Cheaper Medicines / ବଜେଟ୍ ୨୦୨୬ରେ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା, ଶସ୍ତା ହେବ ଏହି ସବୁ ଔଷଧ, ସ୍ଵାସ୍ଥ୍ୟ ପାଇଁ ୧୦ ହଜାର କୋଟି
·7 months ago·2 min read

Key Points
ଆଜି ଲୋକସଭାରେ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ରେକର୍ଡ ୯ମ ବଜେଟ୍ ଉପସ୍ଥାପନା କରୁଛନ୍ତି। ବଜେଟ୍ ଭାଷଣ ସମୟରେ ସେ ଦେଶୀ ଉତ୍ପାଦନ, ସ୍ୱାସ୍ଥ୍ୟ ସେକ୍ଟର, ଊର୍ଜା ସୁରକ୍ଷା, ଗରିବୀ ନିରାକରଣ ଓ ରୋଜଗାର ସୃଷ୍ଟି ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୧୨ ବର୍ଷର କେନ୍ଦ୍ର ସରକାରୀ ଶାସନକାଳରେ ଦେଶର ଅର୍ଥନୀତିରେ ସ୍ଥିରତା, ଆର୍ଥିକ ଶୃଙ୍ଖଳା, ଲଗାତାର ବିକାଶ ଓ କମ୍ ମହଙ୍ଗାଇ ଦେଖିବାକୁ ମିଳିଛି। ସେ କହିଛନ୍ତି ଯେ ଏହା ଅନିଶ୍ଚିତତା ଓ କଠିନ ସମୟରେ ନିଆଯାଇଥିବା ସଚେତନ ନୀତିଗତ ନିଷ୍ପତ୍ତିର ପରିଣାମ।
ଫାର୍ମା ସେକ୍ଟରକୁ ବଡ଼ ଉତ୍ସାହ
ବଜେଟ୍ ୨୦୨୬ରେ ସ୍ୱାସ୍ଥ୍ୟ ସେକ୍ଟର ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଡାଏବେଟିସ୍ ଓ କ୍ୟାନ୍ସର ଔଷଧ ସବୁ ଶସ୍ତା ହେବ । ଫାର୍ମା ସେକ୍ଟରରେ ୧୦ ହଜାର କୋଟି ଟଙ୍କାର ନିବେଶ ହେବ । ଦେଶରେ ଔଷଧ ଉତ୍ପାଦନକୁ ବଢ଼ାଇବା ପାଇଁ ନୂଆ ପଦକ୍ଷେପ ନିଆଯିବ ।
ବଜେଟ୍ରେ ‘ବାୟୋଫାର୍ମା ଶକ୍ତି’ ଯୋଜନା ଘୋଷଣା
ବଜେଟ୍ ୨୦୨୬ରେ ‘ବାୟୋଫାର୍ମା ଶକ୍ତି’ ଯୋଜନା ଆରମ୍ଭ କରାଯିବାର ଘୋଷଣା କରାଯାଇଛି। ଏହି ଯୋଜନାର ଲକ୍ଷ୍ୟ ଭାରତକୁ ବୈଶ୍ୱିକ ବାୟୋଫାର୍ମା ଉତ୍ପାଦନ କେନ୍ଦ୍ର ଭାବେ ଗଢ଼ି ତୋଳିବା । ଆଗାମୀ ୫ ବର୍ଷ ପାଇଁ ୧୦ ହଜାର କୋଟି ଟଙ୍କାର ପରିବ୍ୟୟ । ଦେଶରେ ଆଧୁନିକ ଔଷଧ ଉତ୍ପାଦନକୁ ପ୍ରୋତ୍ସାହନ ।
ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ଼ ଘୋଷଣା
ବଜେଟ୍ରେ ସ୍ୱାସ୍ଥ୍ୟ ସେକ୍ଟରକୁ ଆହୁରି ମଜବୁତ କରିବା ପାଇଁ, ୩ଟି ନୂଆ ଆୟୁର୍ବେଦିକ ହସ୍ପିଟାଲ୍ ସ୍ଥାପନ, ବୃଦ୍ଧ ନାଗରିକଙ୍କ ପାଇଁ ଉନ୍ନତ ମେଡିକାଲ୍ କେୟାର ସୁବିଧା, ୫ଟି ନୂଆ ରିଜିଓନାଲ୍ ମେଡିକାଲ୍ ସେଣ୍ଟର ଏବଂ ପଶୁଚିକିତ୍ସକ (ଭେଟେରିନେରୀ ଡାକ୍ତର) ତିଆରି ଉପରେ ଗୁରୁତ୍ୱ ଦିଆଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆତ୍ମନିର୍ଭର ଭାରତ ଦିଗରେ ବଜେଟ୍ ୨୦୨୬
ଅର୍ଥମନ୍ତ୍ରୀ କହିଛନ୍ତି ଯେ ଗତ ୧୨ ବର୍ଷ ଧରି ସରକାର ଅର୍ଥନୈତିକ ବିକାଶ, ଗରିବୀ ନିରାକରଣ ଓ ନିବେଶ ବୃଦ୍ଧି ଦିଗରେ ଲଗାତାର କାମ କରୁଛି। ଆତ୍ମନିର୍ଭରତାକୁ ମାର୍ଗଦର୍ଶକ ଭାବେ ଗ୍ରହଣ କରି, ସରକାର ଦେଶୀ ମାନୁଫାକ୍ଚରିଂ କ୍ଷମତା ବଢ଼ାଇଛି, ଶକ୍ତି ସୁରକ୍ଷା ମଜବୁତ କରିଛି ଏବଂ ଆମଦାନୀ ଉପରେ ନିର୍ଭରତା କମାଇଛି।

Related Topics
Explore more stories