Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପିଛା ଛଡାଇବାକୁ ପ୍ରେମିକାକୁ ମାରିଦେଲେ ପ୍ରେମିକ

National

ପିଛା ଛଡାଇବାକୁ ପ୍ରେମିକାକୁ ମାରିଦେଲେ ପ୍ରେମିକ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ପିଛା ଛଡାଇବାକୁ ପ୍ରେମିକାକୁ ମାରିଦେଲେ ପ୍ରେମିକ

ପ୍ରେମ ପାଇଁ ମେରଠରେ ସ୍ବାମୀକୁ ମାରି ନୀଳ ଡ୍ରମରେ ପ୍ୟାକ୍ କରିଥିଲା ସ୍ତ୍ରୀ। ଯାହାର କାରଣ ଥିଲା ପାପ ସମ୍ପର୍କ। ଏବେ ଉତ୍ତରାଖଣ୍ଡରେ ଘଟିଛି ଏମିତି ଏକ ଘଟଣା ଯାହା ସମସ୍ତଙ୍କୁ ତାଜୁବ କରି ଦେଇଛି। ପ୍ରେମିକା ଠାରୁ ଦୂରେଇବାକୁ ମୁଣ୍ଡ ଗଣ୍ଡି ଅଲଗା କରି ଦେଇଛି ପ୍ରେମିକ।


ପୋଲିସର ସୂଚନା ଅନୁସାରେ ଉଦ୍ଧମାସିଂହନଗର ଏକ ବଙ୍ଗାଳୀ କଲୋନୀରେ ପୂଜା ମଣ୍ଡଲ ତାଙ୍କ ଭଉଣୀ ସହିତ ଏକ ସ୍ପା ସେଣ୍ଟରରେ କାମ କରୁଥିଲେ। ଗତ ନଭେମ୍ବର ମାସରେ ପୂଜା ସୀଂତା ରଙ୍ଗଜ ଆସିଥିଲା। ତାପରେ ଆଉ ଘରକୁ ଫେରିନଥିଲା। ତାପରେ ତାଙ୍କ ସାନ ଭଉଣୀ ଥାନାରେ ଏକ ଏତଲା ଦେଇଥିଲେ। ସେବେଠାରୁ ହରିୟାଣା ପୋଲିସ ତାଙ୍କର ଖୋଜ୍‌ ଖବର କରୁଥିଲା। ଏହାର ସାଢେ ୫ ମାସ ପରେ ପୋଲିସ ଜଣେ ଟ୍ୟାକ୍ସି ଚାଳକ ମୁସ୍ତାକଙ୍କୁ ଗିରଫ କରିଛି। ଆଉ ସେ ଯାହା କହିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେ କହିଛନ୍ତି ସାଢେ ୫ ମାସ ତଳେ ସେ ପୁଜାଙ୍କ ଗଣ୍ଡିମୁଣ୍ଡ ଅଲଗା କରି କେନାଲରେ ଫୋପାଡି ଦେଇଥିଲେ। ତାଙ୍କର କହିବା କଥା ୨୦୨୨ ରେ ସୀତାରଂଗଜପୁରରେ ଥିବା ବସ୍ ଷ୍ଟାଣ୍ଡରେ ଉଭୟଙ୍କର ଦେଖା ହୋଇଥିଲା। ତାପରେ ଦୁଇଜଣଙ୍କ ମଧ୍ୟର ସମ୍ପର୍କ ବଢିଥିଲା। ଦୁଇଜଣଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା। ତା ଭିତରେ ମୁସ୍ତାକ ଗୋଟିଏ କ୍ୟାବ ଚଳାଉଥାନ୍ତି। ହେଲେ ୨୦୨୪ ରେ ମୁସ୍ତାକ ପୁଜାକୁ ଧୋକା ଦେଇ ଘରକୁ ଆସି ଆଉ ଜଣେ ଝିଅକୁ ବିବାହ କରିଥିଲେ। ଆଉ ଏକଥା ଜାଣିବା ପରେ ସୀତାରଂଗଜ ଆସିଥିଲେ ପୁଜା। ସେଠାରେ ପଞ୍ଚାୟତ ବସି ୨ ଜଣଙ୍କ ବିବାଦର ସମାଧାନ ହୋଇଥିଲା।


ପରେ ମୁସ୍ତାକ ପୁଜାକୁ ନେଇ ନିଜ ଭଉଣୀ ଘରକୁ ଯିବା କଥା କହି ତାକୁ ଏକ ନିଛାଟିଆ ସ୍ଥାନକୁ ନେଇଥିଲା। ସେଠାରେ ସମୟ ସୁବିଧା ଦେଖି ପୁଜାର ଗଳାକାଟି ହତ୍ୟା କରିଥିଲା। ଆଉ ମୃତଦେହ ନଷ୍ଟ କରିବା ପାଇଁ ଏକ କଟା ମୁଣ୍ଡରେ ଏକ ପଥର ବାନ୍ଧି କେନାଲରେ ଫୋପାଡି ଦେଇଥିଲା। ସେହିଭଳି ମୃତଦେହକୁ ଏକ କପଡାରେ ବାନ୍ଧି ଅନ୍ୟ ଯାଗାରେ ଫୋପାଡି ଦେଇଥିଲା। ପୂଜା ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ପରେ କଲ୍ ଡିଟେଲ୍ସ ଆଧାରରେ, ସୀତାରଗଞ୍ଜର ଜଣେ ଯୁବକଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଇଥିଲା। ପୋଲିସ ଆଗରେ ସେ ସବୁ ସତକଥା ମାନିଛି।

Sponsored
Boyfriend kills girlfriend to get revenge | Argus News