Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୩୧ରୁ ସଂସଦର ବଜେଟ ଅଧିବେଶନ

National

୩୧ରୁ ସଂସଦର ବଜେଟ ଅଧିବେଶନ

Ritu Das
Browse all articles by Ritu Das
·1 year ago·1 min read
୩୧ରୁ ସଂସଦର ବଜେଟ ଅଧିବେଶନ

ଅର୍ଗସ ବ୍ୟୁରୋ: ପାର୍ଲାମେଣ୍ଟର ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକ ସଭା ଓ ରାଜ୍ୟ ସଭାର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ। ଏହା ପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଲୋକ ସଭାରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ୩ ତାରିଖରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଲୋକ ସଭା ଏବଂ ରାଜ୍ୟ ସଭାରେ ଆଲୋଚନା ହେବ। ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଲୋକ ସଭାରେ ଫେବୃଆରୀ ୩ ଓ ୪ ଦୁଇଦିନ ଆଲୋଚନା ହେବାକୁ ଥିବାବେଳେ ରାଜ୍ୟ ସଭାରେ ୩ ଦିନ ବିତର୍କ ହେବ ବୋଲି ପୂର୍ବରୁ ସ୍ଥିର ହୋଇଥିଲା।


ଏବେ ଏଥିରେ ପରିବର୍ତ୍ତନ କରାଯାଇ କେବଳ ସୋମବାର ଦିନ ଉଭୟ ଗୃହରେ ରାଷ୍ଟ୍ରପତିଙ୍କ ପ୍ରସ୍ତାବ ଉପରେ ବିତର୍କ ପାଇଁ ଅନୁମତି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସଭାରେ ଫେବୃଆରୀ ୬ରେ ଆଲୋଚନାର ଉତ୍ତର ରଖିବେ ବୋଲି ଆଶା କରାଯାଉଛି। ବଜେଟ ଅଧିବେଶନ ଯେପରି ସୁରୁଖୁରୁରେ ଚାଲିବ, ତାହା ସୁନିଶ୍ଚିତ କରିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ଜାନୁଆରୀ ୩୦ରେ ପାର୍ଲାମେଣ୍ଟରେ ରାଜନୈତିକ ଦଳଗୁଡ଼ିକର ନେତାମାନଙ୍କ ବୈଠକ ଡାକିଛନ୍ତି। ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ଏପ୍ରିଲ ୪ରେ ଶେଷ ହେବ। ବଜେଟ ଅଧିବେଶନରେ ମୋଟ ୨୭ଟି ସିଟିଂ ରହିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Budget session of Parliament from 31st January | Argus News