Wedding / ବିବାହ ବେଦୀରେ ବରକୁ ଦେଖି କନ୍ୟା ଭାଙ୍ଗିଦେଲା ବାହାଘର, କହିଲେ ଆମକୁ କାହିଁକି ମିଛ କହିଥିଲ...
·7 months ago·3 min read

Key Points
ବରଣମାଳା ସମାରୋହ ସରିଥିଲା
ବରକୁ ଦେଖି କନ୍ୟା ପରିବାର କ୍ରୋଧିତ ହୋଇଗଲେ
ବିବାହ ଭାଙ୍ଗିଗଲା, ଫେରିଗଲା ବର
ବରକୁ ଦେଖି କନ୍ୟା ପରିବାର କ୍ରୋଧିତ ହୋଇଗଲେ
ବିବାହ ଭାଙ୍ଗିଗଲା, ଫେରିଗଲା ବର
ବିବାହ ଏକ ପବିତ୍ର ବନ୍ଧନ। ଦୁଇଟି ସୁନ୍ଦର ହୃଦୟର ମିଳନ। ବିବାହ ଦୁଇଟି ପରିବାରକୁ ଏକାଠି କରିଥାଏ। ଆପଣ ଅନେକ ଭିଡିଓ ଦେଖିଥିବେ ବିବାହକୁ ନେଇ। କିନ୍ତୁ କେବେ ଦେଖିଛନ୍ତି କି, ଧୁମଧାମରେ ହେଲା ବିବାହ ସମ୍ପନ୍ନ। ପରିବାର ଲୋକେ ନାଚଗୀତ କରି ଖୁସି ମନାଉଥିଲେ। ହେଲେ ହଠାତ୍ କନ୍ୟା ଜଣଙ୍କ କହିଲା ମୁଁ ଶାଶୁଘର ଯିବିନି। ଏକଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କାରଣ ଜାଣିବାକୁ ଚାହିଁଲେ ଯେ, କଣ ହେଲା, ଖୁସିରେ ଖୁସିରେ ବିବାହ ତ ସମ୍ପନ୍ନ ହେଲା, ତେବେ କାହିଁକି ଶାଶୁଘର ଯିବନାହିଁ ଝିଅଟି । ଫାରୁଖାବାଦର ନବାବଗଞ୍ଜ ଅଞ୍ଚଳରେ ଘଟିଥିବା ଏହି ଘଟଣା ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି।
କନ୍ୟା ପରିବାର ବରକୁ ବିବାହ କରିବାକୁ ମନା କରିଦେଲେ କାରଣ ସେ ଠିକରେ ଚାଲିପାରୁନଥିଲେ । ଶେଷରେ ବର ଜଣଙ୍କ କନ୍ୟାକୁ ନନେଇ ଘରକୁ ଫେରିଲେ। ଅନେକ ସମୟ ଧରି ଆଲୋଚନା ପରେ ବି କୌଣସି ସମାଧାନର ବାଟ ବାହାରିପାରିନଥିଲା। ପୋଲିସର ଉପସ୍ଥିତି ମଧ୍ୟ ପରିସ୍ଥିତିକୁ ବଦଳାଇ ପାରିନଥିଲା । ଘଟଣାଟି ନବାବଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ଏକ ଗାଁରେ ଘଟିଛି। ଏଠାରେ ରହୁଥିବା ଝିଅଟିର ବିବାହ ଏଟା ଜିଲ୍ଲାର ଆଲିଗଞ୍ଜ ଥାନା ଅଞ୍ଚଳର ଜଣେ ଯୁବକଙ୍କ ସହିତ ସ୍ଥିର ହୋଇଥିଲା। ''ପୁଅଟି ଶିକ୍ଷିତ, ପରିବାର ଲୋକେ ଖୁବ ସରଳ ସ୍ୱଭାବର ଥିଲେ ବୋଲି ଗାଁ ଲୋକେ କୁହନ୍ତି।'' ଦୁହିଁଙ୍କ ବିବାହ ପାରସ୍ପରିକ ସହମତିରେ ସ୍ଥିର ହୋଇଥିଲା। ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିଲା ଏବଂ ସମ୍ପର୍କୀୟଙ୍କୁ ନିମନ୍ତ୍ରଣ କରାଯାଇଥିଲା।
ବରଯାତ୍ରୀଙ୍କୁ ଧୁମ୍ଧାମରେ ସ୍ୱାଗତ କରାଯାଇଥିଲା:
ବିବାହ ଦିନ, ଯୁବକ ଜଣକ ବରଯାତ୍ରୀ ଧରି ଆସି ପହଞ୍ଚିଥିଲେ କନ୍ୟା ଘରେ। ବର ଘର ଲୋକଙ୍କୁ ସମ୍ମାନର ସହିତ କନ୍ୟାଘର ପରିବାର ସ୍ୱାଗତ କରିଥିଲେ। ବିବାହ କାର୍ଯ୍ୟ ଖୁବ ଧୁମ୍ଧାମରେ ଶେଷ ହୋଇଥିଲା। ଦୁଇ ପରିବାର ଭିତରେ ହସଖୁସି ଏବଂ ନାଚଗୀତର ମାହୋଲ ଦେଖିବାକୁ ମିଳିଥିଲା। କେହି ଭାବି ନଥିଲେ ଯେ କିଛି ସମୟ ପରେ ଏହି ଖୁସିରେ କାହାର ନଜର ଲାଗିଯିବ ବୋଲି। ଏହାପରେ କିଛି ଏପରି ଘଟିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।ବିବାହ ରୀତିନୀତି ଆଗକୁ ବଢ଼ିଥିଲା। ସମସ୍ତେ ଭୋଜି ଖାଉଥାନ୍ତି, ଏହି ସମୟରେ ଯେତେବେଳେ ବରକୁ ଖାଇବାକୁ ଦିଆଗଲା ସେ ହାତ ଧୋଇବା ପାଇଁ ଯାଉଥିଲେ। ସମସ୍ତେ ଦେଖିଲେ ଯେ ବର ଜଣଙ୍କ ଠିକରେ ଚାଲି ପାରୁନାହାନ୍ତି। ଏହା ପରେ କନ୍ୟା ଘର ଲୋକେ ଅଭିଯୋଗ କଲେ ଯେ, ଆମକୁ ଲୁଚେଇଥିଲେ ବର ଘର ପରିବାର। ସେମାନେ କହିନଥିଲେ ଯେ, ତାଙ୍କ ପୁଅ ଠିକରେ ଚାଲିପାରୁନଥିଲେ ।
ସଙ୍ଗେ ସଙ୍ଗେ ବରପକ୍ଷ ସ୍ଥିତିକୁ ସମ୍ଭାଳିବା ପାଇଁ ପ୍ରୟାସ କରିଥିଲେ। ବରଙ୍କ ପିତା, ଦାଦା ଏବଂ ଘରର ବଡ଼ ମୁଖିଆମାନେ ସମସ୍ତଙ୍କୁ ବୁଝେଇବାକୁ ଲାଗିଲେ। ଏହାସହ କହିଲେ ଯେ, ଆମେ ଜାଣିଥିଲୁ କି କିଛି ଦିନ ପୂର୍ବେ ବରର ଗୋଟେ ଗୋଡରେ ଆଘାତ ଲାଗିଥିଲା। ସେଥିପାଇଁ ସେ ସାମାନ୍ୟ ଛୋଟେଇ ଛୋଟେଇ ଚାଲୁଛନ୍ତି । ଏହା ଏକ ସ୍ଥାୟୀ ସମସ୍ୟା ନୁହେଁ, ଏହା କେବଳ ଆଘାତର ପ୍ରଭାବ। ଡାକ୍ତରମାନେ ମଧ୍ୟ କହୁଛନ୍ତି ଯେ, ସେ କିଛି ଦିନ ମଧ୍ୟରେ ସୁସ୍ଥ ହୋଇଯିବେ। କିନ୍ତୁ କନ୍ୟାପକ୍ଷ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ। ତାଙ୍କର ଯୁକ୍ତି ଥିଲା ଯେ, ଏହା ବିବାହ ପୂର୍ବରୁ ଜଣେଇଦେବାର ଥିଲା। ଯାହା ଦ୍ଵାରା ଝିଅଟି ଏବଂ ତାଙ୍କ ପରିବାରକୁ ସଠିକ୍ ନିଷ୍ପତ୍ତି ନେବାର ସୁଯୋଗ ମିଳିଥାନ୍ତା। ବିବାଦ ଧୀରେ ଧୀରେ ବଢ଼ିବାକୁ ଲାଗିଲା ଏବଂ ଦୁଇ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହେଲା।
ବିବାଦ ବଢ଼ିବା ପରେ ମାମଲା ପୋଲିସ ଷ୍ଟେସନରେ ପହଞ୍ଚିଥିଲା:
କନ୍ୟାପକ୍ଷ ଆଉ ବିବାହ ହେବ ନାହିଁ ବୋଲି ଜିଦ୍ ଧରି ରହିଲେ। ଅନ୍ୟପକ୍ଷରେ, ବର ପକ୍ଷ କହିଛନ୍ତି ଯେ ବରଙ୍କର ଏହି ସମସ୍ୟା କୌଣସି ସ୍ଥାୟୀ ତ୍ରୁଟି ନାହିଁ, ତାଙ୍କର କେବଳ ଏକ ଆଘାତ ଅଛି । ଏହି ବିବାଦରେ, ପରିବାର ମଧ୍ୟରେ ପାରସ୍ପରିକ ଆଲୋଚନା ବିଫଳ ହୋଇଥିଲା ଏବଂ ମାମଲା ପୋଲିସ ପାଖରେ ପହଞ୍ଚିଥିଲା। ପୋଲିସ ଏବଂ ଗାଁର ସମ୍ମାନିତ ଲୋକମାନେ ମଧ୍ୟ କନ୍ୟା ପରିବାରକୁ ବୁଝାଇବାକୁ ଚେଷ୍ଟା କରିଥିଲେ ଯେ ଏହା କୌଣସି ବଡ଼ ରୋଗ କିମ୍ବା ଯନ୍ତ୍ରଣାର ବିଷୟ ନୁହେଁ, ଏହା କେବଳ ଏକ ଆଘାତ। କିନ୍ତୁ କନ୍ୟାପକ୍ଷ ବିବାହ ପାଇଁ ରାଜି ହେବାକୁ ମନା କରିଦେଲେ।
କନ୍ୟା ପରିବାର ଅଳଙ୍କାର ଫେରାଇ ଦେଲେ:
ବିବାଦ ଦୀର୍ଘ ସମୟ ଧରି ଚାଲିଥିଲା। କିନ୍ତୁ କୌଣସି ସମାଧାନ ହୋଇପାରିଲା ନାହିଁ। ତେଣୁ କନ୍ୟାପକ୍ଷ ବିବାହକୁ ସ୍ପଷ୍ଟ ଭାବରେ ମନା କରିଦେଲେ। ସେମାନେ ବରପକ୍ଷ ଦ୍ୱାରା ଦିଆଯାଇଥିବା ନିର୍ବନ୍ଧ ଅଳଙ୍କାର ଏବଂ ପୋଷାକ ମଧ୍ୟ ଫେରାଇ ଦେଇଥିଲେ। ଯାହା ଦ୍ଵାରା ଭବିଷ୍ୟତରେ କୌଣସି ଅଭିଯୋଗ କିମ୍ବା ବିବାଦ ସୃଷ୍ଟି ନହୁଏ। କିଛି ଘଣ୍ଟାର କଥାବାର୍ତ୍ତା ପରେ ଶେଷରେ କନ୍ୟାକୁ ନନେଇ ଫେରିବାକୁ ବାଧ୍ୟ ହୋଇଥିଲେ ବରପକ୍ଷ ଲୋକେ ।
ଅଧିକ ପଢ଼ନ୍ତୁ ଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: