Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବ୍ରିଟେନରେ ସୁନକ ରାଜ୍ ଶେଷ, ବାଜି ମାରିଲା ଲେବର ପାର୍ଟି  

National

ବ୍ରିଟେନରେ ସୁନକ ରାଜ୍ ଶେଷ, ବାଜି ମାରିଲା ଲେବର ପାର୍ଟି  

Manini Pattanayak
Browse all articles by Manini Pattanayak
·1 year ago·1 min read
ବ୍ରିଟେନରେ ସୁନକ ରାଜ୍ ଶେଷ, ବାଜି ମାରିଲା ଲେବର ପାର୍ଟି  

ନୂଆଦିଲ୍ଲୀ:  ବ୍ରିଟେନରେ ସୁନକ ରାଜ୍ ଶେଷ । ବାଜି ମାରିଲା ଲେବର ପାର୍ଟି । ନିର୍ବାଚନରେ ପରାସ୍ତ ହେଲେ ଋଷି ସୁନକ, କଲେ ପରାଜୟ ସ୍ବୀକାର । 14 ବର୍ଷ ପରେ ୟୁକେ କନଜରଭେଟିଭ୍ ପାର୍ଟି କ୍ଷମତାଚ୍ୟୁତ  । କେର୍‌ ଷ୍ଟାରମର୍‌ଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସୁନକ । ଲେବର ପାର୍ଟି ୩୫୦ ପାର୍‌ କରିଛି।  ହାରିବା ପରେ ଋଷି ସୁନକ ଆସନ୍ତାକାଲି ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି। 

ବହୁମତ ପାଇଁ କେତେ ସଂଖ୍ୟା ଦରକାର
୬୫୦  ସାଂସଦଙ୍କ ସଦନ  ଅର୍ଥାତ ହାଉସ୍‌ ଅଫ୍‌ କମନ୍ସରେ ବହୁମତ ର ସରକାର ଗଢିବାକୁ ହେଲେ କୌଣସି ମଧ୍ୟ ଦଳକୁ  ୩୨୬ ସିଟ୍‌ର ଆବଶ୍ୟକତା ପଡିଥାଏ।  ଯାହା ହାସିଲ କରିପାରିନଥିଲେ ସୁନକ୍‌ । 

14 ବର୍ଷ ଧରି କ୍ଷମତାରେ ଥିଲା କନଜରଭେଟିଭ୍ ପାର୍ଟି 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତ  ୧୪ ବର୍ଷ ଧରି କ୍ଷମତାରେ ଥିଲା କନଜରଭେଟିଭ୍ ପାର୍ଟି  । ଏହି ସମୟରେ ୟୁନାଇଟେଡ୍‌  କିଙ୍ଗଡମ୍‌ ରେ ୫ ପ୍ରଧାନମନ୍ତ୍ରୀ  ଦେଖିବାକୁ ମିଳିଥିଲେ କନଜରଭେଟିଭ୍ ପାର୍ଟିର।  ୨୦୧୦ରେ  ହୋଇଥିବା  ସାଧାରଣ ନିର୍ବାଚନରେ କନଜରଭେଟିଭ୍ ପାର୍ଟିକୁ ମିଳିଥିଲା ବିଜୟ। ଏହା ପରେ  ପିଏମ ହୋଇଥିଲେ ଡେଭିଡ୍‌ କୈମରନ । ଏହାର ପରେ  ୨୦୧୫ରେ  ୟୁକେ  ନିର୍ବାଚନରେ  କନଜରଭେଟିଭ୍ ପାର୍ଟିର ଦ୍ୱିତୀୟ ଥର  ବିଜୟ ହୋଇଥିଲା। କୈମରିନ୍‌ ପୁନର୍ବାର  ପିଏମ ହେଲେ।  କିନ୍ତୁ ୨୦୧୬ରେ ତାଙ୍କୁ  ପଦ ଛାଡିବାକୁ ପଡିଥିଲା।  ତାଙ୍କ ସ୍ଥାନରେ  କନଜରଭେଟିଭ୍ ପାର୍ଟି  ଟେରେସା ମେଙ୍କୁ  ପ୍ରଧାନମନ୍ତ୍ରୀ  କରିଥିଲା।  ସେ ପିଏମ ପଦରେ ୨୦୧୯ ପର୍ଯ୍ୟନ୍ତ ରହିଥିଲେ। ୨୦୧୯ରେ  ବୋରିସ ଜନସନ ୟୁକେ ର ପ୍ରଧାନମନ୍ତ୍ରୀ ହୋଇଥିଲେ । କିନ୍ତୁ ତାଙ୍କୁ ମଝିରେ ପଦ ଛାଡିବାକୁ  ପଡିଥିଲା। ତେଣୁ ଲିଜ୍‌  ଟ୍ରସ ପିଏମ ହୋଇଥିଲେ।   ସେ ମଧ୍ୟ ୫୦ ଦିନ ପଦରେ ରହିପାରିଥିଲେ। ତାଙ୍କ ସ୍ଥାନରେ  ଋଷି ସୁନକଙ୍କୁ ୟୁକେର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରାଯାଇଥିଲା। 

ଅଧିକ ପଢନ୍ତୁ ବିଦେଶ ଖବର  

Argus Whatsapp Channel Mobile Top
Sponsored
britain election results labour party keir starmer conservatives rishi sunak | Argus News