କେନ୍ଦ୍ର ବଜେଟ ଆଣିଦେଲା ମଧ୍ୟବିତଙ୍କ ପାଇଁ ବଡ଼ ଆଶ୍ୱସ୍ତି

Key Points
କେନ୍ଦ୍ର ବଜେଟ ଆଣିଦେଲା ମଧ୍ୟବିତଙ୍କ ପଇଁ ବଡ଼ ଆଶ୍ବସ୍ତି
ମୋଦି ସରକାର ପ୍ରୋ-ଗରିବ ବୋଲି ହେଉଥିଲା ଅଭିଯୋଗ
ମଧ୍ୟବିତଙ୍କଠୁ ଟିକସ କାଟି ଗରିବଙ୍କୁ କରୁଥିଲେ ଲାଭାନ୍ବିତ
ଏଥର ଗରିବଙ୍କ ସହ ମଧ୍ୟବିତଙ୍କୁ ବି ଖୁସି କରିବାକୁ ଅର୍ଥମ ପ୍ରୟାସ
ଅର୍ଗସ ବ୍ୟୁରୋ: ଯେତେକି ଆଶା କରାଯାଉଥିଲା ବଜେଟରେ ତାଠାରୁ ଢେର ଅଧିକ ଅଜାଡ଼ି ଦେଲେ ଅଥମନ୍ତ୍ରୀ। ମିଡିଲ କ୍ଲାସ୍ ବା ମଧ୍ୟମ ବର୍ଗଙ୍କର ପୂରା ବଲ୍ଲ୍ଲେ ବଲ୍ଲେ। ମାସକୁ ଲକ୍ଷେ ଟଙ୍କା ରୋଜଗାର କରୁଥିଲେ ବି ଆଉ ଦେବାକୁ ପଡ଼ିବ ନାହିଁ ଆୟକର। ଅର୍ଥାତ ୧୨ ଲକ୍ଷ ଟଙ୍କାର ବାର୍ଷିକ ରୋଜଗାରକୁ ଟାକ୍ସ ଫ୍ରି କରିଦେଇଛନ୍ତି ମୋଦି ସରକାର। ଖାଲି ସେତିକି ନୁହେଁ ଏଥିସହ ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକସନର ଫାଇଦା ମିଳିବ ।
ଆସନ୍ତୁ ଜାଣିବା ଟାକ୍ସ ସ୍ଲାବରେ ପରିବର୍ତ୍ତନ ପୂର୍ବରୁ କେତେ ରୋଜଗାର ପାଇଁ କେତେ ଆୟକର ଦେବାକୁ ପଡୁଥିଲା ଆଉ ବର୍ତ୍ତମାନ କେତେ ଫାଇଦା ମିଳିବ। ପୂର୍ବରୁ ବାର୍ଷିକ ୧୨ଲକ୍ଷ ଟାଙ୍କର ଆୟରେ ୭୧ ହଜାର ୫୦୦ ଟଙ୍କାର ଟାକ୍ସ ଦେବାକୁ ପଡୁଥିବା ବେଳ ଏବେ ଆଦୌ କର ଦେବାକୁ ହେବନି। ସେହିପରି ୧୩ଲକ୍ଷ ଟଙ୍କାର ରୋଜଗାର ପାଇଁ ପୂର୍ବରୁ ୮୮ ହଜାର ୪୦୦ ଟଙ୍କାର ଟିକସ ଦେବାକୁ ପଡୁଥିବା ବେଳେ ଏବେ ୬୬,୩୦୦ ଟଙ୍କା ଟାକ୍ସ ଭରିବାକୁ ପଡ଼ିବ। ଅର୍ଥାତ ସିଧାସିଧା ୨୨,୧୦୦ ଟଙ୍କାର ଫାଇଦା। ବାର୍ଷିକ ୧୫ଲକ୍ଷ ଟଙ୍କାର ରୋଜଗାରରେ ୧ ଲକ୍ଷ ୩୦ ହଜାର ଟଙ୍କାର ଆୟକର ଦେବାକୁ ପଡୁଥିଲା।
📱 Get Argus News App
✨ନୂଆ ସ୍ଲାବ ଅନୁଯାୟୀ ଏବେ ୯୭ ହଜାର ୫୦୦ ଟଙ୍କା ଦେବାକୁ ପଡ଼ିବ। ସେହିପରି ୧୭ଲକ୍ଷ ଟଙ୍କାର ଇନକମ୍ ଉପରେ ପୂର୍ବରୁ ୧ ଲକ୍ଷ ୮୪ ହଜାର ଟଙ୍କାର ଟାକସ ଭରିବାକୁ ପଡୁଥିବା ବେଳେ ଏବେ ୧ ଲକ୍ଷ ୩୦,୦୦୦ ଟଙ୍କାର ଦାବକୁ ପଡିବ ଟାକ୍ସ ଅର୍ଥାତ ସିଧାସିଧା ୫୪ ହଜାର ୬୦୦ ଟଙ୍କାର ସଂଚୟ। ୨୨ଲକ୍ଷ ଟଙ୍କା ରୋଜଗାରରେ ୩ ଲକ୍ଷ ୪୦ ହଜାର ୬୦୦ ଟଙ୍କାର ଟାକ୍ସ ଭରିବାକୁ ପଡୁଥିଲା ଆଗରୁ କିନ୍ତୁ ଏବେ ୨,୪୦,୫୦୦ ଟଙ୍କା ଟାକ୍ସ ଦେବାକୁ ପଡ଼ିବ ମାନେ ସିଧା ୧,୦୦,୧୦୦ ଟଙ୍କାର ଫାଇଦା। ଆଉ ୨୫ ଲକ୍ଷ ଟଙ୍କାର ଆୟ ପାଇଁ ୪ ଲକ୍ଷ ୩୪ ହଜାର ୨୦୦ ଟଙ୍କାର ଟାକ୍ସ ଲାଗୁଥିଲା ଆଉ ନୂଆ ସ୍ଲାବ ଅନୁଯାୟୀ ୩,୧୯,୮୦୦ ଟଙ୍କା ହିଁ ଦେବାକୁ ହେବ ଟାକ୍ସ। ଅର୍ଥାତ ୧ ଲକ୍ଷ୧୪,୪୦୦ ଟଙ୍କାର ସଞ୍ଚୟ ହେବ କରଦାତାଙ୍କର। ସେଥିପାଇଁ ବଜେଟକୁ ନେଇ ମଧ୍ୟମବର୍ଗ ବେଶୀ ଖୁସି। କାରଣ ସିଧାସିଧା ତାଙ୍କ ପକେଟରେ ବଡ଼ ସଞ୍ଚୟ ହେବାକୁ ଯାଉଛି।
ଏହାବ୍ୟତୀତ ମଧ୍ୟବିତଙ୍କୁ ଆହୁରି କେତେକ କ୍ଷେତ୍ରରେ ବି ବଡ ଧରଣର ଆସ୍ବସ୍ତି ନେଇ ବଜେଟରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ସିନିଅରେ ସିଟିଜେନଙ୍କ କ୍ଷେତ୍ରରେ ସୁଧରେ ଦେବାକୁ ପଡ଼ୁଥିବା ଟାକ୍ସ କମାଇଦିଆଯାଇଛି। ଜୀବନ ରକ୍ଷକ ଔଷଧଗୁଡିକ ବି ଶସ୍ତା କରିଦିଆଯାଇଛି। ୩୬ଟି ଏପରି ଜୀବନ ରକ୍ଷକ ଔଷଧ ରହିଛି ଯାହା ଉପରୁ କଷ୍ଟମ ଡ୍ୟୁଟି କମାଇ ଦିଆଯାଇଛି। ଯାହାର ଫାଇଦା ପାଇବେ ମଧ୍ୟମ ବର୍ଗ।
ପୂର୍ବରୁ ମୋଦି ସରକାର ପ୍ରୋ ଗରିବ ବୋଲି କୁହାଯାଉଥିଲା । ଅଭିଯୋଗ ହେଉଥିଲା ମଧ୍ୟବିତ୍ତଙ୍କ ଉପରେ ଟାକ୍ସ ବୋଝ ଲଦି ଗରିବଙ୍କୁ ଫାଇଦା ଦଗେଉଥିଲେ। କିନ୍ତୁ ମୋଦି ୩.୦ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି ପ୍ରମାଣିତ କରିଛି। ଏଥର ଗରିବଙ୍କୁ ତ ଖୁସି କରିଛନ୍ତି ଏଥିସହ ଆୟକର ସ୍ଲାବରେ ବଡ଼ ଧରଣର ପରିବର୍ତ୍ତନ କରି ମଧ୍ୟବିତଙ୍କୁ ବି ଖୁସି କରିବାକୁ ପ୍ରୟାସ କରିଛନ୍ତି ଅର୍ଥମନ୍ତ୍ରୀ।