Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏୟର ଇଣ୍ଡିଆ ଏବଂ ଭିସ୍ତାରା ବିମାନକୁ ବୋମା ଧମକ

Rashmita Mishra
Browse all articles by Rashmita Mishra
·1 year ago
ଏୟର ଇଣ୍ଡିଆ ଏବଂ ଭିସ୍ତାରା ବିମାନକୁ ବୋମା ଧମକ

ଅର୍ଗସ ବ୍ୟୁରୋ: ପୁଣି ଦୁଇ ବିମାନକୁ ଧମକ । ଗତକାଲି ରାତିରେ ଏୟର ଇଣ୍ଡିଆ ଏବଂ ଭିସ୍ତାରା ବିମାନକୁ ବୋମା ଧମକ ମିଳିଥିବା ସୂଚନା ମିଳିଛି । ଧମକ ପରେ ଆଜି ସକାଳେ ଦିଲ୍ଲୀରୁ ଲଣ୍ଡନ ଅଭିମୁଖେ  ଉଡ଼ାଣ ଭରିବାକୁ ଥିବା ଭିସ୍ତାରା ବିମାନକୁ ଫ୍ରାଙ୍କଫର୍ଟକୁ ପଠାଯାଇଥିଲା । ପୁଙ୍ଖାନୁପୁଙ୍ଖ ସୁରକ୍ଷା ଯାଞ୍ଚ ପରେ ‌କୌଣସି ବିପଦ ନ ଥିବାରୁ ବିମାନଟି ଲଣ୍ଡନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ସେହିପରି ଦୁବାଇରୁ ଜୟପୁରକୁ ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ୧୮୯ ଜଣ ଯାତ୍ରୀଙ୍କୁ ନେଇ ଯିବାକୁ ପ୍ରସ୍ତୁତ ଥିବା ବେଳେ ଇମେଲ ମାଧ୍ୟମରେ ବୋମା ଧମକ ମିଳିଥିଲା। କିନ୍ତୁ ଯାଞ୍ଚ ପରେ କୌଣସି ସନ୍ଦେହଜନକ ସାମଗ୍ରୀ ମିଳିନାହିଁ। ସପ୍ତାହେ ମଧ୍ୟରେ ୧୬ଟି ବିମାନକୁ ବୋମା ଧମକ ମିଳି ସାରିଲାଣି।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bomb threats to Air India and Vistara flights | Argus News