ଏକା ଲଢ଼ିବ BSP: ମାୟାବତୀ
·2 years ago

ଅର୍ଗସ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ନିର୍ବାଚନ ପୂର୍ବରୁ ଅନେକ କଥା ସାମ୍ନାକୁ ଆସୁଥିଲା। ବିଭିନ୍ନ ମହଲରେ ଗୋଟେ କଥା ଉଠୁଥିଲା କି ଏଥର ମେଣ୍ଟ ହୋଇପାରେ। କିନ୍ତୁ ଏହି ଆଲୋଚନା ଉପରେ ପୂର୍ଣ୍ଣ ଚ୍ଛେଦ ପଡିବା ପରେ ଆଉ ଏକ ଖବର ସାମ୍ନାକୁ ଆସିଛି। ସାଧାରଣ ନିର୍ବାଚନ ପୂର୍ବରୁ ବିଏସପି ପକ୍ଷରୁ ବଡ ଘୋଷଣା । ୨୦୨୪ ନିର୍ବାଚନରେ ଏକାକୀ ଲୋକସଭା ନିର୍ବାଚନ ଲଢିବ ମାୟାବତୀଙ୍କ ବିଏସପି । କୌଣସି ମେଣ୍ଟରେ ସାମିଲ ହେବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ମାୟାବତୀ ।
କିନ୍ତୁ ବହୁଜନ ସମାଜର ହିତ ପାଇଁ ବିଏସପି ଏକାକୀ ନିର୍ବାଚନ ଲଢିବ ଏବଂ ଏହି ନିଷ୍ପତ୍ତିରେ ଆମେ ଅଟଳ ବୋଲି ମାୟାବତୀ କହିଛନ୍ତି । ଆଗାମୀ ଲୋକସଭା ନିର୍ବାଚନରେ କୌଣସି ଦଳ ସହ ବିଏସପି ମେଣ୍ଟ କରିବନି ବୋଲି ମାୟାବତୀ ସ୍ପଷ୍ଟ କରିଥିଲେ ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: