Videos
|
National

E20 Fuel Update / ପୁରୁଣା କାର ବିବାଦ ମଧ୍ୟରେ BPCLର ବଡ଼ ବୟାନ

Bikash Mohanty
Browse all articles by Bikash Mohanty
·14 mins ago·2 min read
ପୁରୁଣା କାର ବିବାଦ ମଧ୍ୟରେ BPCLର ବଡ଼ ବୟାନ
BPCL

Key Points

BPCLର ବଡ଼ ସ୍ପଷ୍ଟିକରଣ
ବଦଳିବ ନାହିଁ E20 ପେଟ୍ରୋଲ
BPCL ଅଧ୍ୟକ୍ଷ ସଞ୍ଜୟ ଖାନ୍ନାଙ୍କ ସୂଚନା 
ନୂଆଦିଲ୍ଲୀ,୨୮/୦୮: E20 ପେଟ୍ରୋଲକୁ ନେଇ ଦେଶରେ ଚାଲିଥିବା ଚର୍ଚ୍ଚା ଓ ବିତର୍କ ମଧ୍ୟରେ ବଡ଼ ସ୍ପଷ୍ଟିକରଣ ଦେଇଛି ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ବା BPCL,  E20 ପେଟ୍ରୋଲକୁ ବଦଳାଇ E10 ପେଟ୍ରୋଲ ପ୍ରଚଳନ କରିବାକୁ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି କମ୍ପାନୀ ସ୍ପଷ୍ଟ କରିଛି। ଏହା ସହିତ E20 ପେଟ୍ରୋଲକୁ ପର୍ଯ୍ୟାୟକ୍ରମେ ବନ୍ଦ କରିଦିଆଯିବ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା, ତାହା ଉପରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ଭାରତର ଦ୍ୱିତୀୟ ସର୍ବବୃହତ ଇନ୍ଧନ ଖୁଚୁରା ବିକ୍ରେତା BPCL ଗୁରୁବାର କହିଛି ଯେ, ବର୍ତ୍ତମାନ E20 ପେଟ୍ରୋଲକୁ E10 ସହିତ ବଦଳାଇବା ପାଇଁ କୌଣସି ସରକାରୀ ନିଷ୍ପତ୍ତି ହୋଇନାହିଁ। ତେବେ ପୁରୁଣା ଯାନବାହନ ପାଇଁ କମ୍ ଇଥାନଲ୍ ମିଶ୍ରଣ ଥିବା E10 ପେଟ୍ରୋଲକୁ ଅତିରିକ୍ତ ବିକଳ୍ପ ଭାବେ ପମ୍ପଗୁଡ଼ିକରେ ଉପଲବ୍ଧ କରାଯିବ କି ନାହିଁ, ସେନେଇ କିଛି ମହଲରେ ପ୍ରାରମ୍ଭିକ ଆଲୋଚନା ଚାଲିଥିବା କୁହାଯାଇଛି।

ଉଲ୍ଲେଖଯୋଗ୍ୟ, E20 ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ୍ ମିଶ୍ରଣ ରହିଥାଏ। ଦେଶରେ E20 ଇନ୍ଧନର ବ୍ୟବହାର ବଢ଼ିବା ପରେ ବିଶେଷକରି ପୁରୁଣା ଯାନବାହନ ମାଲିକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଥିଲା। ଏପ୍ରିଲ ୨୦୨୩ ପୂର୍ବରୁ ଦେଶରେ ବିକ୍ରି ହୋଇଥିବା ପ୍ରାୟ ୭୦ରୁ ୮୦ ନିୟୁତ ଯାନ E10 ଇନ୍ଧନକୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଥିଲା। ବିଶେଷକରି କାର୍ବୋରେଟର ଥିବା ପୁରୁଣା ଦୁଇଚକିଆ ଯାନକୁ ନେଇ ଅଧିକ ଚିନ୍ତା ପ୍ରକାଶ ପାଇଥିଲା।

ପଢନ୍ତୁ ଏହି ଖବର: ୪ ଥରରୁ ଅଧିକ ଥର ଟଙ୍କା ଉଠାଇଲେ ଦେବାକୁ ପଡିବ TAX, ଜାଣନ୍ତୁ ନୂଆ ନିୟମ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନେକ ଯାନଚାଳକଙ୍କ ଅଭିଯୋଗ ରହିଛି ଯେ E20 ପେଟ୍ରୋଲରେ ଇଥାନଲ୍ ପରିମାଣ ଅଧିକ ଥିବାରୁ ଏହା ପୁରୁଣା ଯାନର କିଛି ଉପକରଣ ଉପରେ ପ୍ରଭାବ ପକାଇପାରେ। ରବର ପାଇପ୍, ଇନ୍ଧନ ଲାଇନ୍ ଓ ଇଞ୍ଜିନର ସିଲ୍ ଭଳି ଉପକରଣରେ ସମସ୍ୟା ସୃଷ୍ଟି ହେବା ନେଇ କିଛି ଗାଡ଼ି ମାଲିକ ଆଶଙ୍କା ପ୍ରକାଶ କରିଛନ୍ତି। ସେହିପରି ଇଥାନଲ୍ ମିଶ୍ରଣ ବଢ଼ିବା ସହ ମାଇଲେଜ୍ କମିବା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।

ଏଭଳି ପରିସ୍ଥିତିରେ ପୁରୁଣା ଯାନବାହନ ମାଲିକଙ୍କ ପାଇଁ ପେଟ୍ରୋଲ ପମ୍ପରେ E10 ଇନ୍ଧନକୁ ଏକ ବିକଳ୍ପ ଭାବେ ରଖାଯାଇପାରେ କି ନାହିଁ, ତାହାକୁ ନେଇ ଚର୍ଚ୍ଚା ହେଉଛି। ହେଲେ ଏହାକୁ E20 ପେଟ୍ରୋଲ ବନ୍ଦ ହେବାର ସଙ୍କେତ ଭାବେ ନ ନେବାକୁ BPCL ସ୍ପଷ୍ଟ କରିଛି।

BPCLର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ଖାନ୍ନା କହିଛନ୍ତି, ସେ କେବେ ମଧ୍ୟ E20କୁ E10 ଦ୍ୱାରା ବଦଳାଯିବ ବୋଲି କହିନାହାନ୍ତି। ସରକାର ଯଦି ଭବିଷ୍ୟତରେ ଇଥାନଲ୍-ମିଶ୍ରଣ ନୀତିରେ କୌଣସି ପରିବର୍ତ୍ତନ ଆଣନ୍ତି, ତେବେ E10 ଯୋଗାଣ କିମ୍ବା ବିତରଣ କ୍ଷେତ୍ରରେ କୌଣସି ବଡ଼ ପରିଚାଳନାଗତ କିମ୍ବା ଲଜିଷ୍ଟିକ୍ ସମସ୍ୟା ହେବ ନାହିଁ ବୋଲି ସେ କହିଛନ୍ତି। ପୁରୁଣା ଯାନଗୁଡ଼ିକ ପାଇଁ କମ୍ ଇଥାନଲ୍ ମିଶ୍ରଣ ଥିବା ଇନ୍ଧନର ଆବଶ୍ୟକତା ରହିଛି କି ନାହିଁ, ସେନେଇ ମାତ୍ର ବିତର୍କ ଚାଲିଛି। ଏହାର ଅର୍ଥ କଦାପି E20 ପେଟ୍ରୋଲକୁ ବନ୍ଦ କରି E10କୁ ଦେଶର ପ୍ରମୁଖ ଇନ୍ଧନ ଭାବେ ପୁନଃ ପ୍ରଚଳନ କରାଯିବ ନୁହେଁ।

ତେଣୁ E20 ପେଟ୍ରୋଲକୁ ନେଇ ଯାନବାହନ ମାଲିକଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଏବେ କିଛି ପରିମାଣରେ ଦୂର ହୋଇଛି। ବର୍ତ୍ତମାନ ବିକ୍ରି ହେଉଥିବା E20 ପେଟ୍ରୋଲ ଦେଶର ମାନକ ଇନ୍ଧନ ଭାବେ ଜାରି ରହିବ। ଭବିଷ୍ୟତରେ ପୁରୁଣା ଯାନବାହନ ପାଇଁ E10କୁ ଅତିରିକ୍ତ ବିକଳ୍ପ ଭାବେ ଉପଲବ୍ଧ କରାଯିବ କି ନାହିଁ, ତାହା ସରକାରୀ ନୀତି ଓ ଆଲୋଚନା ଉପରେ ନିର୍ଭର କରିବ। E20 ପେଟ୍ରୋଲ ହଟୁଛି କିମ୍ବା ଏହାକୁ E10 ସହିତ ବଦଳାଯାଉଛି ବୋଲି ଯେଉଁ ଗୁଜବ ପ୍ରଚାର ହେଉଛି, ସେଥିରେ ବିଶ୍ୱାସ ନ କରିବାକୁ BPCL ପକ୍ଷରୁ ସ୍ପଷ୍ଟ ସନ୍ଦେଶ ଦିଆଯାଇଛି।