Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜିଠାରୁ ସଂସଦର ବଜେଟ୍ ଅଧିବେଶନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଜିଠାରୁ ସଂସଦର ବଜେଟ୍ ଅଧିବେଶନ

ଅର୍ଗସ ବ୍ୟୁରୋ:  ଆଜିଠାରୁ ସଂସଦର ବଜେଟ୍ ଅଧିବେଶନ । ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ । ଆସନ୍ତାକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ୍ ଉପସ୍ଥାପନ କରିବେ। ଅଷ୍ଟମ ଥର ଅର୍ଥମନ୍ତ୍ରୀ ଭାବରେ ସଂସଦରେ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ । ସେ ଦେଶବାସୀଙ୍କୁ କି ଉପହାର ଦେବେ ତା ଉପରେ ସମସ୍ତଙ୍କର ନଜର ରହିଛି । ବିଶେଷ କରି ନିର୍ମଳାଙ୍କ ପେଡ଼ିରେ ମଧ୍ୟବିତ୍ତ ଓ ଆୟକରଦାତାଙ୍କ ପାଇଁ କ’ଣ ରହିଛି ତାକୁ ଅପେକ୍ଷା । ଗତକାଲି ସର୍ବଦଳୀୟ ବୈଠକରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିବା ନେଇ ହୋଇଛି ଆଲୋଚନା ।


ଚଳିତ ଅଧିବେଶନକୁ ସୁରୁଖୁରୁରରେ ଚଳାଇବା ନେଇ ସବୁ ଦଳର ସହଯୋଗ ଲୋଡିଛନ୍ତି କେନ୍ଦ୍ର ସରକାର । ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ବାସ୍ଥ୍ୟମନ୍ତ୍ରୀ ଜେ. ପି ନଡ୍ଡାଙ୍କ ସମେତ ସବୁ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ଥିଲେ । ସେପଟେ ବିରୋଧୀ ଚଳିତ ଅଧିବେଶନରେ ଦରଦାମ ବୃଦ୍ଧି, ନିଯୁକ୍ତି ଆଦି ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ସଜବାଜ ହୋଇଛନ୍ତି । ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରି ୩୧ରୁ ଫେବ୍ରୁଆରି ୧୩ ଏବଂ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଏପ୍ରିଲ ୪ ପର୍ଯ୍ୟନ୍ତ ଚାଲିବ । ସଂସଦର ଉଭୟ ଗୃହର ମିଳିତ ଅଧିବେଶନ ପରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରାଯିବ। ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଏପ୍ରିଲ ୪ ପର୍ଯ୍ୟନ୍ତ ଚାଲିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Budget session of Parliament from today update | Argus News