Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଇଣ୍ଡିଗୋ ବିମାନରେ ବୋମା ଆତଙ୍କ: ମୁମ୍ବାଇରେ ଏମର୍ଜେନ୍ସି ଲ୍ୟାଣ୍ଡିଂ

National

ଇଣ୍ଡିଗୋ ବିମାନରେ ବୋମା ଆତଙ୍କ: ମୁମ୍ବାଇରେ ଏମର୍ଜେନ୍ସି ଲ୍ୟାଣ୍ଡିଂ

Ritu Das
Browse all articles by Ritu Das
·2 years ago
ଇଣ୍ଡିଗୋ ବିମାନରେ ବୋମା ଆତଙ୍କ: ମୁମ୍ବାଇରେ ଏମର୍ଜେନ୍ସି ଲ୍ୟାଣ୍ଡିଂ

ଅର୍ଗସ ବ୍ୟୁରୋ: ବାରମ୍ବାର ବିମାନରେ ବୋମା ଥିବା ଆତଙ୍କବାଦୀ ପକ୍ଷରୁ ଧମକ ମିଳୁଛି। ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିବା ଏକ ବିମାନକୁ ଶନିବାର ସକାଳୁ ଜରୁରୀକାଳୀନ ଅବତରଣ କରାଯାଇଛି। ଜାଣିବାକୁ ମିଳିଛି ଯେ ବିମାନଟିକୁ ବୋମା ଧମକ ମିଳିବା ପରେ ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଚାଲୁଥିବା ଇଣ୍ଡିଗୋ ବିମାନ ୬ଇ୫୩୧୪ ମୁମ୍ବାଇ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। 

ବିମାନଟି ମୁମ୍ବାଇରେ ଅବତରଣ କରିବା ପରେ ବିମାନ କର୍ମଚାରୀମାନେ ପ୍ରୋଟୋକଲ ଅନୁସରଣ କରିଥିଲେ ଏବଂ ସୁରକ୍ଷା ଏଜେନ୍ସିର ନିର୍ଦ୍ଦେଶାବଳୀ ଅନୁଯାୟୀ ବିମାନକୁ ଏକ ପୃଥକ ସ୍ଥାନକୁ ନେଇ ଯାଇଛନ୍ତି। ତେବେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଅବତରଣ କରାଯାଇଥିବା ସୂଚନା ରହିଛି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Bomb threaten | Argus News