ବସ୍ ଟ୍ରକ୍ ଦୁର୍ଘଟଣା , ୧୮ କାଉଡିଆ ମୃତ
·1 year ago·1 min read

Key Points
୧୮ ଜଣ କାଉଡିଆଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଝାଡ଼ଖଣ୍ଡର ଦେଓଘର ରେ ଘଟିଛି ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏନେଇ ସୂଚନା ବିଜେପି ଦେଇଛନ୍ତି ସାଂସଦ ନିଶିକାନ୍ତ ଦୁବେ ।
ବସ୍ ଟ୍ରକ୍ ଦୁର୍ଘଟଣାରେ ଚାଲିଗଲା କାଉଡିଆଙ୍କ ଜୀବନ । ୧୮ ଜଣ କାଉଡିଆଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଝାଡ଼ଖଣ୍ଡର ଦେଓଘର ରେ ଘଟିଛି ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏନେଇ ସୂଚନା ବିଜେପି ଦେଇଛନ୍ତି ସାଂସଦ ନିଶିକାନ୍ତ ଦୁବେ । ବୈଦନାଥ ପୀଠରେ ପାଣି ଢାଳି ଫେରୁଥିବା ବେଳେ ଘଟିଛି ଏପରି ଦୁର୍ଘଟଣା । ୨୦ରୁ ଉର୍ଦ୍ଧ୍ବ କାଉଡିଆ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମୋଟ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି।ତେବେ ଏହି ଭୟଙ୍କର ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିବା ବେଳେ କର୍ତ୍ତୃପକ୍ଷ ଏନେଇ ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ମୃତଦେହଗୁଡିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ମୃତକଙ୍କ ଆତ୍ମାର ସଦଗତି ନିମନ୍ତେ କାମନା କରିଛନ୍ତି ନିଶିକାନ୍ତ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: