Jaisalmer Bus Fire / ଜୈସଲମେରରେ ଜଳିଗଲା ଚଳନ୍ତା ବସ୍, ନିଆଁରେ ପୋଡ଼ି ୧୨ ଜଣଙ୍କ ମୃତ୍ୟୁ

Key Points
ରାଜସ୍ଥାନର ଜୈସଲମେର ଜିଲ୍ଲାରେ ମଙ୍ଗଳବାର ଅପରାହ୍ନରେ ବଡ଼ ଦୁର୍ଘଟଣା ଘଟିଛି । ଜୈସଲମେରରୁ ଯୋଧପୁର ଯାଉଥିବା ଏକ ଘରୋଇ ବସରେ ଯୁଦ୍ଧ ସଂଗ୍ରହାଳୟ ନିକଟରେ ନିଆଁ ଲାଗିଯାଇଥିଲା।
ରାଜସ୍ଥାନର ଜୈସଲମେର ଜିଲ୍ଲାରେ ମଙ୍ଗଳବାର ଅପରାହ୍ନରେ ବଡ଼ ଦୁର୍ଘଟଣା ଘଟିଛି । ଜୈସଲମେରରୁ ଯୋଧପୁର ଯାଉଥିବା ଏକ ଘରୋଇ ବସରେ ଯୁଦ୍ଧ ସଂଗ୍ରହାଳୟ ନିକଟରେ ନିଆଁ ଲାଗିଯାଇଥିଲା । ନିଆଁରେ ଜଳି ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୋଟ ୫୭ ଜଣ ବସରେ ଯାତ୍ରା କରୁଥିବା ଜଣାପଡ଼ିଛି । ଗୁରୁତରମାନଙ୍କୁ ଜବାହର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
जैसलमेर में बस में लगी आग की घटना अत्यंत हृदयविदारक है। इस दुखद हादसे से प्रभावित नागरिकों के प्रति गहरी संवेदना व्यक्त करता हूं। संबंधित अधिकारियों को घायलों के समुचित उपचार एवं प्रभावितों को हरसंभव सहायता उपलब्ध कराने के निर्देश दिए गए हैं।
— Bhajanlal Sharma (@BhajanlalBjp) October 14, 2025
प्रभु श्रीराम दिवंगत आत्माओं को…
ସୂଚନା ପାଇବା ମାତ୍ରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ ବାହିନୀ ପ୍ରଥମେ ବସ୍ରେ ଲାଗିଥିବା ନିଆଁକୁ ଲିଭାଇଥିଲେ ଏବଂ ପରେ ତିନୋଟି ଆମ୍ବୁଲାନ୍ସ ସାହାଯ୍ୟରେ ଗୁରୁତର ଯାତ୍ରୀମାନଙ୍କୁ ଜବାହର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସୂଚନା ଅନୁଯାୟୀ ପ୍ରାୟ ୧୭ ଜଣ ଜଳି ଯାଇଥିବା ଯାତ୍ରୀଙ୍କୁ ଜବାହର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏମାନଙ୍କ ମଧ୍ୟରୁ ପ୍ରାୟ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟମାନେ ଚିକିତ୍ସାଧୀନ ଅଛନ୍ତି, ଏବଂ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ଏହାସହ ପଢ଼ନ୍ତୁ: କୌଣସି ଅପରାଧ ବିନା ଆମେରିକାରେ ୪୩ବର୍ଷ ଜେଲରେ ରହିଲେ ଭାରତୀୟ ବଂଶୋଦ୍ଭବ ସୁବୁ ବେଦମ
📱 Get Argus News App
✨ବରିଷ୍ଠ ଅଗ୍ନିଶମ ଅଧିକାରୀ କୃଷ୍ଣପାଲ ସିଂହ ରାଠୋର କହିଛନ୍ତି, ନିଆଁ ଜଳି ୧୦ରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ଜିଲ୍ଲା ପ୍ରଶାସନ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଛି । କଣ୍ଟ୍ରୋଲ ରୁମରେ ଲୋକମାନେ ସେମାନଙ୍କ ପ୍ରିୟଜନଙ୍କ ବିଷୟରେ ସୂଚନା ପାଇପାରିବେ।
ହାଇଦ୍ରାବାଦର ଜଣେ ମହିଳା ୨ ବର୍ଷର ଯମଜ ସନ୍ତାନଙ୍କୁ ହତ୍ୟା କଲେ...ଶେଷରେ ଏପରି ନିଷ୍ପତ୍ତି ନେଲେ
ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ବସ୍ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଜୈସଲମେର ଜିଲ୍ଲାପାଳ ଏବଂ ଏସପିଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି । ପୀଡିତମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇବା ପାଇଁ କହିଛନ୍ତି । ମୁଖ୍ୟମନ୍ତ୍ରୀ ଭଜନ ଲାଲ୍ ନିଜେ ଜୈସଲମେର ମଧ୍ୟ ଯାଇପାରନ୍ତି ।
Related Topics
Explore more stories