Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Viral Wedding News / ଯୌତୁକ ଲୋଭ ଆଗରେ ମୁଣ୍ଡ ନୁଆଁଇଲାନି କନ୍ୟା, ବିବାହ ମଞ୍ଚରେ ନେଲେ ଐତିହାସିକ ନିଷ୍ପତ୍ତି

Ritu Das
Browse all articles by Ritu Das
·5 months ago·2 min read
ଯୌତୁକ ଲୋଭ ଆଗରେ ମୁଣ୍ଡ ନୁଆଁଇଲାନି କନ୍ୟା, ବିବାହ ମଞ୍ଚରେ ନେଲେ ଐତିହାସିକ ନିଷ୍ପତ୍ତି
India

Key Points

କନ୍ୟା କହିଲା ମୋ ସ୍ବାଭିମାନ ଆଗ
ମୋ ବାପା କୋଉଠି ମୁଣ୍ଡ ନୁଆଁଇବେନି
ବେଦୀରେ କହିଲେ ବରକୁ ମୁଁ ତୁମକୁ ବାହା ହେବିନି
ବିବାହ ସାତ ଜନ୍ମର ବନ୍ଧନ। ଗୋଟିଏ ଝିଅ ଏବଂ ଝିଅର ପରିବାର ବିବାହକୁ ନେଇ ବହୁତ ସ୍ବପ୍ନ ଦେଖିଥାଆନ୍ତି। କିନ୍ତୁ ଆମର ଗୋଟିଏ ମାନ୍ୟତା ଅଛି ଯେ, ବେଦୀରେ ଝିଅକୁ ବର ଛାଡ଼ିଲେ ସେହି କନ୍ୟାକୁ ଆଉ କେହି ବିବାହ କରିବେନି। ସେଥିପାଇଁ ଝିଅର ପିତା କନ୍ୟାଦାନ ବେଳେ ନିଜ ଝିଅର ଦଶ ଦୋଷ କ୍ଷମା କରିବାକୁ କହିଥାନ୍ତି। ଆଉ ପୁଅ ଘର ଡିମାଣ୍ଡ ମାଗିଲେ ନିଜେ ବିକି ହୋିକି ତାଙ୍କ ଦାବି ପୂରଣ କରିଥାଆନ୍ତି। ଆଉ ମଙ୍ଗୁଳା କନ୍ୟାକୁ କେହି ବିବାହ କରନ୍ତି ନାହିଁ। କିନ୍ତୁ ଆଜି ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଝିଅଙ୍କୁ ନେଇ କିଛି ସମାଜର ଅନ୍ଧବିଶ୍ବାସ ପୁରା ଦୂର ହୋଇଯିବ। ଆଉ ଏହି ଝିଅର କାମ ନିଶ୍ଚିତ ସମାଜର ସବୁ ଝିଅଙ୍କୁ ଗର୍ବିତ ଅନୁଭବ କରିବ। ଆଉ ଏହା ଶିକ୍ଷା ଦେବ ଯେ, ଝିଅ ମାନେ ଜିନିଷ ନୁହଁନ୍ତି।



କିଛି ଭିଡିଓ କେବଳ ମନୋରଞ୍ଜନ ନୁହେଁ, ସମାଜକୁ ଗଭୀର ଶିକ୍ଷା ମଧ୍ୟ ଦେଇଥାଏ। ଉତ୍ତରପ୍ରଦେଶର ବରେଲିରୁ ଆସିଥିବା ଏକ ଏଭଳି ଭିଡିଓ ବର୍ତ୍ତମାନ ଦେଶଜୁଡ଼ା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ଘଟଣାଟି ଘଟିଛି ଏକ ବିବାହ ଉତ୍ସବର ପୂର୍ବ ମୁହୂର୍ତ୍ତରେ। ଅଭିଯୋଗ ଅନୁଯାୟୀ, ବର ତାଙ୍କ ପରିବାର ସହିତ ₹20 ଲକ୍ଷ ନଗଦ ଟଙ୍କା ସହ ଏକ ବ୍ରେଜା କାର ଯୌତୁକ ଭାବେ ଦାବି କରିଥିଲେ। ଏତିକି ନୁହେଁ, ଦାବି ପୂରଣ ନହେବାରୁ ସେ ଓ ତାଙ୍କ ପରିବାର ସଦସ୍ୟମାନେ ସମ୍ପର୍କୀୟ ଓ ଅତିଥିମାନଙ୍କ ସମ୍ମୁଖରେ କନ୍ୟାଙ୍କ ପିତା ଓ ଭାଇଙ୍କୁ ଅପମାନିତ କରିଥିଲେ।

