Videos
|
National

ସୀମାରେ ଆତଙ୍କୀ ହମଲା,୪ ଯବାନ ଆହତ,ଜଣେ ଶହୀଦ

Sangram Tripathy
Browse all articles by Sangram Tripathy
·2 years ago
ସୀମାରେ ଆତଙ୍କୀ ହମଲା,୪ ଯବାନ ଆହତ,ଜଣେ ଶହୀଦ


ଅଗର୍ସ ବ୍ୟୁରୋ: ସୀମାରେ କିଛି ଦିନ ହେବ ଲାଗି ରହିଛି ଆତଙ୍କୀ ହମଲା। ଆତଙ୍କବାଦୀ ଓ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ ହୋଇ ଥିବାବେଳେ ୪ ଜଣ ଯବାନ ଆହତ,ଜଣେ ଶହୀଦ ହୋଇଛନ୍ତି। କୁପୱାଡା ଜିଲ୍ଲାରେ ଯବାନଙ୍କ ଉପରକୁ ଆକ୍ରମଣ କରିଥିଲା ପାକିସ୍ତାନ ବୋର୍ଡର ଆକ୍ସନ ଟିମ୍ ।


ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଜମ୍ମୁ କଶ୍ମୀର କୁପୱାଡା ଜିଲ୍ଲାର ମଛିଲ ସେକ୍ଟର ନିକଟରେ ଯବାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ। ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଥିଲେ। ଯବାନଙ୍କ ପାଲଟା ଆକ୍ରମଣରେ ଜଣେ ଆତଙ୍କାବାଦୀକୁ ନିପାତ ହୋଇଛି। କିଛି ଦିନ ହେବ କୁପୱାଡାରେ ଆତଙ୍କୀ କାର୍ଯ୍ୟକଳାପ ବଢିଚାଲିଛି। ଜମ୍ମୁରେ ହାଇଆଲର୍ଟ ଜାରି କରାଯାଇଛି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Border terror attack, 4 jawans injured, one martyr | Argus News