Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏଥର ଶତ୍ରୁ ଆଖି ଉଠେଇ ଦେଖିବାକୁ ଭୟ କରିବେ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଏଥର ଶତ୍ରୁ ଆଖି ଉଠେଇ ଦେଖିବାକୁ ଭୟ କରିବେ

ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଆଜି ଉଦଘାଟିତ ହୋଇଯାଇଛି ବିଶ୍ୱର ସବୁଠାରୁ ବିଧ୍ୱଂସକାରୀ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରହ୍ମୋସର ଉତ୍ପାଦନ ୟୁନିଟ୍ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦିଲ୍ଲୀରୁ ଭିଡିଓ କନଫରେନ୍ସି ମ୍ୟାମଧ୍ୟମରେ ଏହାର ଉଦଘାଟନ କରିଛନ୍ତି। ତାଙ୍କ ସହିତ ଉପସ୍ଥିତ ଥିଲା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଆଗକୁ ବ୍ରହ୍ମୋସ୍ ଆଗକୁ ଭାରତର ସୁରକ୍ଷାକୁ ସମ୍ପୂର୍ଣ୍ଣ ସୁନିଶ୍ଚିନ୍ତ କରିବ। ଏହା ମହାକାଶ ଏବଂ ପ୍ରତିରକ୍ଷା କ୍ଷେତ୍ର ପାଇଁ ଉଚ୍ଚମାନର ସାମଗ୍ରୀ ଉତ୍ପାଦନ କରିବ। ଯାହାକୁ ଚନ୍ଦ୍ରାୟଣ ମିଶନ ଏବଂ ଯୁଦ୍ଧ ବିମାନରେ ବ୍ୟବହାର କରାଯାଇପାରିବ।


ଏହି ୟୁନିଟର ନିର୍ମାଣ ପାଇଁ ୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଏଥିପାଇଁ ଉତ୍ତରପ୍ରଦେଶ ସରକାର ୮୦ ହେକ୍ଟର ଜମି ମାଗଣାରେ ଯୋଗାଇ ଦେଇଛନ୍ତି। ଏଠାରେ ନିର୍ମାଣ ହେବାକୁ ଥିବା କ୍ଷେପଣାସ୍ତ୍ର ସ୍ଥଳ, ଜଳ ଓ ଆକାଶମାର୍ଗରୁ ନିକ୍ଷେପ କରାଯାଇପାରିବ। ଏହି ଅବସରରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ବ୍ରହ୍ମୋସ ୟୁନିଟର ଉପଯୋଗିତା ନେଇ କହିବା ସହ ଭାରତ- ପାକିସ୍ତାନ ଉତ୍ତେଜନା ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେ କହିଛନ୍ତି ଭାରତୀୟ ସେନା ପାକିସ୍ତାନରେ ଆତଙ୍କବାଦୀ ଭିତ୍ତିଭୂମିକୁ ନଷ୍ଟ କରିବାକୁ ଅପରେସନ ସିନ୍ଦୂର ଆରମ୍ଭ କରିଥିଲେ। ପାକିସ୍ତାନ କେବଳ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିନି ବରଂ ମନ୍ଦିର, ଗୁରୁଦ୍ୱାର ଏବଂ ଚର୍ଚ୍ଚ ଉପରେ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଭାରତ ପ୍ରତି ଜବାବରେ ପାକିସ୍ତାନର ସାମରିକ ଘାଟି ଉପରେ ଆକ୍ରମଣ କରିଛି। ପାକିସ୍ତାନୀ ସେନାର ମୁଖ୍ୟାଳୟ ରାୱଲପିଣ୍ଡିରେ ମଧ୍ୟ ଭାରତୀୟ ସେନା ବିସ୍ଫୋରଣ କରିବାରେ ସକ୍ଷମ ହୋଇଛି। ଆତଙ୍କବାଦ ବିରୁଦ୍ଧରେ ଭାରତର ଶୂନ୍ୟ ସହନଶୀଳତା ନୀତି ଏବେ ଜାରି ରହିଛି, ଆଗକୁ ମଧ୍ୟ ଜାରି ରହିବ।

Sponsored
BrahMos unit inaugurated | Argus News