Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମେକ୍ ଇନ୍ ଇଣ୍ଡିଆ ମେଡ୍ ଫର ୱାର୍ଲ୍ଡ ଏବେ ଦେଶରେ ବନିବ C-295 ଏୟାରକ୍ରାପ୍ଟ

Smruti Parija
Browse all articles by Smruti Parija
·1 year ago·2 min read
ମେକ୍ ଇନ୍ ଇଣ୍ଡିଆ ମେଡ୍ ଫର ୱାର୍ଲ୍ଡ  ଏବେ ଦେଶରେ ବନିବ C-295 ଏୟାରକ୍ରାପ୍ଟ

ଅର୍ଗସ ବ୍ୟୁରୋ: ଯବାନଙ୍କ କାନ୍ଧରେ ଦେଶ ସୁରକ୍ଷାର ଭାର। ଆତ୍ମନିର୍ଭର ଭାରତରେ ସ୍ବଦେଶୀ ