ଜମ୍ମୁ-କାଶ୍ମୀରରେ ଘାଟିରୁ ଖସିଲା ବସ୍: ୩ ଯବାନ ମୃତ, ୧୨ ଆହତ

Key Points
ଜମ୍ମୁ-କାଶ୍ମୀର ଉଧମପୁରରେ ଘାଟିରୁ ଖସିଲା ବସ୍
୨ ଯବାନ ମୃତ, ୧୨ ଆହତ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି
ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି
ଜମ୍ମୁ-କାଶ୍ମୀରର ଉଧମପୁର ବସନ୍ତଗଡ଼ ଅଞ୍ଚଳରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା । ଘାଟିରୁ ବସ୍ ଖସି ପଡିବାରୁ ୩ ଯବାନଙ୍କ ମୃତ୍ୟୁ ଓ ୧୨ ଜଣ ଆହତ ହୋଇଛନ୍ତି । ମୋଟ୍ ୨୩ ଜଣ ଯବାନ ବସରେ ଯାତ୍ରା କରୁଥିଲେ । ଘଟଣାସ୍ଥଳରେ ପୋଲିସ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଉଛି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଗାଡ଼ିଟି ଶହ ଶହ ଫୁଟ ତଳକୁ ଖସି ପଡ଼ିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ଆଶଙ୍କା କରାଯାଉଛି । ବସରେ ଥିବା ଅନେକ ଯବାନ ଗୁରୁତର ହୋଇଛନ୍ତି ।
ସେପଟେ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଜମ୍ମୁ-କାଶ୍ମୀରର କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ । ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି ଯେ- ସେ ଉଧମପୁର ଡିସିଙ୍କ ସହ କଥା ହୋଇଛନ୍ତି ଏବଂ ଆହତ ଯବାନମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇ ଦିଆଯାଉଛି ।