Videos
|
National

ମଦୁଆ ବରକୁ ଦେଖି କନ୍ୟା ନେଲା ଏପରି ନିଷ୍ପତ୍ତି...

Manini Pattanayak
Browse all articles by Manini Pattanayak
·2 years ago·1 min read
ମଦୁଆ ବରକୁ ଦେଖି କନ୍ୟା ନେଲା ଏପରି ନିଷ୍ପତ୍ତି...

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରୁ ଏକ ଅଜିବଗରିବ ଖବର ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର  ସିହୋରରେ  ବରଯାତ୍ରୀ ସହିତ ବର  ଫେରିଯିବା ଘଟଣା  ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାମୁତାବକ,  ବରଯାତ୍ରୀଙ୍କ ସହ  ବର ମଦ ପିଇ ଚୁର୍‌ ଥିଲେ।  ଏପରି ଅବସ୍ଥାରେ ଆସି ପହଞ୍ଚିଥିଲେ ଝିଅ ଘରେ। ମଦ୍ୟପାନ କରିଥିବା  ବର ଏବଂ ବରଯାତ୍ରୀ ଝିଅ ପକ୍ଷର ଲୋକଙ୍କ ସହ ଅଭଦ୍ରାମୀ କରିବା ସହ ମାରପିଟ୍‌  ମଧ୍ୟ କରିଥିଲେ। ଏବଂ ଯୌତୁକରେ  କାର୍‌ ସହିତ  ୫ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ ବର ପକ୍ଷ ।

ବାହା ହେବାକୁ ଯାଉଥିବା  କନ୍ୟା ଜଣଙ୍କ  ଏ ସମସ୍ତ ଘଟଣା ଦେଖିବାପରେ ସାହାସର ସହ  ମଦୁଆ ବରକୁ ବିବାହ କରିବାକୁ ସିଧା ସିଧା ମନା କରିଦେଇଥିଲା।  ଏହାପରେ ବର ଏବଂ ବରଯାତ୍ରୀଙ୍କୁ  ଖାଲି ହାତରେ ଫେରିବାକୁ ପଡିଥିଲା।  ଶିଶୁପାଳ ହୋଇ ବର ଫେରିଯିବା ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଚାଲିଥିବା ବେଳେ  ଅନ୍ୟପଟେ  କନ୍ୟାର ସାହାସକୁ ଖୁବ୍‌ ପ୍ରଂଶସା କରାଯାଉଛି। 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
bride refused to marry and marriage procession returned | Argus News