Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଓଡିଶାରୁ ଜମ୍ମୁ କାଶ୍ମୀର ଯିବେ ବିଏସଏଫ୍ ଯବାନ; ନିପାତ ହେବେ ଆତଙ୍କବାଦୀ

Smruti Parija
Browse all articles by Smruti Parija
·1 year ago·1 min read
ଓଡିଶାରୁ ଜମ୍ମୁ କାଶ୍ମୀର ଯିବେ ବିଏସଏଫ୍ ଯବାନ; ନିପାତ ହେବେ ଆତଙ୍କବାଦୀ

ମାଲକାନଗିରି: ମାଲକାନଗିରି ଓ କୋରାପୁଟରୁ ଜମ୍ମୁ-କାଶ୍ମୀର ସ୍ଥାନାନ୍ତରିତ ହେବେ ବିଏଏସଏଫ୍ ଯବାନ । ଏଠାରୁ ୨୦୦୦ ବିଏସଏଫ୍ ଯବାନ୍ ଜମ୍ମୁ-କାଶ୍ମୀର ଯିବେ । ସୀମାରେ ଏବେ ଆତଙ୍କବାଦୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଥିବାରୁ ଏବଂ ସେଠାରେ ଲଗାତାର ଯବାନ ସହିଦ ହେବା ଘଟଣାକୁ ନେଇ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ଭାରତ ସରକାର । ଏହାସହ ସୀମାନ୍ତ ଜମ୍ମୁ-କାଶ୍ମୀରରୁ ଆତଙ୍କବାଦୀଙ୍କୁ ନିପାତ କରିବାକୁ ସରକାର ନେଇଛନ୍ତି କଡା ପଦକ୍ଷେପ । ଓଡିଶାରୁ ସେଠାକୁ ଦୁଇଟି ବାଟାଲିଅନକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ମାଲକାନଗିରି ଜିଲ୍ଲା ରୁ ଗୋଟିଏ ଓ କୋରାପୁଟ ରୁ ବାଟାଲିୟନ ସ୍ଥାନାନ୍ତରିତ ହେବେ ବୋଲି ନିଶ୍ଚିତ ହୋଇଛି ।

ଜମ୍ମୁ କାଶ୍ମୀରରେ ବଢୁଛି ଆତଙ୍କବାଦୀ କାର୍ଯ୍ୟକଳାପ । ଜୁଲାଇ ମାସରେ ଆତଙ୍କବାଦୀଙ୍କ ଆକ୍ରମଣରେ ଗଲାଣି ୧୨ ଯବାନଙ୍କ ଜୀବନ। ଗତକାଲି ଉତ୍ତର କାଶ୍ମୀରର କୁପୱାଡ଼ା ଜିଲ୍ଲା ଅଧୀନସ୍ଥ ମଚ୍ଛଲ ସେକ୍ଟର‌ର ଏଲ୍‌ଓସିରେ ପାକିସ୍ତାନୀ ବର୍ଡର ଆକ୍ସନ ଟିମ୍‌ (ବ୍ୟାଟ୍‌) ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କରିଥିଲା । କିନ୍ତୁ ଆକ୍ରମଣକୁ ପଣ୍ଡ କରିଛି ଭାରତୀୟ ସେନା। ପାକିସ୍ତାନ ସେନାର ସ୍ବତନ୍ତ୍ର ଅଧିକାରୀ ଏବଂ ଗ୍ରୁପ୍‌ କମାଣ୍ଡୋ ସମେତ ଆତଙ୍କବାଦୀମାନେ କମକଡ଼ି ସେକ୍ଟରରେ ଆକ୍ରମଣ କରିଥିଲେ । 

୩ ପାକିସ୍ତାନୀ ଅନୁପ୍ରବେଶକାରୀ ତ୍ରେଗାମ ସେକ୍ଟରର କମକଡ଼ି ପୋଷ୍ଟ୍‌ ନିକଟରେ ଥିବା ଫରୱାର୍ଡ ପୋଷ୍ଟ୍‌ ଉପରକୁ ଗ୍ରେନେଡ୍‌ ମାଡ଼ କରିବା ସହ ଗୁଳିବର୍ଷା କରିଥିଲେ । ଏହାର ଜବାବ ଦେଇ ଭାରତୀୟ ସେନାବାହିନୀ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା । ପ୍ରାୟ ୩ ଘଣ୍ଟା ଧରି ଗୁଳି ବିନିମୟ ଜାରି ରହିଥିଲା । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ନିପାତ ହୋଇଛି ଏବଂ ଅନ୍ୟ ୨ଜଣ ପିଓକେକୁ ଫେରିଯିବାକୁ ବାଧ୍ୟ ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଭାରତ ଖବର...
 

Sponsored
BSF jawans will go to Jammu and Kashmir from Odisha | Argus News