Videos
|
National

ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ

Ritu Das
Browse all articles by Ritu Das
·1 year ago·2 min read
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ

ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟି ବିମାନକୁ ବମ ଥ୍ରେଟ୍ ଭରା କଲ୍ ଆସିସାରିଲାଣି। ଯାହାକୁ ନେଇ ଚିନ୍ତା ବଢିଛି। ଗଲା ସପ୍ତାହେ ଭିତରେ ଏ ପର୍ଯ୍ୟନ୍ତ 20ରୁ ଅଧିକ ବିମାନକୁ ଏହି ଧମକପୂର୍ଣ୍ଣ କଲ୍ ଆସିବା ପରେ ଏହାକୁ ନେଇ ତଦନ୍ତ ଜୋରଦାର କରିଛନ୍ତି ଭାରତ ସରକାର। ବିଭିନ୍ନ ତଦନ୍ତକାରୀ ସଂସ୍ଥା ସମେତ ସାଇବର୍ କ୍ରାଇମ କୋର୍ଡିନେସନ ସେଣ୍ଟର ସହାୟତାରେ ତଦନ୍ତ ଆଗକୁ ବଢୁଛି। ତେବେ ଏହି ମାମଲାରେ ମୁମ୍ବାଇରୁ ଜେଣେ ନାବାଳକକୁ ହେପାଜତକୁ ନେଇଛି ପୋଲିସ। ବକେୟା ଟଙ୍କାକୁ ନେଇ ନାବାଳକ ଓ ତା’ର ଜଣେ ସାଙ୍ଗ ମଧ୍ୟରେ ଝଗଡ଼ାକୁ ନେଇ ଏହି ଧମକ ଦିଆଯାଇଥିବା ପୁଲିସ କହିଛି। 

ନାବାଳକ ‘ଏକ୍ସ’ରେ ତା’ର ସାଙ୍ଗ ନାମରେ ଏକ ଆକାଉଣ୍ଟ ଖୋଲି ସେଥିରୁ ୪ଟି ବିମାନରେ ବୋମାଥିବା ନେଇ ମିଛ ଧମକ ଦେଇଥିଲା। ସେ ସାଙ୍ଗକୁ ଫସାଇବା ପାଇଁ ଏଭଳି ଯୋଜନା କରିଥିବା ଜେରାବେଳେ ସ୍ବୀକାର କରିଛି। ଛତିଶଗଡର ରାଜନନ୍ଦଗାଓଁର ପାଠ ଛାଡ଼ିଥିବା ଏହି ୧୭ ବର୍ଷୀୟ ବାଳକ ଏବଂ ତାଙ୍କ ବାପାଙ୍କୁ ମଙ୍ଗଳବାର ମୁମ୍ବାଇ ପୁଲିସ ସମନ କରିଥିଲା। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନାବାଳକକୁ ରିମାଣ୍ଡ ହୋମ୍‌କୁ ନିଆଯାଇଥିବା ବେଳେ ତାଙ୍କ ବାପାଙ୍କୁ ପଚରାଉଚରା ଜାରି ରହିଛି। 

ନାବାଳକ ଜଣକ ଯେଉଁ ୪ଟି ବିମାନକୁ ଧମକ ଦେଇଥିଲା, ସେଥିମଧ୍ୟରୁ ୩ଟି ଅନ୍ତର୍ଜାତୀୟ ଉଡ଼ାଣ ଭରୁଥିଲେ। ଅନ୍ୟପଟେ ପ୍ରାରମ୍ଭିକ ତଦନ୍ତ ରିପୋର୍ଟରେ କୁହାଯାଇଛି ଯେ ଏହି ଧମକ ତିନୋଟି ଭିନ୍ନ ହ୍ୟାଣ୍ଡେଲରୁ ପୋଷ୍ଟ କରାଯାଇଥିଲା। ଏହି ତିନୋଟି ହ୍ୟାଣ୍ଡେଲ ମଧ୍ୟରୁ, ସେମାନେ ଦୁଇଟି IP ଠିକଣା ଖୋଜିଛନ୍ତି । ଏଗୁଡ଼ିକ ହେଉଛି ଦୁଇଟି ସାଧାରଣ ଆଇପି, ଗୋଟିଏ ଲଣ୍ଡନରୁ ଏବଂ ଅନ୍ୟଟି ଜର୍ମାନୀରୁ। ଭିପିଏନ ବା ଭର୍ଚୁଆଲ ପ୍ରାଇଭେଟ୍ ନେଟୱର୍କ ବ୍ୟବହାର କରି ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଉଥିବା ଜାଣିବାକୁ ମିଳିଛି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Bomb threat | Argus News