Bus Accident / ଥଣ୍ଡାରେ ଥୁରୁଥୁରୁ ଦେଶ, ଜାଡ଼ ନେଇଗଲା ୯ ମୁଣ୍ଡ ଅନେକ ଆହତ
·8 months ago·2 min read

Key Points
ଜାଡ଼ରେ ଥରୁଛି ଦେଶ
ଭୟଙ୍କା ସଡ଼କ ଦୁର୍ଘଟଣା
ଖାଇକୁ ଖସିଲା ବସ୍ ୯ ଯାତ୍ରୀଙ୍କ ମୃତ୍ୟୁ
ଭୟଙ୍କା ସଡ଼କ ଦୁର୍ଘଟଣା
ଖାଇକୁ ଖସିଲା ବସ୍ ୯ ଯାତ୍ରୀଙ୍କ ମୃତ୍ୟୁ
ଭୟଙ୍କର ସଡ଼କ ଦୁର୍ଘଟଣା। ଖାଇକୁ ଖସିଲା ଯାତ୍ରିବାହୀ ବସ୍। ଏଥିରେ ୯ ଜଣକ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଶୁକ୍ରବାର, ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରେ ଘଟିଛି ଏହି ଭୟଙ୍କର ସଡ଼କ ଦୁର୍ଘଟଣା। ରାଜ୍ୟ ତଥା ଦେଶ ବାହାରେ ପ୍ରବଳ ଜାଡ଼ ଅନୁଭୂତ ହେଉଛି। ଶୀତ ଏତେମାତ୍ରାରେ ପଡ଼ୁଛି ଯେ, ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ସାଳୁ ୯ଟା ପର୍ଯ୍ୟନ୍ତ ବି ଖରାର ଦେଖାନାହିଁ। କୁହୁଡ଼ି ଆସ୍ତରଣରେ ରାଜ୍ୟ ଏବଂ ଦେଶ ଘୋଡେଇ ହୋଇରହିଛି। ଯେଉଁ କାରଣ ପାଇଁ ଅନେକ ଦୁର୍ଘଟଣା ଘଟୁଛି ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଜିତ କୋଚ ବସ୍ ସିମଲା ଜିଲ୍ଲାର କୁପବୀରୁ ସୋଲନ ଯାଉଥିଲା। କୁହୁଡ଼ି ଏବଂ ଥଣ୍ଡା କାରଣରୁ ରାସ୍ତା ଖସଡ଼ା ହୋଇଥିଲା। ଏହା ଯୋଗୁ ବସ୍ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା। ସଂଗଡାହ ରାଜଗଡ଼ ନୋହରାଧାରରୁ ପୋଲିସ ଯବାନ ଘଟଣା ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜିଲ୍ଲା ସିରମୋରର ପୋଲିସ ଅଧୀକ୍ଷକ ନିଶ୍ଚିତ ସିଂହ ନେଗୀ ମଧ୍ୟ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି।
ଏଥିସହ ପଢ଼ନ୍ତୁ: ପୁରୁଷଙ୍କ ଅପେକ୍ଷା ଛୋଟ ହୋଇଥାଏ ମହିଳା କ୍ରିକେଟରଙ୍କ ବ୍ୟାଟ୍, କଣ ରହିଛି କାରଣ ?
ସୂଚନା ଅନୁସାରେ, ଶ୍ରୀ ରେଣୁକାଜୀ ବିଧାନସଭା କ୍ଷେତ୍ରର ହରିପୁରଧାରରେ ଏକ ଘରୋଇ ବସ୍ ନିୟନ୍ତ୍ରଣ ହରାଇ ହୋଇ ୪୦୦ ମିଟର ଖାଇକୁ ଖସିପଡ଼ିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୯ ଜଣକ ମୃତ୍ୟୁ ହୋଇଥିବା ବେଳେ, ପ୍ରାୟ ୧ ଡର୍ଜନ ଲୋକ ଆହତ ହୋଇଛନ୍ତି। ସେହିଭଳି ମୃତକଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି। ଏପର୍ଯ୍ୟନ୍ତ ପ୍ରାୟ ୩୦ ଜଣକୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି। ପୋଲିସ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। କେବଳ ଏଗୋଟିଏ ନୁହେଁ, ଏପରି ଅନେକ ଦୁର୍ଘଟଣାରେ କୁହୁଡ଼ି ନେଉଛି ଜୀବନ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କୁହୁଡ଼ି ଚାଦର ତଳେ ରାଜ୍ୟ ତଥା ଦେଶ। ଅନେକ ସ୍ଥାନରେ ଦେଖିବାକୁ ମିଳୁଛି ଘନ କୁହୁଡ଼ି। ରାସ୍ତାର ବିଭିନ୍ନ ସ୍ଥାନରେ ଲୋକେ ନିଆଁ ପୁଉଁଥିବାର ଦେଖିବାକୁ ମିଳିଛି। ଗତ ରାତିରେ ଅଧିକ ମାତ୍ରାରେ ଥଣ୍ଡା ଅନୁଭୂତ ହୋଇଥିଲା। କୁହୁଡ଼ି ପାଇଁ ଖାଇକୁ ଖସିଲା ବସ୍। ଯେଉଁଥିରେ ଚାଲିଗଲା ୯ଜଣଙ୍କ ଜୀବନ । ଏଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଲୋକେ ସେହି ରାସ୍ତାରେ ଯିବାକୁ ଡରୁଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅଧିକ ପଢ଼ନ୍ତୁ ଦେଶ ଖବର:
Related Topics
Explore more stories