ମଧ୍ୟବର୍ତ୍ତିକାଳୀନ ବଜେଟରେ ବିକଶିତ ଭାରତର ନକ୍ସା

ଅର୍ଗସ ବ୍ୟୁରୋ: ସଂସଦରେ ମଧ୍ୟବର୍ତ୍ତିକାଳୀନ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଯେଉଁଭଳି ପୂର୍ବା ସରକାରମାନଙ୍କରେ ନିର୍ବାଚନ ପୂର୍ବ ବଜେଟରେ ଲୋଭନୀୟ ଯୋଜନା ନେଇ ଘୋଷଣା କରାଯାଏ। ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଶେଷ ବଜେଟରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ନିର୍ବାଚନକୁ ଦୃଷ୍ଟିରେ ରଖି ନୁହେଁ ବରଂ ଦେଶର ଭବିଷ୍ୟତ ଅର୍ଥନୀତିକୁ ମଜଭୁତ କରିବା ଦିଗରେ ପ୍ରସ୍ତୁତ ହୋଇଛି ଏହି ବଜେଟ୍। ଅର୍ଥାତ ରାଜନୈତିକ ସ୍ବାର୍ଥଠୁ ଉପରକୁ ଉଠି ଷ୍ଟେଟସମ୍ୟାନର ପରିଚୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ନିର୍ବାଚନ ପୂର୍ବର ଭିଜନାରୀ ବଜେଟରେ ପ୍ରତିଫଳିତ ହୋଇଛି ବିକଶିତ ଭାରତର ଚିତ୍ର। ଏହି ମଧ୍ୟବର୍ତ୍ତିକାଳୀନ ବଜେଟରେ କେଉଁ କ୍ଷେତ୍ରକୁ ଅଧିକ ଫୋକସ କରାଯାଇଛି ନଜର ପକାଇବା।
1- ବଜେଟରେ ମହିଳା ବିକାଶକୁ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଲକ୍ଷପତି ଦିଦି ଯୋଜନାରେ ଏସଏଚଜି ଗ୍ରୁପର ମହିଳାଙ୍କ ରୋଜଗାର ବୃଦ୍ଧି ନେଇ ସେମାନଙ୍କୁ ତାଲିମ ଦେବାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି କେନ୍ଦ୍ର ସରକାର। ଏହି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା 2 କୋଟିରୁ 3 କୋଟିକୁ ବୃଦ୍ଧି କରାଯାଇଛି।
2- ଏହା ଛଡ଼ା ଆୟୁଷ୍ମାନ ଭାରତ ଯୋଜନାର ପରିଧି ବୃଦ୍ଧି କରି ଏଥିରେ ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ସାମିଲ କରାଯାଇଛି। ସକ୍ଷମ ଅଙ୍ଗନୱାଡ଼ି ଓ ପୋଷଣ 2.0 କାର୍ଯ୍ୟକ୍ରମ ମାଧ୍ୟମରେ ମା ଓ ନବଜାତ ଶିଶୁର ସୁସ୍ବାସ୍ଥ୍ୟ ଉପରେ ଦିଆଯାଉଛି ଫୋକସ୍।
📱 Get Argus News App
✨ସ୍ଲୋଗାନରେ ସୀମିତ ନାହିଁ। ଏହାକୁ କାମରେ କରି ଦେଖାଇଛନ୍ତି ମୋଦି ସରକାର। ଅନୁସନ୍ଧାନ ବା ରିସର୍ଚ୍ଚ ପାଇଁ ବଜେଟରେ ଏକ ଲକ୍ଷ କୋଟିର ଏକ କର୍ପସ ଫଣ୍ଡର ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଯେଉଁଥିରେ ଗବେଷକଙ୍କୁ 50 ବର୍ଷ ଯାଏ ବିନା ସୁଧରେ ଋଣ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଘରୋଇ ଶିକ୍ଷାନୁଷ୍ଠାନର ଗବେଷକ ମଧ୍ୟ ଏହାର ଫାଇଦା ନେଇପାରିବେ। ଏହା ବିକଶିତ ଭାରତ ଲକ୍ଷ୍ୟ ପୂରଣରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ମାଲଦ୍ବୀପ ବନାମ ଲାକ୍ଷାଦ୍ବୀପକୁ ନେଇ ଯୁବ ପିଢିଙ୍କ ଭିତରେ ତର୍କ ଥମୁନଥିବା ବେଳେ ଆଞ୍ଚଳିକ ପର୍ଯ୍ୟଟନକୁ ଫୋକସ୍ ଦେଇଛନ୍ତି କେନ୍ଦ୍ର ସରକାର। ପିଏମ ମୋଦିଙ୍କ ଗସ୍ତ ପରେ ଲାକ୍ଷାଦ୍ବୀପ ପ୍ରତି ପର୍ଯ୍ୟଟକଙ୍କ ଆଗ୍ରହ ବୃଦ୍ଧି ପାଇଛି। ଯାହାକୁ ନଜରରେ ରଖି ଆଞ୍ଚଳିକ ପର୍ଯ୍ୟଟନର ବିକାଶ, ବନ୍ଦର ଯୋଗାଯୋଗ ଏବଂ ଟୁରିଜମ ଇନଫ୍ରାଷ୍ଟ୍ରକ୍ଚର ବିକାଶ କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ ଘୋଷଣା ନେଇ ଯୋଜନା କରୁଛନ୍ତି କେନ୍ଦ୍ର ସରକାର।
ଦେଶକୁ ବିଦେଶୀ ପୁଞ୍ଜି ନିବେଶ ବୃଦ୍ଧି ଦିଗରେ ମଧ୍ୟ ପ୍ରୟାସ ଜାରି ରହିଛି। ପାଷ୍ଟ ଡେଭଲପମେଣ୍ଟ ଇଣ୍ଡିଆ ଅଧିନରେ ସହଯୋଗୀଙ୍କ ସହ ବିଦେଶୀ ପୁଞ୍ଜି ନିବେଶ ନେଇ ଆଲୋଚନା ଚାଲିଥିବା ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ।
40 ହଜାର ରେଳ ବଗିକୁ ବନ୍ଦେଭାରତ କୋଚ୍ ଶୈଳୀରେ ପରିବର୍ତ୍ତିତ କରିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଯାହା ଦେଶରେ ରେଳ ଯୋଗାଯୋଗ କ୍ଷେତ୍ରରେ ଆଣିବ ବୈପ୍ଳବିକ ପରିବର୍ତ୍ତନ।
ଏସବୁ ବ୍ୟତୀତ ଅପରିବର୍ତ୍ତିତ ଟାକ୍ସ ରେଟ୍, ପ୍ରତିରକ୍ଷା କ୍ଷେତ୍ରରେ ନିବେଶ ବୃଦ୍ଧି, ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟକୁ ଫୋକସ ଦେଇ 2047 ସୁଦ୍ଧା ବିକଶିତ ସଶକ୍ତ ଭାରତ ନିର୍ମାଣର ବ୍ଲୁପ୍ରିଣ୍ଟ ଆଙ୍କିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ମୋଦି ସରକାରଙ୍କ ଏହି ଦୂର ଦୃଷ୍ଟି ସମ୍ପନ୍ନ ବଜେଟ୍ ଭାରତର ଅର୍ଥନୀତିକୁ ବଶ୍ବର ସର୍ବଶ୍ରେଷ୍ଠ ଅର୍ଥନୀତି ଆଡ଼କୁ ଟାଣିନେବାର କ୍ଷମତା ରଖୁଛି।
ଆହୁରି ପଢନ୍ତୁ ଭାରତ ଖବର...