ଭାରତୀୟ ବଜାରରେ କମିଲା ସୁନା ଦର; ଜଲଦି କିଣନ୍ତୁ ଅଳଙ୍କାର

ଅର୍ଗସ ବ୍ୟୁରୋ: ବାହାଘର ସିଜିନ୍ ପାଖେଇ ଆସୁଥିବା ବେଳେ ସୁନା ବଜାରରେ ନିଆଁ ଗ୍ରାହକଙ୍କୁ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ହେଉଥିଲା । ସୁନା ଓ ରୂପା ଦର ଗତ କିଛି ମାସ ତଳେ ବୃଦ୍ଧି ପାଇବାରେ ଲାଗିଥିଲା। ସୁନା ୧୦ ଗ୍ରାମକୁ ୪୦ହଜାର ଟଙ୍କା ପାର କରିଥିଲା। ଏବେ କିନ୍ତୁ ଗତ କିଛି ସପ୍ତାହ ହେବ ଉଭୟ ସୁନା ଓ ରୂପା ଦର ହ୍ରାସ ପାଇବାରେ ଲାଗିଛି। ସୁନାର ଦର ଦେଖି ଗ୍ରାହକ ଚିନ୍ତାରେ ଥିବା ବେଳେ ଏବେ ଆଶ୍ବସ୍ତି ଆଣିଛି ସୁନା ବଜାରର ଦର । ସୁନା ଦର ମୋଟ ୧୮୦୦ ଟଙ୍କା ହ୍ରାସ ପାଇଛି । ତେବେ ପୂର୍ବରୁ ରାଜଧାନୀ ଭୁବନେଶ୍ଵରରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍କୁ ଦର ୭୩, ୮୦୦ ଟଙ୍କାରେ ବିକ୍ରି ହୋଉଥିବା ବେଳେ ଏବେ ୨୨ କ୍ୟାରେଟ ଦର ରହିଛି ୭୨ ହଜାର ।
ସେହିପରି ୨୪ କ୍ୟାରେଟ ସୁନା ଦର ଗ୍ରାମ ପ୍ରତି ୮ ହଜାର ୫୨ ଟଙ୍କାରେ ବିକ୍ରି ହେଉଥିବା ବେଳେ ୨୨ କ୍ୟାରେଟ ୭ ହଜାର ୨୦୮୨ ଟଙ୍କା ରହିଛି । ତେବେ ଗତ ସପ୍ତାହରେ ୧.୩୭ ପ୍ରତିଶତ ସୁନା ଦର କମିଥିବା ବେଳେ ଗତ ମାସ ଅପେକ୍ଷା ୩.୪୮ ପ୍ରତିଶତକୁ ହ୍ରାସ ପାଇଛି ।
ସେହିପରି ଜାତୀୟ ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ ସୁନାକୁ ୧୦ ଗ୍ରାମ ପିଛା ୮୦,୫୨୩ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୮୦,୪୧୩ ଟଙ୍କାରେ ବିକ୍ରି ହେଉଛି । ତେବେ ଗତ ସପ୍ତାହମାନଙ୍କରେ ଦିଲ୍ଲୀରେ ୨୪ କ୍ୟାରେଟ ସୁନା ଦର ୮୧, ୫୧୩ ଟଙ୍କା ଛୁଇଁଥିଲା । ସେହିପରି ମୁମ୍ବାଇରେ ଏବେ ୨୪ କ୍ୟାରେଟ ସୁନା ଦର ୮୦, ୩୭୭ ରହିଛି ।
📱 Get Argus News App
✨