AI Deepfake Scandal / AI ରେ ଭଉଣୀମାନଙ୍କ ଅଶ୍ଳୀଳ ଫଟୋ ଦେଖି ନିଜ ଜୀବନ ନେଇଗଲେ ଭାଇ
·10 months ago·3 min read

Key Points
ଭାଇଭଉଣୀ ସମ୍ପର୍କ ଅତି ନିବିଡ଼। ଭଉଣୀ ନିଜ ଭାଇକୁ ରାକ୍ଷୀ ବାନ୍ଧିଥାଏ ଆଉ ଭାଇ ସବୁବେଳେ ତାକୁ ସୁରକ୍ଷା ଦେବ ବୋଲି କଥା ଦେଇଥାଏ। କିନ୍ତୁ ଏଠି ଭାଇଟିଏ ନିଜ ଭଉଣୀର ଚରିତ୍ର ସଂହାର ହେଉଥିବା ଦେଖି ନିଜ ଜୀବନ ନେଇଯାଇଛି।
ଭାଇଭଉଣୀ ସମ୍ପର୍କ ଅତି ନିବିଡ଼। ଭଉଣୀ ନିଜ ଭାଇକୁ ରାକ୍ଷୀ ବାନ୍ଧିଥାଏ ଆଉ ଭାଇ ସବୁବେଳେ ତାକୁ ସୁରକ୍ଷା ଦେବ ବୋଲି କଥା ଦେଇଥାଏ। କିନ୍ତୁ ଏଠି ଭାଇଟିଏ ନିଜ ଭଉଣୀର ଚରିତ୍ର ସଂହାର ହେଉଥିବା ଦେଖି ନିଜ ଜୀବନ ନେଇଯାଇଛି। ଏହି କଥାଟା ଶୁଣିଲେ ନିଶ୍ଚିତ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। କିନ୍ତୁ ଏହା ସତ। ଏକ ହୃଦୟବିଦାରକ ଘଟଣାରେ ହରିୟାଣାର ଫରିଦାବାଦରେ ଜଣେ ୧୯ ବର୍ଷୀୟ ଯୁବକ ତାଙ୍କ ତିନି ଭଉଣୀଙ୍କ କୃତ୍ରିମ ବୁଦ୍ଧିମତ୍ତା (AI) ଦ୍ୱାରା ତିଆରି ହୋଇଥିବା ଅଶ୍ଳୀଳ ଫଟୋ ଏବଂ ଭିଡିଓ ଦେଖାଇ ବ୍ଲାକମେଲ୍ ହେବା ପରେ ଆତ୍ମହତ୍ୟା କରିଛନ୍ତି।
ଏହାସହ ପଢ଼ନ୍ତୁ: ଡାକ୍ତରଙ୍କୁ ଡେଲିଭରି ଏଜେଣ୍ଟଙ୍କ ଦୁଷ୍କର୍ମ ଅଭିଯୋଗ, ଗିରଫ କଲା ପୋଲିସ
ପୀଡିତ ଯୁବକ ରାହୁଲ ଭାରତୀ, ଯିଏ ଡିଏଭି କଲେଜର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ, ଗତ ଦୁଇ ସପ୍ତାହ ଧରି ଭୟଙ୍କର ମାନସିକ ଚାପରେ ଥିଲେ। ତାଙ୍କ ବାପା ମନୋଜ ଭାରତୀଙ୍କ ଅନୁସାରେ, କେହି ତାଙ୍କ ଫୋନ୍ ହ୍ୟାକ୍ କରି AI ଦ୍ୱାରା ରାହୁଲ ଏବଂ ତାଙ୍କ ଭଉଣୀମାନଙ୍କ ନଗ୍ନ ଫଟୋ ଓ ଭିଡିଓ ସୃଷ୍ଟି କରିଥିଲେ। ସେଥିପାଇଁ ଦୁଇ ସପ୍ତାହ ହେଲା ସେ ଠିକ ସେ ଖାଉ ନ ଥିଲେ। ନିଜ ରୁମରେ ପଶିକି ରହୁଥିଲେ। ପରେ ସେମାନେ ଏହି ଅଶ୍ଳୀଳ ସାମଗ୍ରୀ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଦାବି କରିଥିଲେ।
ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ରାହୁଲ ଏବଂ ‘ସାହିଲ’ ନାମକ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ଚାଟ୍ ହୋଇଥିଲା, ଯିଏ ରାହୁଲଙ୍କୁ ଅଶ୍ଳୀଳ ଭିଡିଓ ପଠାଇ 20,000 ଟଙ୍କା ଦାବି କରିଥିଲେ। ହ୍ୱାଟସଆପ୍ ଚାଟ୍ ସ୍କ୍ରିନସଟ୍ରେ ଦେଖାଯାଇଛି