Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଘରେ ବସି କରନ୍ତୁ ଟ୍ରେନ୍ ଟିକେଟ ବୁକ୍

Arpita Mohanty
Browse all articles by Arpita Mohanty
·2 years ago·1 min read
ଘରେ ବସି କରନ୍ତୁ ଟ୍ରେନ୍ ଟିକେଟ ବୁକ୍

ଅର୍ଗସ ବ୍ୟୁରୋ: ଟ୍ରେନରେ ଯାତ୍ରା କରିବାକୁ ସମସ୍ତଙ୍କୁ ଭଲ ଲାଗେ। ସେଥିପାଇଁ ଭାରତୀୟ ରେଳବାଇକୁ ଦେଶର ଲାଇଫଲାଇନ୍ କୁହାଯାଏ । କିନ୍ତୁ ଟ୍ରେନରେ ଯିବାକୁ ହେଲେ ଟିକେଟ ଦରକାର । ଆଉ ଯଦି ଆପଣ ରେଲୱେ ଷ୍ଟେସନକୁ ବି ଯାଉଛନ୍ତି ତେବେ ଆପଣଙ୍କୁ ପ୍ଲାଟଫର୍ମ ଟିକେଟ କରିବାକୁ ପଡ଼ିବ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଆପ ବିଷୟରେ କହିବୁ ଯାହା ଦ୍ୱାରା ଆପଣ ଘରେ ବସି ପ୍ଲାଟଫର୍ମ ଟିକେଟ ସହ ଟ୍ରେନରେ ଯିବା ପାଇଁ ଜେନେରାଲ ଟିକେଟ ମଧ୍ୟ କରିପାରିବେ ।

ଏହା ପାଇଁ ଆପଣ ପ୍ରଥମେ ଗୁଗୁଲ୍ ପ୍ଲେ ଷ୍ଟୋର ଓପନ କରନ୍ତୁ ଏବଂ ସେଠାରେ UTS ଆପ୍ଲିକେସନ ଡାଉନଲୋଡ୍ କରନ୍ତୁ । ଏହା କରିବା ପରେ ଲଗଇନ୍ ଅପ୍ସନ ଉପରେ କ୍ଆଲିକ୍ସି କରି ଲଗଇନ୍ କରନ୍ତୁ। ଏହାପରେ ଯଦି ଆପଣ ପ୍ଲାଟଫର୍ମ ଟିକେଟ୍ ବୁକିଂ କରିବାକୁ ଚାହୁଁଛନ୍ତି ତେବେ ଉକ୍ତ ବିକଳ୍ପକୁ ଚୟନ କରନ୍ତୁ । ଯେହେତୁ ଆପଣ UTS ଆପ୍ଲିକେସନ ଦ୍ୱାରା ଟିକେଟ ବୁକିଂ କରୁଛନ୍ତି ତେଣୁ ଆପଣ ଏହି ପରିସ୍ଥିତିରେ ପେପରଲେସ ବିକଳ୍ପ ବାଛନ୍ତୁ । ଆଉ ଯଦି ଆପଣ ଜେନେରାଲ ଟିକେଟ ବୁକିଂ କରିବାକୁ ଚାହୁଁଛନ୍ତି ତେବେ ଆପଣ ନିଜର ବାହାରିବା ଏବଂ ଯିବା ସ୍ଥାନର ନାମ ଏଣ୍ଟର କରନ୍ତୁ । ଏହାପରେ ଯାତ୍ରୀ ବିବରଣୀ ପୂରଣ କରନ୍ତୁ ଏବଂ ଟିକେଟ ବୁକିଂ ଅପ୍ସନ ଉପରେ କ୍ଲିକ କରନ୍ତୁ । ଏଠାରେ ଆପଣଙ୍କୁ ଟିକେଟ ବୁକିଂ ପାଇଁ ଥିବା ଦେୟ (ଶୁଳ୍କ ) ଦେବାକୁ ପଡ଼ିବ ଯାହା ପରେ ଆପଣଙ୍କ ଟିକେଟ ବୁକିଂ ହୋଇଯିବ । ଯାହା ଆପଣଙ୍କ ମୋବାଇଲ ସ୍କ୍ରିନରେ ଦେଖାଯିବ । ଏହାକୁ ଆପଣ ଚାହିଁଲେ ଡାଉନଲୋଡ ବି କରିପାରିବେ । ତାସହିତ ଆପଣ SMS ମାଧ୍ୟମରେ ମଧ୍ୟ ଟିକେଟ ପାଇପାରିବେ।

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Book train tickets sitting at home | Argus News