Videos
|
National

Byjus Founder Jail Term / କୋର୍ଟଙ୍କ ନିର୍ଦ୍ଦେଶ: ୬ ମାସର ଜେଲଦଣ୍ଡ ସହ ୬୭ ଲକ୍ଷ ଜରିମାନା 'ବାଇଜୁ' ପ୍ରତିଷ୍ଠାତାଙ୍କ ଉପରେ

Banajyotshna Ray
Browse all articles by Banajyotshna Ray
·3 months ago·2 min read
କୋର୍ଟଙ୍କ ନିର୍ଦ୍ଦେଶ: ୬ ମାସର ଜେଲଦଣ୍ଡ ସହ ୬୭ ଲକ୍ଷ ଜରିମାନା 'ବାଇଜୁ' ପ୍ରତିଷ୍ଠାତାଙ୍କ ଉପରେ
Byjus Founder Jail Term

Key Points

ସିଙ୍ଗାପୁର କୋର୍ଟଙ୍କ ନିର୍ଦ୍ଦେଶ
'ବାଇଜୁ’ ପ୍ରତିଷ୍ଠାତାଙ୍କୁ ୬ ମାସର ଜେଲଦଣ୍ଡ


'ବାଇଜୁ' ପ୍ରତିଷ୍ଠାତାଙ୍କୁ ଜେଲଦଣ୍ଡ। ସେ ପୁଣି ୬ ମାସ ଜେଲଦଣ୍ଡ। ଏହାସହ ୬୭ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଇଛନ୍ତି କୋର୍ଟ। ରବିନ୍ଦ୍ରନ୍ ତାଙ୍କର କମ୍ପାନି, ଥିଙ୍କ୍ ଆଣ୍ଡ୍ ଲର୍ଣ୍ଣ ପ୍ରାଇଭେଟ୍ ଲିମିଟେଡ୍ ଆରମ୍ଭ କରିଥିଲେ। ଯାହା ସାରା ବିଶ୍ୱରେ ବାଇଜୁସ ନାମରେ ପରିଚିତ ହୋଇଥିଲା। ଏଥିପାଇଁ ତାଙ୍କୁ ଏକଦା ଭାରତର ସବୁଠାରୁ ସଫଳ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଉଥିଲା ଦେଶର ପ୍ରଥମ ବଡ଼ ଟେକ୍ ଏଜୁକେସନ କମ୍ପାନି ‘ବାଇଜୁ’ର ମାଲିକ ବାଇଜୁ ରବିନ୍ଦ୍ରନଙ୍କୁ ସିଙ୍ଗାପୁରର ଏକ କୋର୍ଟ ୬ ମାସର ଜେଲ ଦଣ୍ଡ ଶୁଣାଇଛନ୍ତି। କମ୍ପାନିର ଭୟଙ୍କର ପରିସ୍ଥିତି ଏହାର କର୍ମଚାରୀମାନଙ୍କୁ ମଧ୍ୟ ପ୍ରଭାବିତ କରିଛି। କିଛି ମାସ ଧରି ଦରମା ବନ୍ଦ ରଖାଯାଇଛି ଏବଂ ବ୍ୟାପକ ଛଟେଇ କରାଯାଇଛି।

ନିବେଶକମାନେ ବିଶ୍ୱାସ ହରାଇବା ପରେ, ଫୋର୍ବସ୍ ବାଇଜୁ ରବିନ୍ଦ୍ରନଙ୍କ ନେଟ୍ ସମ୍ପତ୍ତି ଶୂନ୍ୟ ବୋଲି ଘୋଷଣା କରିଛି। କୋର୍ଟ କହିଛନ୍ତି ରବିନ୍ଦ୍ରନ ନିଜ ସମ୍ପତ୍ତି ସହ ଜଡ଼ିତ ଜରୁରୀ ନଥିପତ୍ର ଲୁଚାଇବା ସହ ଅଦାଲତଙ୍କ ଆଦେଶ ଅବମାନନା କରିଛନ୍ତି।ଏହାସହ କୋର୍ଟ ରବିବନ୍ଦ୍ରନଙ୍କୁ ତୁରନ୍ତ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ କହିଛନ୍ତି।ବିସିସିଆଇର ୧୫୮ କୋଟି ଟଙ୍କା ବକେୟା ପୈଠ ନକରିଥିବା ଅଭିଯୋଗରେ ହିଁ ମାମଲା ଆରମ୍ଭ ହୋଇଥିଲା। ନିର୍ଦ୍ଦେଶ ପାଳନ କରିବାରେ ବିଫଳ ହେବା ଅଭିଯୋଗରେ କୋର୍ଟ ଅବମାନନା ପାଇଁ ଛଅ ମାସର ଜେଲଦଣ୍ଡ ଶୁଣାଣି କରିଛନ୍ତି। ପରେ ବାଇଜୁର ପ୍ରତିଷ୍ଠାତା ବାଇଜୁ ରବିନ୍ଦ୍ରନଙ୍କୁ 15 ଜୁନରେ ସିଙ୍ଗାପୁର କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।''ରବିନ୍ଦ୍ରନ ଏହି ନିଷ୍ପତ୍ତିକୁ "ପ୍ରଣାଳୀଗତ" ବୋଲି ବର୍ଣ୍ଣନା କରିଛନ୍ତି, ଏହି ଆଦେଶକୁ ଖାରଜ କରିଛନ୍ତି ଏବଂ କହିଛନ୍ତି ଯେ, ସେ ଏକ ଅପିଲ୍ ମାଧ୍ୟମରେ ରାୟକୁ ଚ୍ୟାଲେଞ୍ଜ କରିବେ।

