ASIA CUP: INDIA-PAK MATCHର ନାହିଁ କ୍ରେଜ୍ ଟିକେଟ୍ ବିକ୍ରିରେ ମାନ୍ଦାବସ୍ଥା

Key Points
ଟ୍ରେଣ୍ଡ୍ କରୁଛି BOYCUTT INDIA-PAK MATCH
ଦେଖିବାକୁ ଯାଉନାହାନ୍ତି ବିସିସିଆଇର ବରିଷ୍ଠ ଅଧିକାରୀ
ଷ୍ଟାର କ୍ରିକେଟର ବି ଅନୁପସ୍ଥିତ
ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ-ପାକ । ଏହି ଲଢ଼େଇ ଦେଖିବାକୁ ଉତ୍ସାହର ସହ ଅନେଇ ବସିଥାନ୍ତି କ୍ରିକେଟ୍ ପ୍ରେମୀ । ପୂରା ବିଶ୍ବର ନଜର ଥାଏ ଏହି ମହାମୁକାବିଲା ଉପରେ । ଷ୍ଟାଡିଅମରେ ଭିଡ଼ ଅଣାୟତ ହୁଏ । ଗଳି,କନ୍ଦି, ସହର, ବଜାର ସବୁଠି ଇଣ୍ଡିଆ-ପାକ୍ ମ୍ୟାଚକୁ ନେଇ ଚର୍ଚ୍ଚା, ବିତର୍କ, ଉତ୍କଣ୍ଠା ଦେଖିବାକୁ ମିଳେ । ହେଲେ ଏଥର କିନ୍ତୁ ଏହାର ବିପରିତ ଘଟିଛି ।
ଇଣ୍ଡିଆ-ପାକ୍ ମ୍ୟାଚ୍ ବୟକଟ୍ ପାଇଁ ଟ୍ବିଟରରେ ଟ୍ରେଣ୍ଡ ଚାଲିଛି । ପୂର୍ବର ସେହି ଚର୍ଚ୍ଚା ଆଉ ଦେଖିବାକୁ ମିଳୁନି । ଟିକେଟ୍ ବିକ୍ରିରେ ଅପ୍ରତ୍ୟାଶିତ ମାନ୍ଦାବସ୍ଥା ଦେଖିବାକୁ ମିଳିଛି । ସେହିପରି ଆଇପିଏଲ ଫ୍ରାଞ୍ଚାଇଜ୍ ଗୁଡ଼ିକ ବି ଏହି ହାଇଭୋଲଟେଜ୍ ମ୍ୟାଚକୁ ବର୍ଜନ କରିଛନ୍ତି । ତେବେ ପହଲଗାମ ଆତଙ୍କବାଦୀ ହମଲା ପରେ ଭାରତ ପାକିସ୍ତାନ ସହ ମ୍ୟାଚ୍ ନଖେଳିବା ପାଇଁ ସବୁ ମହଲରେ ଦାବି ଜୋର ଧରିଥିଲା । ସଂସଦ ଭବନରେ ବି ଏହା ଉପରେ ପ୍ରଶ୍ନ ଉଠିଥିଲା । ଆଉ ଏବେ ବିଭିନ୍ନ ରାଜନୈତିକ ଦଳ ଏହି ମ୍ୟାଚର ବିରୋଧ କରିଥିଲେ । ଯାହାର ପ୍ରଭାବ ଏବେ ଅନେକାଂଶରେ ଦେଖିବାକୁ ମିଳୁଛି । ଭାରତ-ପାକ୍ ମ୍ୟାଚ ବର୍ଜନ କରିବାକୁ ଏବେ ଟ୍ବିଟରରେ ହାସଟ୍ୟାଗ୍ ବୟକଟ INDIA-PAK ମ୍ୟାଚ ଟ୍ରେଣ୍ଡ କରୁଛି ।
ସେହିପରି ଏହାର ସିଧାପ୍ରସାରଣ ହେଲେ ଭିୱର୍ସ କମିପାରନ୍ତି ବୋଲି ଆଶା କରାଯାଉଛି । ଏକାଧିକ ରାଜନୈତିକ ଦଳ ନିଜ ପ୍ରଶଂସକଙ୍କୁ ଏହାକୁ ନ ଦେଖିବାକୁ ଆହ୍ବାନ କରିଛନ୍ତି । ସେହିପରି ମ୍ୟାଚର ସିଧାପ୍ରସାରଣ ହେଲେ ଭୟଙ୍କର ପରିଣାମ ହେବ ବୋଲି କିଛି ଦଳ ଖୋଲା ଧମକ ଦେଇଛନ୍ତି । ଯାହାକି ଏବେ ମ୍ୟାଚକୁ ଅନେକ ବାଦ-ବିବାଦ ମଧ୍ୟକୁ ନେଇଯାଇଛି ।
📱 Get Argus News App
✨ସେପଟେ ବିସିସିଆଇକୁ ମଧ୍ୟ ଅନେକ ଟ୍ରୋଲର ସମ୍ମୁଖୀନ ହେବାକୁ ପଡ଼ିଛି । ଲୋକଙ୍କ ଭାବନାକୁ ସମ୍ମାନ ଦେଇ ବିସିସିଆଇର ଅନେକ ବରିଷ୍ଠ ସଦସ୍ୟ ମ୍ୟାଚ୍ ଦେଖିବାକୁ ଯାଉନାହାନ୍ତି । ବିସିସିଆଇର ସମ୍ପାଦକ, ଅଧ୍ୟକ୍ଷ, କେଷାଧ୍ୟକ୍ଷ, ଯୁଗ୍ମ ସମ୍ପାଦକ ଆଦି ମ୍ୟାଚ୍ ଦେଖିବାକୁ ଯାଉନଥିବା କହିଛନ୍ତି । ଯାହା କି ମ୍ୟାଚର ଚମକ କମାଇ ଦେଇଛି। ତେବେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବାକୁ ଯାଉଛି। ଅନେକ ବାଦ ବିବାଦ ମଧ୍ୟରେ ବି ପାକ୍ ଖେଳାଳିଙ୍କୁ ମାତ୍ ଦେବାକୁ ଟିମ୍ ଇଣ୍ଡିଆ ପୂରା ପ୍ରସ୍ତୁତ..