Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

'କନ୍ୟା ପାଇଁ ୧୦ ଗ୍ରାମ୍ ସୁନା', କଂଗ୍ରେସ ନ ଦେବାରୁ BRS ଆଣିଲା 'ସୁନା' ଇଟା

Sushanta Sahoo
Browse all articles by Sushanta Sahoo
·1 year ago·1 min read
'କନ୍ୟା ପାଇଁ ୧୦ ଗ୍ରାମ୍ ସୁନା', କଂଗ୍ରେସ ନ ଦେବାରୁ BRS ଆଣିଲା 'ସୁନା' ଇଟା

ବିଧାନ ପରିଷଦରେ ବିରୋଧ । ଇଟା ଦେଖାଇ ବିରୋଧ କଲେ ବିଆରଏସ୍ ବିଧାୟକ । ବୁଧବାର ତେଲଙ୍ଗାନା ବିଧାନ ପରିଷଦରେ ଦେଖିବାକୁ ମିଳିଛି ନିଆରା ପ୍ରତିବାଦ । କଂଗ୍ରେସ ସରକାର ବିରୋଧରେ ବିଆରଏସ୍‌ର ବିଧାନ ପରିଷଦ ସଦସ୍ୟ ବିରୋଧ ପ୍ରଦର୍ଶନ କରିଛନ୍ତି । ପ୍ରତୀକାତ୍ମକ ସୁନା ଇଟା ଦେଖାଇ ବିରୋଧ କରିଛନ୍ତି, ଯେଉଁଥିରେ ତେଲୁଗୁ, ହିନ୍ଦୀ ଓ ଇଂରାଜୀରେ ଲେଖା ଅଛି '୧୦ ଗ୍ରାମ୍ ସୁନା' ।


ଏଭଳି ବିରୋଧ କରି ବିଆରଏସ୍, କଂଗ୍ରେସ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତିକୁ ମନେ ପକାଇ ଦେଇଛି । ନିର୍ବାଚନ ସମୟରେ କଂଗ୍ରେସ ପ୍ରତିଶ୍ରୁତି ଦେଇ କହିଥିଲା, ବିବାହ ଯୋଗ୍ୟ ଯୁବତୀଙ୍କୁ ୧୦ ଗ୍ରାମ୍ ସୁନା ଦିଆଯିବ । କିନ୍ତୁ କ୍ଷମତାକୁ ଆସିବା ପରେ କଂଗ୍ରେସ ଏହା ଭୁଲି ଯାଇଛି । ଆଉ କଂଗ୍ରେସକୁ ୧୦ ଗ୍ରାମ୍ ସୁନା କଥା ମନେ ପକେଇ ଦେବାକୁ ଯାଇ ବିଆରଏସ୍ ବିଧାୟକ ସୁନା ଇଟା (ପ୍ରତୀକାତ୍ମକ) ଧରି ପ୍ରତିବାଦ କରିଛନ୍ତି ।


ବିଆରଏସ୍ ବିଧାୟକ କହିଛନ୍ତି, ରେୱନ୍ତ ରେଡ୍ଡୀଙ୍କ ନେତୃତ୍ଵାଧିନ କଂଗ୍ରେସ ସରକାର ବଡ଼ ବଡ଼ କଥା କହି କ୍ଷମତାକୁ ତ ଆସିଲା । ତାଙ୍କର ଗୋଟିଏ ପ୍ରତିଶ୍ରୁତି ଥିଲା, ବିବାହ ଯୋଗ୍ୟ ଯୁବତୀଙ୍କୁ ବିବାହ ଲାଗି ୧୦ ଗ୍ରାମ୍ ସୁନା ଦେବେ । ଫଳରେ ପରିବାରକୁ ଆର୍ଥିକ ସହାୟତା ମିଳିବ । କିନ୍ତୁ ସରକାର ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଛନ୍ତି । ଏଥିଯୋଗୁଁ ଲକ୍ଷାଧିକ ପରିବାରର ବିଶ୍ଵାସ ଭାଙ୍ଗି ଯାଇଛି ଓ ଅନେକ ଆର୍ଥିକ ଅନାଟନରେ ଫସିଛନ୍ତି ।
ବିରୋଧ ସମୟରେ ବିଆରଏସ୍ ବିଧାୟକ ନକଲି ସୁନା ଇଟା ଦେଖାଇ କଂଗ୍ରେସକୁ ସମାଲୋଚନା କରିଛନ୍ତି । କହିଛନ୍ତି, ଲୋକଙ୍କ ବିଶ୍ଵାସ ଘାତକତା କରିଛି କଂଗ୍ରେସ । ତେବେ ବିଆରଏସ୍‌ର ଏହି ପ୍ରତିବାଦ ରାଜ୍ୟ ରାଜନୀତିର ପାରା ବଢ଼ାଇଥିବା ବେଳେ କଂଗ୍ରେସ କୌଣସି ପ୍ରତିକ୍ରିୟା ଦେଇ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BRS MLCs Protest With Gold Bricks, Slams Congress | Argus News