ପରିସ୍ଥିତି ସେତେବେଳେ ଅଧିକ ଗୁରୁତର ହୋଇଯାଇଥିଲା, ଯେତେବେଳେ ବରପକ୍ଷ ସ୍ପଷ୍ଟ କରିଦେଇଥିଲେ ଯେ ଦାବି ପୂରଣ ନହେଲେ ବିବାହ ହେବ ନାହିଁ। ଏହା ପରେ ଯାହା ଘଟିଲା, ସେଥିରେ ସମଗ୍ର ସମାଜ ଆଶ୍ଚର୍ଯ୍ୟଚକିତ ହୋଇଗଲା। ଭୟ, ଚାପ କିମ୍ବା ଭାବପ୍ରବଣ ବ୍ଲାକମେଲ୍‌ରେ ମୁଣ୍ଡ ନୁଆଁଇବା ପରିବର୍ତ୍ତେ, କନ୍ୟା ନିଜ ଆତ୍ମସମ୍ମାନକୁ ପ୍ରାଥମିକତା ଦେଲେ। ସ୍ଥିର, ସ୍ପଷ୍ଟ ଓ ନିର୍ଭୀକ ସ୍ୱରରେ ସେ ବିବାହ କରିବାକୁ ମନା କରିଦେଇଥିଲେ। ଝିଅ କହିଲା ମୋ ବାପାଙ୍କ ସ୍ବାଭିମାନ ଆଗ। ମୁଁ ସାରା ଜୀବନ କୁଆଁରୀ ରହିଯିବି। କିନ୍ତୁ ଯୌତୁକ ନେଇ କେବେ ବାହ ହେବିନି। ତାଙ୍କ ମତରେ, ଯେଉଁ ବ୍ୟକ୍ତି ଆରମ୍ଭରୁ ଅପମାନ, ଲୋଭ ଓ ଯୌତୁକ ଦାବିକୁ ଜୀବନର ଆଧାର କରେ, ସେଠାରେ ସମ୍ମାନଜନକ ଦାମ୍ପତ୍ୟ ଜୀବନର କଳ୍ପନା ଅସମ୍ଭବ।

କନ୍ୟାଙ୍କ ଏହି ଦୃଢ଼ ନିଷ୍ପତ୍ତି ସୋସିଆଲ ମିଡିଆରେ ବ୍ୟାପକ ପ୍ରଶଂସା ପାଇଛି। ହଜାର ହଜାର ଲୋକ ତାଙ୍କୁ ସାହସ, ସ୍ୱାଭିମାନ ଓ ମହିଳା ସଶକ୍ତିକରଣର ପ୍ରତୀକ ଭାବରେ ସମ୍ବୋଧନ କରୁଛନ୍ତି। ଯେଉଁ ସମାଜରେ ଯୌତୁକ ଲୋଭ ଅନେକ ପରିବାରକୁ ଋଣଗ୍ରସ୍ତ କରେ, ଅନେକ ମହିଳାଙ୍କ ଜୀବନକୁ ଯନ୍ତ୍ରଣାରେ ଭରିଦିଏ, ସେଠାରେ ବରେଲିର ଏହି ଘଟଣା ଏକ ଶକ୍ତିଶାଳୀ ସନ୍ଦେଶ ଦେଉଛି। ବିବାହ କେବେ ବି ନିଜ ସମ୍ମାନ କିମ୍ବା ପିତାମାତାଙ୍କ ଆତ୍ମମର୍ଯ୍ୟାଦାର ମୂଲ୍ୟରେ ହେବା ଉଚିତ୍ ନୁହେଁ। ବରେଲିର ଏହି ଘଟଣା ଆଉ କେବଳ ଏକ ଭାଇରାଲ ଭିଡିଓ ନୁହେଁ, ବରଂ ଦେଶର ଅଗଣିତ ମହିଳାଙ୍କ ପାଇଁ ସାହସ ଓ ଆଶାର ଏକ ଦୃଢ଼ ବାର୍ତ୍ତା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bride Refuses Dowry, Takes Historic Stand on Wedding Stage | Viral News | Argus News