Videos
|
National

Emission Norms / ଖୁବ୍‌ ଶୀଘ୍ର ଲାଗୁ ହୋଇପାରେ BS-VIIର ମାନଦଣ୍ଡ, ଜାଣନ୍ତୁ ଗାଡ଼ିରେ କ’ଣ ହେବ ପରିବର୍ତ୍ତନ?

Bikash Mohanty
Browse all articles by Bikash Mohanty
·3 hours ago·1 min read
ଖୁବ୍‌ ଶୀଘ୍ର ଲାଗୁ ହୋଇପାରେ BS-VIIର ମାନଦଣ୍ଡ, ଜାଣନ୍ତୁ ଗାଡ଼ିରେ କ’ଣ ହେବ ପରିବର୍ତ୍ତନ?
Vehicle

Key Points

ଗାଡ଼ି ପାଇଁ ଆସିବ ନୂଆ ନିୟମ !
ଖୁବ୍‌ ଶୀଘ୍ର ଲାଗୁ ହୋଇପାରେ BS-VIIର ମାନଦଣ୍ଡ,
ଜାଣନ୍ତୁ ଏହା ଲାଗୁ ହେଲେ ଗାଡ଼ିରେ କ’ଣ ହେବ ପରିବର୍ତ୍ତନ?
ଭୁବନେଶ୍ବର,୧୪/୧୦: ଦେଶରେ ଯାନବାହାନ ସଂଖ୍ୟା ବଢ଼ିବା ସହ ପ୍ରଦୂଷଣ ମଧ୍ୟ ଏକ ବଡ଼ ଚିନ୍ତାର କାରଣ ପାଲଟିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ BS-VII ନିର୍ଗମନ ମାନଦଣ୍ଡକୁ ନେଇ ଚର୍ଚ୍ଚା ହେଉଛି। ଯଦି ଭବିଷ୍ୟତରେ ଏହି ନିୟମ ଲାଗୁ ହୁଏ, ତେବେ ଭାରତୀୟ ଅଟୋମୋବାଇଲ୍‌ ବଜାରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ।

କ’ଣ ଏହି BS-VII ନିୟମ?

ଯାନବାହାନରୁ ନିର୍ଗତ ହେଉଥିବା କ୍ଷତିକାରକ ଗ୍ୟାସ୍‌ ଓ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ନିର୍ଗମନ ମାନଦଣ୍ଡ ଧାର୍ଯ୍ୟ କରନ୍ତି। ଭାରତରେ ବର୍ତ୍ତମାନ BS-VI ମାନଦଣ୍ଡ ଲାଗୁ ରହିଛି। BS-VII ଭଳି ଆଗାମୀ ମାନଦଣ୍ଡର ଉଦ୍ଦେଶ୍ୟ ହେଉଛି ଯାନବାହାନରୁ ନିର୍ଗତ ପ୍ରଦୂଷଣକୁ ଆହୁରି କମ୍‌ କରିବା।

ପଢନ୍ତୁ ଏହି ଖବର:  ଇଭି ଟେଣ୍ଡର ଫେଲ୍ ହେଲେ ଭଡ଼ାରେ ନେଇହେବ ପେଟ୍ରୋଲ-ଡିଜେଲ ଗାଡ଼ି

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଇଞ୍ଜିନ୍‌ରେ ହୋଇପାରେ ବଡ଼ ପରିବର୍ତ୍ତନ

ନୂଆ ମାନଦଣ୍ଡ ଲାଗୁ ହେଲେ କାର୍‌, SUV, ବାଇକ୍‌ ଓ ଭାରୀ ବାଣିଜ୍ୟିକ ଯାନର ଇଞ୍ଜିନ୍‌ ଏବଂ ନିର୍ଗମନ ନିୟନ୍ତ୍ରଣ ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ ହୋଇପାରେ। କ୍ଷତିକାରକ ଗ୍ୟାସ୍‌ କମ୍‌ କରିବା ପାଇଁ କମ୍ପାନୀଗୁଡ଼ିକୁ ଉନ୍ନତ ପ୍ରଯୁକ୍ତିବିଦ୍ୟା ଓ ଅଧିକ କ୍ଷମତାସମ୍ପନ୍ନ ଫିଲ୍ଟରିଂ ବ୍ୟବସ୍ଥା ବ୍ୟବହାର କରିବାକୁ ପଡ଼ିପାରେ।

ବଢ଼ିପାରେ ଗାଡ଼ିର ଦାମ୍‌

ନୂଆ ପ୍ରଯୁକ୍ତିର ବ୍ୟବହାର ଯୋଗୁଁ ଗାଡ଼ି ନିର୍ମାଣ ଖର୍ଚ୍ଚ ବଢ଼ିପାରେ। ଏହାର ପ୍ରଭାବ କାର୍‌ ଓ ବାଇକ୍‌ର ଦାମ୍‌ ଉପରେ ପଡ଼ିବାର ସମ୍ଭାବନା ରହିଛି। ତେବେ BS-VII ନିୟମ କେବେ ଲାଗୁ ହେବ ଏବଂ ଏହାର ସଠିକ୍‌ ନିୟମାବଳୀ କ’ଣ ରହିବ, ସେନେଇ ଘୋଷଣାକୁ ଅପେକ୍ଷା କରିବାକୁ ପଡ଼ିବ।