳିଥିଲା, ଯେଉଁଥିରେ ବୋମା ଲେଖାଯାଇଥିଲା। ଏହା ଦେଖି ଯାତ୍ରୀ ଏବଂ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: