Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Operation Sard Hawa / ସୀମା ପାର ଶତ୍ରୁଙ୍କୁ ଥରାଇବ ପାଇଁ BSFର 'ଅପରେସନ୍ ସର୍ଦ୍ଦ ହାୱା'

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·1 min read
ସୀମା ପାର ଶତ୍ରୁଙ୍କୁ ଥରାଇବ ପାଇଁ BSFର 'ଅପରେସନ୍ ସର୍ଦ୍ଦ ହାୱା'
Operation Sard Hawa 2025

Key Points

ସୀମା ପାର୍ଶ୍ୱରୁ ଆସୁଥିବା ସନ୍ଦିଗ୍ଧ ଡ୍ରୋନ୍‌କୁ ଖସାଇବା ପାଇଁ ଆଣ୍ଟି-ଡ୍ରୋନ୍ ୟୁନିଟ୍‌କୁ ସଜାଗ ରଖାଯାଇଛି ।

ସୀମା ପାର ଶତ୍ରୁଙ୍କୁ ଥରାଇବ ଅପରେସନ୍ ସର୍ଦ୍ଦ ହାୱା । ଆରମ୍ଭ ହୋଇଛି BSFର ଅପରେସନ୍ ସର୍ଦ୍ଦ ହାୱା । ଜାନୁଆରୀ ଶେଷ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବଳୟକୁ ଅଭେଦ୍ୟ କରାଯାଇଛି। କୁହୁଡ଼ିରେ ଶତ୍ରୁର ଗତିବିଧି ଜାଣିବା ପାଇଁ ଥର୍ମାଲ୍ ଇମେଜର୍ ଏବଂ ନାଇଟ୍ ଭିଜନ୍ ଗ୍ୟାଜେଟ୍ ବ୍ୟବହାର କରାଯାଉଛି।

ସୀମା ପାର୍ଶ୍ୱରୁ ଆସୁଥିବା ସନ୍ଦିଗ୍ଧ ଡ୍ରୋନ୍‌କୁ ଖସାଇବା ପାଇଁ ଆଣ୍ଟି-ଡ୍ରୋନ୍ ୟୁନିଟ୍‌କୁ ସଜାଗ ରଖାଯାଇଛି । ପାଦରେ ଚାଲିବା ସହ ଓଟ ଏବଂ ସ୍ୱତନ୍ତ୍ର ଯାନ ମାଧ୍ୟମରେ ରାତି ଅଧରେ ସର୍ଭେଲାନ୍ସକୁ ଦ୍ୱିଗୁଣିତ କରାଯାଇଛି।ଜମ୍ମୁ ଓ କାଶ୍ମୀର ସୀମାର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଅତିରିକ୍ତ ଯବାନ ଏବଂ ମହିଳା କମାଣ୍ଡୋମାନଙ୍କୁ ମୁତୟନ କରାଯାଇଛି।

ଶୂନ ଡିଗ୍ରୀ ତାପମାତ୍ରା ଏବଂ ପ୍ରବଳ ଶୀତ ସତ୍ତ୍ୱେ ଯବାନମାନେ ୨୪ ଘଣ୍ଟା ପାଟ୍ରୋଲିଂ ଜାରି ରଖିଛନ୍ତି।ସୀମା ଆରପଟେ ଥିବା ଲଞ୍ଚପ୍ୟାଡ୍‌ରେ ପ୍ରାୟ ୮୦ରୁ ଅଧିକ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ସୁଯୋଗ ଅପେକ୍ଷାରେ ଥିବା ରିପୋର୍ଟ ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଜାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Operation Sard Hawa | BSF to launch 'operation Sard Hawa' along Jammu, Rajasthan borders with Pak ahead R-Day | Argus News