ଯେ ‘ସାହିଲ’ ତାଙ୍କୁ “ଆଜା ମେରେ ପାସ୍” (ମୋ ପାଖକୁ ଆସ) ବୋଲି ଏକ ସ୍ଥାନ ପଠାଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶେଷ କଥାବାର୍ତ୍ତାରେ ‘ସାହିଲ’ ଧମକ ଦେଇଥିଲେ ଯେ ଟଙ୍କା ନ ଦେଲେ ସମସ୍ତ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଦେବେ। ସେ ରାହୁଲଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗ ମଧ୍ୟ ରହିଛି।
ଶନିବାର ସନ୍ଧ୍ୟା ସାତଟା ସମୟରେ ରାହୁଲ କିଛି ଟାବଲେଟ୍ ଖାଇ ଦେଇଥିଲେ। ଅବସ୍ଥା ଗୁରୁତର ହେବା ପରେ ପରିବାର ତାଙ୍କୁ ହସ୍ପିଟାଲକୁ ନେଇଯାଇଥିଲେ, ଯେଉଁଠାରେ ଚିକିତ୍ସା ସମୟରେ ମୃତ୍ୟୁ ଘଟିଥିଲା।
ପୀଡିତ ରାହୁଲଙ୍କ ବାପା କହିଛନ୍ତି ଯେ, “କେହି ମୋ ଝିଅମାନଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ ରାହୁଲଙ୍କ ଫୋନକୁ ପଠାଇ ସେଗୁଡିକୁ ଭାଇରାଲ କରିବାକୁ ଧମକ ଦେଇଥିଲେ। ଏହି ମାନସିକ ନିର୍ଯାତନା ଯୋଗୁଁ ସେ ବିଷ ପିଇ ଦେଇଥିଲେ।” ପରିବାର ଅଭିଯୋଗ ଅନୁଯାୟୀ, ନୀରଜ ଭାରତୀ ନାମକ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଏହି ମାମଲାରେ ସମ୍ପୃକ୍ତ ଅଛନ୍ତି ବୋଲି ରାହୁଲଙ୍କ ମାଆ କହିଛନ୍ତି। ମୀନା ଦେବୀଙ୍କ ଭିଣୋଇ ହେଉଛନ୍ତି ନୀରଜ। ନୀରଜ ଏବଂ ଏକ ଝିଅ ମିଶି ଏହି ଯୋଜନା କରିଥିବା ରାହୁଲଙ୍କ ମା' କହିଛନ୍ତି।
ଏହାସହ ପଢ଼ନ୍ତୁ: ସରକାରୀ ଅଧିକାରୀଙ୍କ ପତ୍ନୀଙ୍କୁ 'ନକଲି ଚାକିରି', ୩୭ ଲକ୍ଷ ଟଙ୍କା ଦରମା ଦେଲେ ଦୁଇ କମ୍ପାନୀ !
ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ଦୁଇଜଣଙ୍କ ନାଁରେ ମାମଲା ରୁଜୁ କରିଛି। "ରାହୁଲ ବିଷ ପିଇ ଦେଇଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ବର୍ତ୍ତମାନ ପୋଲିସ ମାମଲାର ତଦନ୍ତ ଜାରି ରଖିଛି। ରାହୁଲଙ୍କ ମୋବାଇଲ୍ ଫୋନ୍ ଜବତ କରି ଯାଞ୍ଚ ଲାଗି ସାଇବର ସେଲ୍କୁ ପଠାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ସୁନୀଲ କୁମାର କହିଛନ୍ତି।
ପୁରୁଣା ପୋଲିସ ଷ୍ଟେସନ୍ ଅଧିକାରୀ ବିଷ୍ଣୁ କୁମାର କହିଛନ୍ତି ଯେ ଏହି ମାମଲା "ସାଇବର ଅପରାଧ ଏବଂ ଏଆଇ ପ୍ରଯୁକ୍ତିର ଅପବ୍ୟବହାରର ଏକ ଗମ୍ଭୀର ଉଦାହରଣ"।

Related Topics
Explore more stories