Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶହ ଶହ ବାଂଲାଦେଶୀ ବାଡ଼ ଭାଙ୍ଗି ଭାରତ ଭିତରେ ପଶୁଥିଲେ... ଘେରିଗଲେ ଭାରତୀୟ BSF ଯବାନ

National

Border Security / ଶହ ଶହ ବାଂଲାଦେଶୀ ବାଡ଼ ଭାଙ୍ଗି ଭାରତ ଭିତରେ ପଶୁଥିଲେ... ଘେରିଗଲେ ଭାରତୀୟ BSF ଯବାନ

Rashmita Mishra
Browse all articles by Rashmita Mishra
·1 hour ago·2 min read
ଶହ ଶହ ବାଂଲାଦେଶୀ ବାଡ଼ ଭାଙ୍ଗି ଭାରତ ଭିତରେ ପଶୁଥିଲେ... ଘେରିଗଲେ ଭାରତୀୟ BSF ଯବାନ
Border Security

Key Points

ଶହ ଶହ ବାଂଲାଦେଶୀ ବାଡ଼ ଭାଙ୍ଗି ଭାରତ ଭିତରେ ପଶୁଥିଲେ...
ବନ୍ଧୁକ ଧରି ବାଂଲାଦେଶୀଙ୍କୁ ଘେରିଗଲେ ଭାରତୀୟ BSF ଯବାନ ।
ଗୁଳିମାରିଲେ BSF ଯବାନ ଦୌଡ଼ିଲେ ବାଂଲାଦେଶୀ ।

ଶହ ଶହ ବାଂଲାଦେଶୀ ବାଡ଼ ଭାଙ୍ଗି ଭାରତ ଭିତରେ ପଶୁଥିଲେ... ବନ୍ଧୁକ ଧରି ବାଂଲାଦେଶୀଙ୍କୁ ଘେରିଗଲେ ଭାରତୀୟ BSF ଯବାନ । ଗୁଳିମାରିଲେ BSF ଯବାନ ଦୌଡ଼ିଲେ ବାଂଲାଦେଶୀ । ପ୍ରଥମେ ସତର୍କ କରାଇଲେ । ଯିଏ ଭାରତ ସୀମା ଭିତରକୁ ପଶିବାକୁ ଚେଷ୍ଟା କରିବ ସେ ଗୁଳି ଖାଇବ । କିନ୍ତୁ ଯବାନଙ୍କ କଥା କେହି ଶୁଣିଲେ ନାହିଁ ।

ଶହ ଶହ ବାଂଲାଦେଶୀ ଭାରତୀୟ ବାଡ଼କୁ ଭାଙ୍ଗି ସୀମା ଭିତରକୁ ପଶିବାକୁ ଚେଷ୍ଟା କରୁଥିଲେ । ଯାହାପରେ BSF ଯବାନ କରିଛନ୍ତି ଗୁଳିମାଡ଼ । ଆଣ୍ଠୁକୁ ଆଣ୍ଠୁକୁ ଲକ୍ଷ୍ୟ କରି ହୋଇଛି ଗୁଳି ମାଡ଼ । ଭୟରେ ଦୌଡ଼ିଲେ ସବୁ ବାଂଲାଦେଶୀ । ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ହେବା ପରେ ଜୋରସୋରରେ ଚାଲିଛି ସୀମାରେ ବାଡ଼ ବୁଲାଇବା କାମ। BSF ସୀମାରେ ଏବେ ବାଡ଼ ବୁଲାଉଛି ।

ଯାହାକୁ ସହି ପାରୁ ନାହାଁନ୍ତି ବାଂଲାଦେଶୀ । କାରଣ ବାଡ଼ ବୁଲିଲେ ଆଉ କେହି ଭାରତ ଭିତରକୁ ପ୍ରବେଶ କରିପାରିବେ ନାହିଁ । ବାଂଲାଦେଶୀଙ୍କୁ ମଧ୍ୟ ଭାରତରୁ ବିତାଡ଼ିତ କରାଯାଉଛି । ଯାହାକୁ ସହିପାରୁ ନାହାଁନ୍ତି ବାଂଲାଦେଶୀ । ଆଉ ବାଡ଼ ବୁଲାଇବାକୁ ନେଇ କରୁଛନ୍ତି ପ୍ରତିବାଦ । ଯାହାପରେ ଆକ୍ସନମୁଡ଼କୁ ଆସିଛି BSF ଯବାନ । ଏବେ ଯିଏବି ବାଡ଼ ଭାଙ୍ଗିବାକୁ ଚେଷ୍ଟା କରିବ ତା ଉପରେ ହେବ ଗୁଳିମାଡ଼ ।

ଶହ ଶହ ବାଂଲାଦେଶୀ ଆସି ବାଡ଼ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ଏପଟେ ଭାରତୀୟ ଯବାନ ପୁରା ତୟାର ହୋଇ ରହିଛନ୍ତି ହାତରେ ବନ୍ଧୁକ ଧରି । ବାଂଲାଦେଶୀଙ୍କୁ ମାଇକ ମାଧ୍ୟମରେ କୁହାଯାଇଥିଲା ବାଡ଼କୁ କେହି ଭାଙ୍ଗନାହିଁ । ଯିଏ ଭାଙ୍ଗିବା ତା ଦେହରେ ଆଗ ଗୁଳି ବାଜିବ । କିନ୍ତୁ ଯବାନ କଥା କେହି ଶୁଣିଲେ ନାହିଁ । ଯାହାପରେ BSF ଯବାନ ବାଂଲାଦେଶୀଙ୍କ ଗୋଡ଼କୁ ଗୁଳି ମାରିଥିଲେ ।

ଏହା ପରେ ଅନ୍ୟ ବାଂଲାଦେଶୀ ମାନେ ସେଠାରୁ ଭୟରେ ଦୌଡ଼ି ପଳାଇଥିଲେ । ଯଦି ଦେଖିବା ଅହରହ ଭାରତ ଭିତରେ ପଶିବାକୁ ଚେଷ୍ଟା କରୁଛନ୍ତି ବାଂଲାଦେଶୀ । ଗଳିଆ ରାସ୍ତା ଦେଇ ଭାରତ ଭିତରେ ପ୍ରବେଶ କରୁଥିଲେ ଏବଂ ଭାରତ ଅନ୍ନ ଧ୍ବଂସ କରୁଥିଲେ । କିନ୍ତୁ ଏବେ ସବୁ ବାଂଲାଦେଶୀଙ୍କୁ ଭାରତରୁ ବାହାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିଆ ପ୍ରଥମେ ପଶ୍ଚିମବଙ୍ଗରୁ ଆରମ୍ଭ ହୋଇଛି । ଯାହାକୁ ନେଇ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ।

ଶୁଭେନ୍ଦୁଙ୍କ ଆକ୍ସନ ପରେ ହଜାର ହଜାର ବାଂଲାଦେଶୀ ଭାରତରୁ ବାଂଲାଦେଶକୁ ଫେରି ଯାଉଛନ୍ତି । ବେଆଇନ ଭାବେ ଏମାନେ ସବୁ ପଶ୍ଚିମବଙ୍ଗରେ ବର୍ଷ ବର୍ଷ ଧରି ଆଧିପତ୍ୟ ବିସ୍ତାର କରିଥିଲେ । ମମତା ସରକାର ଏମାନଙ୍କ ପାଇଁ ଜୀବନଧାରା ପାଲଟିଥିଲା । କିନ୍ତୁ ଏବେ ପଶ୍ଚିମବଙ୍ଗରେ ଆସିଛି ଶୁଭେନ୍ଦୁଙ୍କ ସରକାର । ଯାହା ବାଂଲାଦେଶୀଙ୍କ ପାଇଁ କାଳ ପାଲଟିଛି । ଖୋଜି ଖୋଜି ସବୁ ବାଂଲାଦେଶୀଙ୍କୁ ବାହାର କରାଯାଉଛି ।







Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Border Security | Hundreds of Bangladeshis Attempt Border Breach, BSF Responds Swiftly | Argus News