Videos
|
National

Viral Wedding Drama / ବେଦୀରେ ବରର ବେମାରି ଦେଖି ବାହାହେବାକୁ ମନା କରିଦେଲା କନିଆ, ଶିଶୁପାଳ ହୋଇ ଫେରିଲେ ବରଯାତ୍ରୀ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ବେଦୀରେ ବରର ବେମାରି ଦେଖି ବାହାହେବାକୁ ମନା କରିଦେଲା କନିଆ, ଶିଶୁପାଳ ହୋଇ ଫେରିଲେ ବରଯାତ୍ରୀ
Baraatis Return Without Marriage

Key Points

ପ୍ରସ୍ତୁତ ଥିଲା ବେଦୀ । ରେଡ୍ଡୀ ହୋଇ ବସିଥିଲେ ବର, କନିଆ । କିଛି ସମୟ ପରେ ପଡ଼ିଥାନ୍ତା ହାତଗଣ୍ଠି । ହେଲେ... ହଠାତ୍ ବାହାହେବାକୁ ମନା କରିଦେଲା କନିଆ ।
ଲକ୍ଷ୍ନୌ: ବାହା ବେଦୀରେ ବସିଥିଲେ ବର, କନିଆ । କିଛି ସମୟ ପରେ ପଡ଼ିଥାନ୍ତା ହାତଗଣ୍ଠି । ହେଲେ ହଠାତ୍ ବାହା ହେବାକୁ ମନା କରି ଦେଲା କନିଆ । କହିଲା, ବରର ସ୍ଵାସ୍ଥ୍ୟାବସ୍ଥା ଠିକ୍ ନାହିଁ । ପରିବାର ଲୋକ ସତ ଲୁଚାଉଛନ୍ତି । ବିବାହ ଆଗକୁ ବଢ଼ାଇବାକୁ ମନା କରିବା ସହ ବରର ସ୍ଵାସ୍ଥ୍ୟ ରିପୋର୍ଟ ମାଗିଲେ ।

ଆଉ ଯାହା ପରେ ବାହାଘର ଭାଙ୍ଗିଦେଲେ ଝିଅ ଘର ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଏଟା ଜିଲ୍ଲାରେ । ପୋଲିସ ଅନୁସାରେ, ଘଟଣା ସକିଟ ଅଞ୍ଚଳରେ ଘଟିଛି । ଯେଉଁଠି ବିବାହ ଚାଲିଥିବା ବେଳେ ବର ହଠାତ୍ ଅସୁସ୍ଥ ହେବାରୁ ଉଭୟ ପକ୍ଷ ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ ।

ଏଥିସହ ପଢ଼ନ୍ତୁ: 'ଲୁଟେରି' କନ୍ୟା: ବିବାହ କଲା, ସୁନା ଅଳଙ୍କାର ଲୁଟି ପ୍ରେମିକ ସହ ଫେରାର... 

କ'ଣ ଥିଲା ଘଟଣାକ୍ରମ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ, ବର କୋତବାଲିର କଠୋଲି ଗାଁର । ରବିବାର ସନ୍ଧ୍ୟାରେ ବରଯାତ୍ରୀ ଆସି ସାକିତର ଏକ ଗେଷ୍ଟ ହାଉସ୍‌ରେ ପହଞ୍ଚିଥିଲେ । ସେଠାରେ ନାଗଲା ଫୁଲେ ଗାଁର ବିଜୟ ସିଂହଙ୍କ ଝିଅ ସହ ବାହାଘର ହୋଇଥାନ୍ତା ।

ବିବାହ ପାଇଁ ଅନ୍ୟ ପ୍ରସ୍ତୁତି ଚାଲିଥିବା ବେଳେ ବର ଚେୟାର୍‌ରେ ବସିଥିବା ବେଳେ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲା । ଯାହାକୁ ନେଇ ଉପସ୍ଥିତ ଲୋକେ ଚକିତ ହୋଇ ଯାଇଥିଲେ । ବରକୁ ଉଠାଇ ଉପସ୍ଥିତ ପରିବାର ଲୋକେ ପାଣି ପିଆଇଥିଲେ ।

ପ୍ରଥମେ ପରିବାର ଲୋକେ ଏହାକୁ ଅଣଦେଖା କରିଥିଲେ । କିନ୍ତୁ ପରେ କନିଆ ଓ ତାର ପରିବାର ଲୋକେ ବରର ସ୍ଵାସ୍ଥ୍ୟକୁ ନେଇ ପ୍ରଶ୍ନ ଉଠାଇବା ଆରମ୍ଭ କରିଥିଲେ । ଯାହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ ।

ଏଥିସହ ପଢ଼ନ୍ତୁ: ଇଣ୍ଡିଆନ୍ ଲୁକରେ ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନି; ସେଲ୍ଫିରେ ୫ ଲକ୍ଷରୁ ଅଧିକ ଲାଇକ୍, ଫିଦା ଭାରତୀୟ 

କନିଆର ସର୍ତ୍ତ, ମେଡିକାଲ୍ ରିପୋର୍ଟ ଆଣ

ଝିଅ ଘରର ଅଭିଯୋଗ ଅନୁସାରେ, ବିବାହ ପ୍ରସ୍ତାବ ପକ୍କା କରିବା ଆଗରୁ ପୁଅ ଘ ଲୋକେ ବରର ବେମାରି ନେଇ ତଥ୍ୟ ଲୁଚାଇଥିଲେ । ଏହାକୁ ନେଇ ଦୁଇ ପରିବାର ମୁହାଁମୁହିଁ ହୋଇଥିଲେ । ଉପସ୍ଥିତ ଲୋକେ ଓ ଅତିଥି ମାମଲା ସମାଧାନ ପାଇଁ ଚେଷ୍ଟା କରିଥିବା ବେଳେ ସକାଳ ପାଇ ଯାଇଥିଲା ।

ବୁଝାଇବାକୁ ପ୍ରୟାସ ଚାଲିଥିବା ବେଳେ କନିଆ ସିଧା ସିଧା ବାହା ହେବାକୁ ମନା କରି ଦେଇଥିଲା । କନିଆ କହିଥିଲେ, "ବରର ସ୍ଵାସ୍ଥ୍ୟ ଯାଞ୍ଚ ରିପୋର୍ଟ ଆଣିଲେ ହିଁ ବାହା ହେବି, ନହେଲେ ନାହିଁ ।" ଦୁଇ ପରିବାର ମଧ୍ୟରେ ବିବାଦ ପରେ ପୋଲିସ ପହଞ୍ଚିଥିଲା । ପରେ କନିଆ ପକ୍ଷ ଅସହମତ ହେବାରୁ ବରଯାତ୍ରୀ ଶିଶୁପାଳ ହୋଇ ଫେରିବାକୁ ପଡ଼ିଛି ।