"ସିଙ୍ଗାପୁର କୋର୍ଟଙ୍କ ଅନୁସାରେ, ରବିନ୍ଦ୍ରନ ଏପ୍ରିଲ ୨୦୨୪ରୁ ଲଗାତାର ନିଜ ସମ୍ପତ୍ତି ସହ ଜଡ଼ିତ ସୂଚନା ଦେବାର ଆଦେଶକୁ ଅଣଦେଖା କରୁଥିଲେ। ଆଉ ବାରମ୍ବାର ଅଦାଲତଙ୍କ ଆଦେଶର ଉଲ୍ଲଘଂନ କରିବା ଯୋଗୁ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହାସହ 15 ଜୁନରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।''ରାୟ ପରେ ଏକ ପୋଷ୍ଟରେ ରବିନ୍ଦ୍ରନ୍ କହିଛନ୍ତି ଯେ, GLAS ଟ୍ରଷ୍ଟ ଏବଂ କାତାର ନିବେଶ କର୍ତ୍ତୃପକ୍ଷ ସମେତ ଋଣଦାତା ଏବଂ ନିବେଶକଙ୍କ ସହିତ ବିବାଦ ସମାଧାନ ପାଇଁ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ ସଦ୍ୟତମ ଆଇନଗତ ପଦକ୍ଷେପକୁ ଏକ ଅନାବଶ୍ୟକ ବୃଦ୍ଧି ବୋଲି କହିଛନ୍ତି।''

"GLAS ଟ୍ରଷ୍ଟ ଏବଂ QIA ସମେତ ଋଣଦାତାମାନେ, ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ, ପ୍ରତିଷ୍ଠାତା ଏବଂ ଅନ୍ୟାନ୍ୟ ପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି। ନୀତିଗତ ଭାବରେ ଏକ ସମାଧାନ ପାଇଁ ସହମତ ହୋଇଛି, କିଛି ପକ୍ଷଙ୍କ ମଧ୍ୟରେ କେବଳ କିଛି ଛୋଟ ଛୋଟ ପ୍ରସଙ୍ଗ ଚୂଡ଼ାନ୍ତ ହେବାକୁ ବାକି ଅଛି। ସେହି ବାକି ପ୍ରସଙ୍ଗଗୁଡ଼ିକରେ ମୋର କୌଣସି ଭୂମିକା ନାହିଁ," ରବିନ୍ଦ୍ରନ କହିଛନ୍ତି, ସେ ଆହୁରି ମଧ୍ୟ କହିଛନ୍ତି ଯେ ସାମ୍ପ୍ରତିକ ସିଙ୍ଗାପୁର କୋର୍ଟ କାର୍ଯ୍ୟପନ୍ଥାକୁ ଏପରି ଭାବରେ ଅନୁସରଣ ଏବଂ ଚିତ୍ରଣ କରିଛନ୍ତି ଯାହା ତାଙ୍କ ଅନୁସାରେ ତାଙ୍କ ବିଷୟରେ ଏକ ଭ୍ରାମକ ଧାରଣା ସୃଷ୍ଟି କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
.ଜେଲଦଣ୍ଡ ସହ ୬୭ ଲକ୍ଷ ଟଙ୍କା ଜରିମାନା ସଜା:

ସଜା ସହ ରବିନ୍ଦ୍ରନଙ୍କ ଉପରେ ୯୦ ହଜାର ସିଙ୍ଗାପୁର ଡଲାର ବା ପ୍ରାୟ ୬୭ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି। ତାଙ୍କୁ ଏହି ଟଙ୍କା ଲିଗାଲ କଷ୍ଟ୍ ଭାବରେ ଦେବାକୁ ପଡ଼ିବ।

ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics

Explore more stories