Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - 50ଲକ୍ଷ କୋଟିରୁ ଅଧିକ ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ

National

50ଲକ୍ଷ କୋଟିରୁ ଅଧିକ ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
50ଲକ୍ଷ କୋଟିରୁ ଅଧିକ ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରେକର୍ଡ 50ଲକ୍ଷ କୋଟିରୁ ଅଧିକ ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । କେନ୍ଦ୍ର ବଜେଟରେ ଚାଷୀଙ୍କ ପାଇଁ ବଡ଼ ଘୋଷଣା । ବଢିଲା କିସାନ୍ କ୍ରେଡିଟ୍ କାର୍ଡର ଲିମିଟ୍ । କିସାନ କ୍ରେଡିଟ କାର୍ଡ ଲିମିଟ 3ଲକ୍ଷରୁ 5ଲକ୍ଷକୁ ବୃଦ୍ଧି କରାଯାଇଛି । ଏହି ସୁବିଧାର ଲାଭ ପାଇବେ 7 କୋଟିରୁ ଉର୍ଦ୍ଧ୍ବ ଚାଷୀ । ସେହିପରି ଧନଧାନ୍ୟ କୃଷି ଯୋଜନାରେ 1.7କୋଟି ଚାଷୀଙ୍କୁ ମିଳିବ ଫାଇଦା । ବଜେଟରେ ପର୍ଯ୍ୟଟନ ଶିଳ୍ପକୁ ଫୋକସ କଲେ ଅର୍ଥମନ୍ତ୍ରୀ । ଡେଷ୍ଟିନେସନ ଟୁରିଜିମ୍‌କୁ ଅଧିକ ଗୁରୁତ୍ବ ଦିଆଯିବ । ୫୦ଟି ଟୁରିଷ୍ଟ ସାଇଟ୍‌ର ବିକାଶ କରାଯିବ । ମେଡିକାଲ ଟୁରିଜିମ୍‌କୁ ଅଧିକ ଗୁରୁତ୍ବ ଦିଆଯିବ । ପର୍ଯ୍ୟଟନର ବିକାଶ ପାଇଁ ଖର୍ଚ୍ଚ ହେବ ୨୦ ହଜାର କୋଟି ଟଙ୍କା ।

ଚଳିତ ବଜେଟରେ ସହରାଞ୍ଚଳ ବିକାଶ ପାଇଁ ରହିଛି ୧ ଲକ୍ଷ କୋଟି ଟଙ୍କା । ୨୦୨୮ ସୁଦ୍ଧା ଜଳ ଜୀବନ ମିଶନ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ୧୧ ଗିଗାଓ୍ବାଟ ପରମାଣୁ ଶକ୍ତି ଉତ୍ପାଦନ ଲକ୍ଷ୍ୟ ରହିଛି । ପରମାଣୁ ଶକ୍ତି ପାଇଁ ନିବେଶ ହେବ ୨୦ ହଜାର କୋଟି ଟଙ୍କା । ମଡିଫାଏଡ୍‌ ଉଡାଣ ସ୍କିମ୍‌ ଲାଗୁ ହେବ । ଯୋଡ଼ି ହେବେ ଆଉ ୪ କୋଟି ବିମାନ ଯାତ୍ରୀ । ବିହାର ପାଟ୍‌ନାରେ ହେବ ଏକ ଗ୍ରୀନ ଫିଲ୍ଡ ବିମାନବନ୍ଦର । ବଜେଟରେ ନିର୍ମଳା ନ୍ୟୁକ୍ଲିୟର ଶକ୍ତିକୁ ଗୁରୁତ୍ବ ଦେଇଛନ୍ତି । ପାରମାଣବିକ ଶକ୍ତି ଉତ୍ପାଦନକୁ ବଜେଟରେ ଗୁରୁତ୍ବାରୋପ କରାଯାଇଛି । ପ୍ରତିଷ୍ଠା କରାଯିବ ନ୍ୟୁକ୍ଲିୟର ଏନର୍ଜି ମିଶନ । ନ୍ୟୁକ୍ଲିୟର ଏନର୍ଜି ମିଶନ ପାଇଁ ୨୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କ୍ଷୁଦ୍ର ମଡ୍ୟୁଲାର ରିଆକ୍ଟର ପ୍ରତିଷ୍ଠା କରି ଶକ୍ତି ଉତ୍ପାଦନ କରାଯିବ ।

ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ କହିଛନ୍ତି, MSME ବିକାଶର ଦ୍ବିତୀୟ ଇଞ୍ଜିନ । ୭.୫ କୋଟି MSME କର୍ମଚାରୀଙ୍କ ଉପରେ ଫୋକସ୍‌ କରିଛନ୍ତି ମୋଦି ସରକାର । MSME କ୍ଷେତ୍ର ପାଇଁ ଅଧିକ ଋଣ ମଞ୍ଜୁରୀ କରାଯିବ । ଯୁବକଙ୍କୁ MSME ଦ୍ବରା ଅଧିକ ନିଯୁକ୍ତି ଦେଇ ହେବ । ସେହିପରି ଅଣଚମଡ଼ା ଶିଳ୍ପ ଉପରେ ଏଥର ଫୋକସ୍‌ ରହିଛି । ଅଣଚମଡ଼ା ଶିଳ୍ପ ଦ୍ବାରା ୨୨ ଲକ୍ଷ ଉପକୃତ ହେବେ । ଖେଳନା ତିଆରି ଶିଳ୍ପକୁ ମଧ୍ୟ ଅଧିକ ଗୁରୁତ୍ବ ଦିଆଯାଇଛି ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Budget 2025: Nirmala Sitharaman presents Rs 50.65 lakh cr Budget for FY26 | Argus News