ପ୍ରେମିକା ଉପରେ ସନ୍ଦେହ ହେଲା ବୋଲି ମକା କ୍ଷେତରେ କଲା ହତ୍ୟା

Key Points
ଝିଅର ମା କହୁଛନ୍ତି କ୍ଷେତକୁ ଘାଷ କାଟିବାକୁ ଯାଇଥିଲା ଝିଅ
୫୦୦ ଥର କଥା ହୋଇଛନ୍ତି ଫୋନରେ
ଆଉ ତାପରେ ....
ପ୍ରେମିକର ଜଘନ୍ୟକାଣ୍ଡ। ପ୍ରେମିକା ଦେହରେ ୪୫ ଥର ଛୁରୀ ଭୁସିଲା, ତଥାପି ମନ ବୁଝିଲା ନାହିଁ ଗଳାକାଟି କଲା ହତ୍ୟା। ଏମିତିକି ପୋଷ୍ଟ ମର୍ଟନ କରିଥିବା ଡାକ୍ତର ବି ଦେଖି ଭୟଭୀତ ହୋଇଗଲେ। ଏଭଳି ନିର୍ମମ ହତ୍ୟାକାଣ୍ଡ ଘଟିଛି ଉତ୍ତରପ୍ରଦେଶର ମୁରାଦାବାଦ ଜିଲ୍ଲାରେ।
ଗତ ଶନିବାର ସନ୍ଧ୍ୟାରୁ ନିଖୋଜ ଥିବା ଜଣେ ଯୁବତୀଙ୍କ କ୍ଷତବିକ୍ଷତ ମୃତଦେହ ଜବତ ହୋଇଛି ପାଖରେ ଥିବା ମଖା କିଆରିରୁ। ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ପଚରାଉଚରା କରୁଛି।
📱 Get Argus News App
✨ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି ଯୁବକ ଜଣଙ୍କ ଝିଅଟିକୁ ପ୍ରେମ କରୁଥିଲେ। ହେଲେ ଯୁବତୀ ଜଣଙ୍କ ଆଉ କାହା ସହିତ କଥା ହେଉଥିବା ସନ୍ଦେହ କରି ତାଙ୍କୁ ନିର୍ମମ ହତ୍ୟା କରିଛି। ପୋଷ୍ଟମର୍ଟମ ରିପୋର୍ଟରେ ଜଣା ପଡିଛି ୪୫ ଥର ଯୁବତୀ ଶରୀରେ ଛୁରି ଭୁଷା ଯାଇଛି।
ମୃତକଙ୍କ ପରିବାର ଲୋକଙ୍କ କହିବା କଥା ହତ୍ୟା ପରେ ମୃତଦେହଟି ବହୁତ ସମୟ ଧାରି ଆଖୁ କ୍ଷେତରେ ପଡ଼ି ରହିଥିଲା। ତାଙ୍କ ଶରୀରର ଏପରି କୌଣସି ଅଂଶ ନଥିଲା ଯାହାକୁ ଛୁରୀରେ ଛେଚି ଦିଆଯାଇ ନଥିଲା। ଝିଅର ମାଆ ଶଫିନା ରିପୋର୍ଟ ଦାଖଲ କରିବା ସମୟରେ କହିଛନ୍ତି ଯେ ତାଙ୍କ ଝିଅ ଘାସ କାଟିବା ସମୟରେ ଆକ୍ରମଣର ଶିକାର ହୋଇଥିଲା।
ଦୀର୍ଘ ସମୟ ଧରି ବିଲରେ ପଡ଼ି ରହିବାରୁ ବନ୍ୟଜନ୍ତୁ ଝିଅଟିର ବାମ ହାତକୁ ଖାଇ ଦେଇଥିଲେ। ମୃତକଙ୍କ ମାଆ ଶଫିନାଙ୍କ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତ ରଫିକୁ ଗିରଫ କରିଛି। ଏହି ହତ୍ୟାକାଣ୍ଡରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। କ୍ଷେତରେ ଘାସ, ଦାଆ, ବନ୍ଧୁକ ଏବଂ ଚପଲ ପଡ଼ିଥିବା ଦେଖିବାକୁ ମିଳିଛି। ଅପରାଧ ସ୍ଥଳକୁ ଦେଖିଲେ ଜଣାପଡୁଛି ଯେ ଝିଅଟି ନିଜ ଜୀବନ ବଞ୍ଚାଇବା ପାଇଁ ବହୁ ଚେଷ୍ଟା କରିଛି।
ଝିଅଟିର ସମ୍ବେଦନଶୀଳ ସ୍ଥାନରେ ଏକାଧିକବାର ଛୁରୀରେ ଆଘାତ କରାଯାଇଛି। ଅଭିଯୁକ୍ତର ଫୋନକଲ୍ ଡିଟେଲ୍ସରୁ ଜଣାପଡ଼ିଛି ଉଭୟ ଗୋଟିଏ ମାସରେ ୫୦୦ ଥର କଥା ହୋଇଛନ୍ତି। ଯୁବକ ଜଣଙ୍କ ସନ୍ଦେହ କରୁଥିଲେ ଝିଅଟିର ଆଉ କାହା ସହ ପ୍ରେମ ସମ୍ପର୍କଥିବା। ଯାହାକୁ ନେଇ ଶନିବାର ସନ୍ଧ୍ୟାରେ ଏହି ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ । ମୃତଦେହକୁ ଏକ ମକା କ୍ଷେତରେ ଲୁଚାଇ ଦେଇଥିଲେ।