Videos
|
National

ବିଳାସପୂର୍ଣ୍ଣ ଜୀବନ ଛାଡି ବାବା ହୋଇଗଲେ ବିଜନେସମ୍ୟାନ, ସ୍ଵପ୍ନ ବଦଳାଇ ଦେଲା ଜୀବନ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ବିଳାସପୂର୍ଣ୍ଣ ଜୀବନ ଛାଡି ବାବା ହୋଇଗଲେ ବିଜନେସମ୍ୟାନ, ସ୍ଵପ୍ନ ବଦଳାଇ ଦେଲା ଜୀବନ

Key Points

ହୋସି ତାକାୟୁକି ଭାବେ ଜଣାଶୁଣା ବିଜନେସମ୍ୟାନ ଏବେ ବାଳ କୁମ୍ଭ ଗୁରୁମୁନି ନାଁରେ ପରିଚିତ । ଜୁଲାଇରେ ସେ କନୱାର ଯାତ୍ରାରେ ଯୋଗ ଦେଇଥିଲେ , ଯେଉଁଠି ଭକ୍ତମାନେ ଦେବାଧି ଦେବ ମହାଦେବଙ୍କ ଉପରେ ଗଙ୍ଗାଜଳ ଲାଗି କରିଥାନ୍ତି । ବର୍ତ୍ତମାନ ସେ ସାଫ୍ରନ ପୋଷାକ ପିନ୍ଧିବା ସହ ଖାଲିପାଦରେ କନୱାର ଯାତ୍ରା କରୁଛନ୍ତି, ତାଙ୍କସହ ୨୦ ଜଣ ଜାପାନର ଅନୁଗାମୀ ରହିଛନ୍ତି ।

ଜାପାନର ଜଣେ ବ୍ୟକ୍ତି ଶିବଭକ୍ତି ପାଇଁ ନିଜର ବିଳାସପୂର୍ଣ୍ଣ ଜୀବନ ତ୍ୟାଗ କରିଛନ୍ତି । ଦିନେ ସେ ଜଣେ ବିଜନେସମ୍ୟାନ ଥିଲେ, କୋଟି କୋଟି ଟଙ୍କାର ବିଜନେସ ଥିଲା , ହେଲେ ଆଧ୍ୟାତ୍ମିକତା ତାଙ୍କ ଜୀବନର ମୋଡ ବଦଳେଇ ଦେଇଛି । ହୋସି ତାକାୟୁକି ଭାବେ ଜଣାଶୁଣା ବିଜନେସମ୍ୟାନ ଏବେ ବାଳ କୁମ୍ଭ ଗୁରୁମୁନି ନାଁରେ ପରିଚିତ । ଜୁଲାଇରେ ସେ କନୱାର ଯାତ୍ରାରେ ଯୋଗ ଦେଇଥିଲେ , ଯେଉଁଠି ଭକ୍ତମାନେ ଦେବାଧି ଦେବ ମହାଦେବଙ୍କ ଉପରେ ଗଙ୍ଗାଜଳ ଲାଗି କରିଥାନ୍ତି । ବର୍ତ୍ତମାନ ସେ ସାଫ୍ରନ ପୋଷାକ ପିନ୍ଧିବା ସହ ଖାଲିପାଦରେ କନୱାର ଯାତ୍ରା କରୁଛନ୍ତି, ତାଙ୍କସହ ୨୦ ଜଣ ଜାପାନର ଅନୁଗାମୀ ରହିଛନ୍ତି । ଏଥିସହ ସେ ଉତ୍ତରାଖଣ୍ଡ ଡେରାଡୁନରେ କନୱାର ବାସୀଙ୍କୁ ୨ ଦିନ ମାଗଣା ଖାଦ୍ୟ ବଣ୍ଟନ କରିଥିଲେ ।


୪୧ ବର୍ଷୀୟ ହୋସି ତାକାୟୁକି ଜାପାନର ୧୫ଟି ବିୟୁଟି ପ୍ରଡକ୍ଟର ବିଜନେସ କରୁଥିଲେ । ଖୁବ ବିଳାସପୂର୍ଣ୍ଣ ଭାବେ ତାଙ୍କର ଜୀବନ ଅତିବାହିତ ହେଉଥିଲା । ହେଲେ ଭାରତରେ ଘଟିଥିବା ଗୋଟେ ଘଟଣା ତାଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା । ୨୦ ବର୍ଷ ତଳେ ଯେତେବେଳେ ସେ ତାମିଲନାଡୁ ଭ୍ରମଣରେ ଆସିଥିଲେ, ସେଠାରେ ଜଣେ ଜ୍ୟୋତିଷ୍ୟ ତାଙ୍କୁ କହିଥିଲେ ଯେ, ସେ ପୂର୍ବ ଜନ୍ମରେ ହିମାଳୟରେ ରହୁଥିଲେ । ଏଥିସହ ହିନ୍ଦୁ ଆଧ୍ୟାତ୍ମିକତାକୁ ଅନୁସରଣ କରୁଥିଲେ । ଏହାପରେ ସେ ଟୋକିଓ ଫେରି ଯାଇଥିଲେ । ସେଠାରେ ସେ ଏକ ସ୍ବପ୍ନ ଦେଖିଥିଲେ । ସ୍ଵପ୍ନରେ ସେ ହିମାଚଳରେ ନିଜ ପୂର୍ବଜନ୍ମର କଥା ଦେଖିଥିଲେ । ଏହାପରେ ତାଙ୍କ ଜୀବନ ପରିବର୍ତ୍ତନ ହୋଇଥିଲା । ସେ ନିଜ ଘରକୁ ଶିବଙ୍କ ମନ୍ଦିର ଭଳି ତିଆରି କରିଥିଲେ । ବର୍ତ୍ତମାନ ସେ ଟୋକିଓରେ ରହୁଛନ୍ତି, କିନ୍ତୁ ଅଧିକାଂଶ ସମୟ ଉତ୍ତରାଖଣ୍ଡ ଦେବଭୂମିରେ ବିତାଇଥାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Businessman leaves luxurious life to become shiva devote | Argus News