ବଜେଟ୍ ବଢାଇଲା ଚର୍ଚ୍ଚା : ଚାକିରି, କୃଷି ଓ ମହିଳାଙ୍କୁ ମିଳିଲା ଗୁରୁତ୍ଵ

Key Points
- ବଜେଟ୍ ବଢାଇଲା ଚର୍ଚ୍ଚା
- ଚାକିରି, କୃଷି ଓ ମହିଳାଙ୍କୁ ମିଳିଲା ଗୁରୁତ୍ଵ
- ମହଙ୍ଗା ମାଡ଼ରୁ ବର୍ତ୍ତିବେ ଜନତା
ଅର୍ଗସ ବ୍ୟୁରୋ : ଆସିଲା ବଜେଟ୍, ଶସ୍ତା ହେଲା ଅନେକ ସାମଗ୍ରୀ । ବହୁ ପ୍ରତୀକ୍ଷିତ ଅପେକ୍ଷାର ହେଲା ଅନ୍ତ । ଗୃହରେ ୨୦୨୪-୨୫ ବଜେଟ ଉପସ୍ଥାପନ କରିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଲୋକମାନେ ସରକାରଙ୍କ ନୀତି ଉପରେ ଭରସା କରିଛନ୍ତି । ବଜେଟରେ ମହିଳା, ଚାଷୀ, ଯୁବବର୍ଗଙ୍କୁ ଗୁରୁତ୍ୱ ଦିଆଯାଇଛି । ଖାଲି ଯୁବବର୍ଗଙ୍କୁ ନୁହେଁ ବରଂ ଚାଷୀଙ୍କୁ ଉଚିତ ମୂଲ୍ୟ ଦେବାକୁ ସରକାର ପ୍ରତିଶୃତିବଦ୍ଧ ବୋଲି ସ୍ପଷ୍ଟ କରିଛନ୍ତି ନିର୍ମଳା । ଖାସ କରି ଶିକ୍ଷା, ରୋଜଗାର ଓ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଛି । ସେଇଥି ଲାଗି ତ ନିଯୁକ୍ତି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧ ଲକ୍ଷ ୪୮ ହଜାର କୋଟି ବ୍ୟବସ୍ଥା କରାଯାଇଛି ।
ତେବେ ନଜର ପକାନ୍ତୁ ବଜେଟ୍ରେ କାହାକୁ ମିଳିଲା କଣ ?
୧- ଷ୍ଟାଣ୍ଡାର୍ଡ ଡିଡକସନ ପରିମାଣ ୭୫ ହଜାରକୁ ବଢିଲା
୨- ୩ ଲକ୍ଷରୁ ୭ ଲକ୍ଷ ଟଙ୍କା ଆୟରେ ୫ ପ୍ରତିଶତ ଟିକସ
୩- ପିଏମ ଆବାସରେ ୩ କୋଟି ଘର
୪- କୃଷି ପାଇଁ ୧.୫୨ ଲକ୍ଷ କୋଟି
୫- ୫ ରାଜ୍ୟରେ କିଷାନ କ୍ରେଡିଟ କାର୍ଡ
୬- ୧୨ ନୂଆ ଇଣ୍ଡଷ୍ଟ୍ରିଆଲ ହବ ପାଇଁ ମଞ୍ଜୁରୀ
୭- ସୁନା, ରୂପା, ପ୍ଲାଟିନମ, ମୋବାଇଲ ଶସ୍ତା
୮- ଓଡିଶାରର ପର୍ଯ୍ୟଟନସ୍ଥଳକୁ ବିଶ୍ୱସ୍ତରୀୟ କରାଯିବ
୯- ମହାକାଶ ଅର୍ଥନୀତି ପାଇଁ ୧୦୦୦ କୋଟି
୧୦- ୫ କୋଟି ଆଦିବାସୀଙ୍କ ପାଇଁ ଉନ୍ନତ ଗ୍ରାମ
ସେପଟେ, ଓଡ଼ିଶାକୁ ପୁଣି ଥରେ ଫୋକସ କରିଛନ୍ତି ମୋଦି ସରକାର । ବିଶ୍ଵସ୍ତରୀୟ ହେବ ଓଡ଼ିଶାର ପର୍ଯ୍ୟଟନ। ସୁନ୍ଦର ପ୍ରାକୃତିକ ସ୍ଥଳୀ, ମନ୍ଦିର, ପ୍ରାଚୀନ କୀର୍ତ୍ତିରାଜି, ଅଭୟାରଣ୍ୟ ଓ ବିସ୍ତୀର୍ଣ୍ଣ ବେଳାଭୂମି ଯୋଗୁଁ ଓଡ଼ିଶାରେ ରହିଛି ପର୍ଯ୍ୟଟନର ଅପାର ସୁଯୋଗ। ଏଣୁ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସ୍ବତନ୍ତ୍ର ଅନୁଦାନ ଦେବେ ମୋଦି ସରକାର । ଏ ନେଇ ବଜେଟରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ଓଡ଼ିଶା ସମେତ ପୁରା ପୂର୍ବାଞ୍ଚଳର ବିକାଶ ପାଇଁ କେନ୍ଦ୍ର ବଜେଟରେ ହୋଇଛି ଏକ ସ୍ବତନ୍ତ୍ର ଓ ବଡ଼ ଯୋଜନାର ଘୋଷଣା । ପୂର୍ବାଞ୍ଚଳର ବିକାଶ ପାଇଁ ପୂର୍ବୋଦୟ ନାଁରେ ନୂଆ ଯୋଜନାର ଶୁଭାରମ୍ଭ କରିବେ ମୋଦି ସରକାର। ଏହି ଯୋଜନାରେ ସାମିଲ ହେବେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆନ୍ଧ୍ରପ୍ରଦେଶ ସମେତ ଓଡ଼ିଶା । ସେପଟେ, ମିଶନ ପୂର୍ବୋଦୟକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏମିତି ଏକ ଯୋଜନା କରି ପୂର୍ବାଞ୍ଚଳର ବିକାଶ ପାଇଁ ମଜବୁତ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ ।
📱 Get Argus News App
✨ମୋଟ୍ ଉପରେ ବଜେଟ୍କୁ ନେଇ ଏବେ ପୁରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ଏଥର ଯୁବବର୍ଗଙ୍କୁ ଅଧିକ ଫୋକସ କରିଥିବାରୁ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରୁଛନ୍ତି ସାଧାରଣ ଜନତା ।