Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

 ବଜେଟ୍‌ରେ ମହିଳାମାନଙ୍କୁ ସ୍ୱତନ୍ତ୍ର ପ୍ରାଧ୍ୟାନ୍ୟ 

Manini Pattanayak
Browse all articles by Manini Pattanayak
·1 year ago·2 min read
 ବଜେଟ୍‌ରେ ମହିଳାମାନଙ୍କୁ ସ୍ୱତନ୍ତ୍ର ପ୍ରାଧ୍ୟାନ୍ୟ 

ନୂଆଦିଲ୍ଳୀ: ନିର୍ମଳାଙ୍କ ବଜେଟ ପେଡିରେ ଯୁବକ ଯୁବତୀଙ୍କୁ ନିଯୁକ୍ତି ନେଇ ମିଳିଲା ବଡ ଉପହାର।  ବଲ୍ଲେ ବଲ୍ଲେ ହେବେ  ପ୍ରଥମ ଥର ଚାକିରି ପାଇଥିବା ଯୁବକ ଯୁବତୀ।  ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟରେ ଯୁବକ ଯୁବତୀଙ୍କୁ ଦିଆଯାଇଛି ପ୍ରାଧ୍ୟାନ୍ୟ। ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ  କହିଛନ୍ତି  କୌଣସି  ସଂସ୍ଥା  ବା କମ୍ପାନୀରେ ଯଦି ଯୁବକ ଯୁବତୀ ପ୍ରଥମ ଥର ଚାକିରି କରୁଛନ୍ତି  ତେବେ  କମ୍ପାନୀ ତରଫରୁ ସରକାର ଦେବେ ପ୍ରଥମ ମାସର  ଦରମା।  ଦରମାର ଏହି ଟଙ୍କା  ୧୫ ପର୍ପ୍ୟନ୍ତ ରହିବ।  ତିନୋଟି  କିସ୍ତିରେ  ଏହା ଟ୍ରାନ୍ସଫର କରାଯିବ।  ଆଜ୍ଞା ହଁ  ଅର୍ଥମନ୍ତ୍ରୀ  କହିଛନ୍ତି  EPFO ରେ ପ୍ରଥମ ଥର ରେଜିଷ୍ଟର କରିଥିବା ଏପ୍ଲୋଇଙ୍କୁ  ଏହି ୧୫ ହଜାର ଟଙ୍କା  ଦିଆଯିବ ଆଉ ଏହାତିନି କିସ୍ତିରେ।  ତେବେ ଯାହାର  ଦରମା ଏକ ଲକ୍ଷ ଟଙ୍କାରୁ କମ ହୋଇଥିବ ସେଇମାନେ ଏହି ସ୍କିମ ର ଫାଇଦା ଉଠାଇ ପାରିବେ ବୋଲି  କହିଛନ୍ତି ନିର୍ମଳା। ତେବେ ପାଖାପାଖି ୧୦ ଲକ୍ଷ ନବ ନିଯୁକ୍ତଙ୍କୁ ଏହି ଲାଭ ମିଳିବ। ଏହାସହ ଦେଶର ଟପ୍ ୫୦୦ କମ୍ପାନୀରେ ଇଣ୍ଟର୍ଣ୍ଣ କରୁଥିବା ଯୁବକ ଯୁବତୀଙ୍କୁ ମିଳିବ ସ୍ୱତନ୍ତ୍ର ଆର୍ଥିକ ସହାୟତା । ମାସିକ ଇଣ୍ଟର୍ଣ୍ଣସିପ୍ ଭତ୍ତା ଭାବେ ସେମାନଙ୍କୁ ୫୦୦୦ ଟଙ୍କା । 

ସେହିପରି ବଜେଟ୍ ର ମହିଳାମାନଙ୍କୁ ଦିଆଯାଇଛି ସ୍ୱତନ୍ତ୍ର ପ୍ରାଧ୍ୟାନ୍ୟ । ମହିଳା ଏବଂ ଯୁବତୀମାନଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ୩ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା ଉପରେ ଘୋଷଣା କରାଯାଇଛି।  କାର୍ଯ୍ୟରେ ଥିବା ମହିଳାଙ୍କୁ କୌଣସି ପ୍ରକାରର ସମସ୍ୟା  ନହେବ  ସେଥିପାଇଁ କେନ୍ଦ୍ର ସରକାର କାର୍ଯ୍ୟସ୍ଥଳରେ  ଛୋଟ ପିଲାଙ୍କ ଦେଖାସୁଣା  ପାଇଁ ଶିଶୁ ଯତ୍ନ ଗୃହ ନିର୍ମାଣ କରିବା ପାଇଁ ଘୋଷଣା କରିଛନ୍ତି  ଅର୍ତମନ୍ତ୍ରୀ।  ସାଧାରଣତଃ ଦେଖାଯାଇଥାଏ ଯେ,  ଶିଶୁଙ୍କ ପାଇଁ  ମହିଳାମାନେ ଅନେକ ଥର ଚାକିରି ଛାଡିଦେବାର ଦେଖିବାକୁ ମିଳିଥାଏ। ଯାହାକୁ ଧ୍ୟାନରେ ରଖି  ଅର୍ଥମନ୍ତ୍ରୀ ଏହି ଘୋଷଣା କରିଛନ୍ତି।  
 ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Budget 2024: Govt. to set up working women hostels | Argus News