Aircraft / ଗୁଆହାଟିରେ ବାୟୁସେନାର ପ୍ରଥମ ଏୟାର ଶୋ’
·10 months ago·2 min read

Key Points
93ତମ ପ୍ରତିଷ୍ଠା ଦିବସରେ ଦମ ଦେଖାଇଲା ଭାରତୀୟ ବାୟୁ ସେନା
ଗୁଆହାଟିରେ ବାୟୁସେନାର ପ୍ରଥମ ଏୟାର ଶୋ’
ବ୍ରହ୍ମପୁତ୍ର ନଦୀର ଲଚିତ ଘାଟରେ 75 ବିମାନର ଫ୍ଲାଇଙ୍ଗ ଡିସପ୍ଲେ
ରାଫେଲ, ସୁଖୋଇ, ତେଜସ୍ ତିଆରି କଲେ 25 ଫର୍ମେସନ
ପରେଡ୍ ସହ, ଆକାଶରେ କୌଶଳ ଦେଖାଇଲା ବାୟୁସେନା

ପୁଣି ସାରା ବିଶ୍ବ ଦେଖିଲା ଭାରତୀୟ ବାୟୁ ସେନାର ଶକ୍ତି ଓ ସାମର୍ଥ୍ୟ। ନର୍ଦ୍ଦର୍ଣ୍ଣ କମାଣ୍ଡ ଗୁଆହାଟିରେ IAFର 93ତମ ପ୍ରତିଷ୍ଠା ଦିବସରେ ଆଯୋଜିତ ହୋଇଛି ଭବ୍ୟ ଏୟାର ଶୋ। ବ୍ରହ୍ମପୁତ୍ର ନଦୀ ଉପରେ ଲଚିତ ଘାଟରେ 75 ବିମାନ ଦେଖାଇଛନ୍ତି ଫ୍ଲାଇଙ୍ଗ ଡିସପ୍ଲେ। ରାଫେଲ, ସୁଖୋଇ, ତେଜସ୍, ମିରାଜ, ଜାଗୁଆର ତିଆରି କଲେ 25 ଫର୍ମେସନ।
ସାରା ବିଶ୍ବ ପୁଣି ଦେଖିଲା ଭାରତୀୟ ବାୟୁ ସେନାର ଶକ୍ତି ଓ ସାମର୍ଥ। 93 ତମ ପ୍ରତିଷ୍ଠା ଦିବସ ଅବସରରେ ଗୁଆହାଟିରେ ଆୟୋଜିତ ହୋଇଛି ବାୟୁସେନାର ପ୍ରଥମ ଏୟାର ଶୋ। ବାୟୁ ସେନାର ଯୋଦ୍ଧାମାନେ 75 ବିମାନ ସହ ବ୍ରହ୍ମପୁତ୍ର ନଦୀର ଲଚିତ ଘାଟରେ 25ରୁ ଅଧିକ ଫର୍ମେସନ ତିଆରି କରିଥିଲେ। ଏଥିରେ ସାମଲ ହୋଇଥିଲେ ରାଫେଲ, ସୁଖୋଇ, ତେଜସ୍ ସମେତ 75ରୁ ଅଧିକ ଯୁଦ୍ଧ ବିମାନ ଓ ହେଲିକପ୍ଟର।
ଫ୍ଲାଇଙ୍ଗ ଡିସପ୍ଲେ ଲାଗି ବାୟୁସେନାର ଯୋଦ୍ଧାମାନେ ଗୁଆହାଟି, ତେଜପୁର, ଜୋରହାଟ, ଢାବୁଆ, ହାସୁମାରା, ବାଗଡୋରଗା ଏବଂ ପାନାଗଢ଼ରୁ ଉଡ଼ାଣ ଆରମ୍ଭ କରିଥିଲେ। ଯୁଦ୍ଧ ବିମାନ ମଧ୍ୟରେ ରାଫେଲ, ସୁଖୋଉ-30, ଅପାଚେ, ମିଗ୍-29, ଆଏଲ-78 ରି-ଫ୍ୟୁଲର, ମିରାଜ, ଜଗୁଆକ, ସି-17 ଗ୍ଲୋବମଷ୍ଟର, ଏମଆଇ-17, ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର ଏମକେ1, ସି130 ହରକ୍ୟୁଲିସ, ଏଣ୍ଟୋନୋବ ଏଏନ-32 ଏବଂ ସୂର୍ଯ୍ୟକିରଣ ବିମାନ ସାମିଲ ହୋଇଥିଲେ।
ଭାରତୀୟ ବାୟୁ ମାର୍ଗର ସୁରକ୍ଷା କରିବା ହେଉଛି ସେନାର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ। ଚଳିତ ବର୍ଷ ବାୟୁସେନା ପ୍ରତିଷ୍ଠା ଦିବସର ଥିମ ରହିଛି । ନିର୍ଦ୍ଦିଷ୍ଟ, ଅଭେଦ୍ୟ ଏବଂ ସଠିକ। ଯାହା ଭାରତୀୟ ବାୟୁସେନାର ପରିଚାଳନା କ୍ଷମତା, ସଠିକତା ଉପରେ ଦୃଷ୍ଟି ଆକର୍ଷଣ କରିଥାଏ। ଅପରେସନ ସିନ୍ଦୂର ବେଳେ ସାରା ବିଶ୍ବ ଭାରତୀୟ ବାୟୁ ସେନାର ଶକ୍ତି ଓ ସାମର୍ଥ୍ୟ ଦେଖିସାରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଦେଶ ଖବର:
Related Topics
Explore more stories