Videos
|
National

ପୁଅକୁ ଡ୍ରଗ୍ସ ଦେଇ ଚୋରି କରିବାରେ ସାହାଯ୍ୟ କରୁଥିଲା ମା'

Ritu Das
Browse all articles by Ritu Das
·2 years ago·1 min read
ପୁଅକୁ ଡ୍ରଗ୍ସ ଦେଇ ଚୋରି କରିବାରେ ସାହାଯ୍ୟ କରୁଥିଲା ମା'

ଅର୍ଗସ ବ୍ୟୁରୋ: ମୁମ୍ବାଇ ପୋଲିସ ବାରମ୍ବାର ଚୋରି ଅପରାଧରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହାପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୋଲିସର ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ, ଅପରାଧି ଜଣକୁ ସିରିଏଲ ଚୋରି କରିବା ପୂର୍ବରୁ ତାଙ୍କ ମା' ତାଙ୍କୁ ଡ୍ରଗ୍ସ ଦେଉଥିଲେ। ଆଉ ଏହାପରେ ତାଙ୍କ ପୁଅ ଚୋରି କରୁଥିଲା। 

ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ଯେ, ଅଭିଯୁକ୍ତ ଜଣକ ହେଲେ କୃଷ୍ଣା ରବି ମହେସକର। ମୁମ୍ବାଇର ବିଭିନ୍ନ ପୋଲିସ ଷ୍ଟେସନରେ ଚୋରି ଭଳି ସଙ୍ଗୀନ ଅଭିଯୋଗରେ ୨୨ରୁ ଅଧିକ ମାମଲା ରୁଜୁ କରାଯାଇଛି। କାଳାଚୌକି ଥାନାର ଉପନିରୀକ୍ଷକ ରାଜେନ୍ଦ୍ର ଚୌହାନଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ ମହେସକରଙ୍କ ମା' ବିଜେତା ମହେସକର (୫୦) ତାଙ୍କ ପୁଅର ସବୁ ଅପରାଧ ବିଷୟରେ ଆଗରୁ ଜାଣିପାରିଥିଲେ। ଆଉ ସବୁ ଅପରାଧରେ ତାଙ୍କ ମା'ଙ୍କର ଭୂମିକା ମଧ୍ୟ ଥିଲା ଅଲଗା ପ୍ରକାର। ଚୋରି ପୂର୍ବରୁ ମା' ନିଜ ପୁଅକୁ ଡ୍ରଗ୍ସ ଦେଉଥିଲା। ଏବଂ ଚୋରିରେ ପୁଅ ଚୋରି କରି ଆଣୁଥିବା ସାମଗ୍ରୀକୁ ନିଜ ପାଖରେ ରଖୁଥିଲେ। 

ମା' ଏବଂ ପୁଅ ମଧ୍ୟ ମୁମ୍ବାଇର କଳାଚୌକି ଅଞ୍ଚଳରେ ଅଧିବାସୀ। କୃଷ୍ଣା ରବି ମହେସକରଙ୍କୁ ପୋଲିସ ଅଗ୍ରୀପାଡ଼ା ଅଞ୍ଚଳରୁ ଗିରଫ କରିଛି। ପୁଅକୁ ପୋଲିସ ଗିରଫ କରିଥିବାବେଳେ ତାଙ୍କ ମା' ଏପର୍ଯ୍ୟନ୍ତ ଫେରାର ଅଛନ୍ତି। ପୋଲିସ ତାଙ୍କ ମା'ଙ୍କୁ ଧରିବା ପାଇଁ ବିଭିନ୍ନ ଜାଗାରେ ନାକାବନ୍ଦୀ ଜାରି କରି ତଦନ୍ତ ଜାରି ରଖିଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: