Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀ ବୁରାଡୀରେ ଭୁଷୁଡ଼ିଲା ୪ ମହଲା କୋଠା

Banajyotshna Ray
Browse all articles by Banajyotshna Ray
·1 year ago
ଦିଲ୍ଲୀ ବୁରାଡୀରେ ଭୁଷୁଡ଼ିଲା ୪ ମହଲା କୋଠା

ଅର୍ଗସ ବ୍ୟୁରୋ:  ଦିଲ୍ଲୀ ବୁରାଡୀରେ ଭୁଷୁଡ଼ିଲା ୪ ମହଲା କୋଠା । ପୋଲିସ, ଦମକଳ ଓ ଏନଡିଆରଏଫ ଜବାନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଭଙ୍ଗା ବିଲ୍ଡିଂ ତଳେ ଅନେକ ଶ୍ରମିକ ଫଶି ରହିଥିବା ଜଣାପଡ଼ିଛି । ପାଖାପାଖି ୨୦ ଜଣ ଶ୍ରମିକ ଭଗ୍ନାବଶେଷ ତଳେ ରହିଯାଇଥିଲେ । ସୂଚନାନୁସାରେ, ମାଟିତଳେ ଚାପି ହୋଇ  ୭ ବର୍ଷର ଛୁଆର ମୃତ୍ୟୁ ହୋଇଥିବାବେଳେ ଉଦ୍ଧାରକାରୀ ଦଳ 12 ଜଣଙ୍କୁ ବାହାରକୁ ବାହାର କରିଥିବା ବେଳେ ବାକି ଲୋକଙ୍କୁ ଉଦ୍ଧାର ନିମନ୍ତେ ଉଦ୍ୟମ ଜାରି ରହିଛି। ମାତ୍ର ୨୫୦ ଗଜ ଜମି ଉପରେ ଘର ମାଲିକ ୪ ମହଲା କୋଠା ନିର୍ମାଣ କରିଥିଲେ । ଯାହା ଭୁଷୁଡି ପଡିଛି । ଏଖବର ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Burari building collapse update: 7-year-old dies, 12 rescued so far as rescue operation underway | Argus News