ମହୀସାଗର ନଦୀରେ ଭୁଶୁଡ଼ିଲା ବ୍ରିଜ: ୯ ମୃତ

Key Points
ମହୀସାଗର ନଦୀରେ ଭୁଶୁଡ଼ିଲା ବ୍ରିଜ
ଗୁଜରାଟରେ ପୁଣି ଏକ ଭୟଙ୍କର ଦୁର୍ଘଟଣା ଘଟିଛି
ଏହି ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ଜଣ ଗୁରୁତର ହୋଇଛନ୍ତି
୪୫ ବର୍ଷ ପୁରୁଣା ପୋଲ ଭାଙ୍ଗି ଦୁଇଖଣ୍ଡ ହୋଇଗଲା
ଗୁଜରାଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଆଖି ସାମ୍ନାରେ ଦୁଇଖଣ୍ଡ ହୋଇଗଲା ବ୍ରିଜ । ଭଦୋଦରା ଏବଂ ଆନନ୍ଦକୁ ସଂଯୋଗ କରୁଥିବା ପୋଲ ଭୁଶୁଡ଼ି ପଡ଼ିଛି। ମହିସାଗର ନଦୀ ଉପରେ ନିର୍ମିତ ୪୫ ବର୍ଷ ପୁରୁଣା ପୋଲଟି ଭୁଶୁଡ଼ି ପଡ଼ିବା ଯୋଗୁଁ ଅନେକ ଗାଡ଼ି ମହିସାଗର ନଦୀରେ ଖସି ପଡ଼ିଛି । ଏକ ଟ୍ୟାଙ୍କର ଏବେ ବି ପୋଲ ଉପରେ ଝୁଲନ୍ତା ଅବସ୍ଥାରେ ରହିଛି । ଏହି ଘଟଣାରେ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ଜଣ ଗୁରୁତର ହୋଇଛନ୍ତି। ଏପର୍ଯ୍ୟନ୍ତ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ଦୁଇଟି ଟ୍ରକ୍, ଗୋଟିଏ ବୋଲେରୋ SUV ଏବଂ ଗୋଟିଏ ପିକଅପ୍ ଭ୍ୟାନ୍ ସମେତ ଚାରୋଟି ଗାଡ଼ି ସେତୁ ପାର ହେଉଥିବା ବେଳେ ହଠାତ୍ ଏହା ଭୁଶୁଡ଼ି ପଡ଼ିଥିଲା।
આણંદ અને વડોદરા જિલ્લાને જોડતો મુખ્ય ગંભીરા બ્રીજ તૂટી પડ્યો છે.અનેક વાહનો નદીમાં પડતા મોટી જાનહાનિ થઈ હોવાની શક્યતા છે. સરકારી તંત્ર તાત્કાલિક બચાવ કામગીરી હાથ ધરે અને ટ્રાફિક માટે વૈકલ્પિક વ્યવસ્થા કરવામાં આવે.@CMOGuj @dgpgujarat @Bhupendrapbjp @sanghaviharsh @CollectorAnd pic.twitter.com/Xn1vIB9QEs
📱 Get Argus News App
✨ଅଗ୍ନିଶମ ବାହିନୀ, ସ୍ଥାନୀୟ ପୋଲିସ ଏବଂ ଭଦୋଦରା ଜିଲ୍ଲା ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଅଧିକ ଦୁର୍ଘଟଣାକୁ ଏଡାଇବା ପାଇଁ କର୍ତ୍ତୃପକ୍ଷ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । ଭୁଶୁଡିବାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି । ତେବେ ଆନନ୍ଦ ଏବଂ ଭଦୋଦରା ଜିଲ୍ଲାକୁ ସଂଯୋଗ କରୁଥିବା ଏହି ସେତୁଟି ଆଜି ସକାଳେ ଖସିପଡ଼ିଥିଲ । କହି ରଖୁଛୁ ଯେ ଏହି ପୋଲ ମହିସାଗର ନଦୀ ଉପରେ ନିର୍ମିତ। ଏହାକୁ ଗମ୍ଭୀରା ପୋଲ କୁହାଯାଏ । ଏହି ପୋଲ ପାଦ୍ରା ଅଞ୍ଚଳରେ ନିର୍ମିତ । ଖବରପାଇ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।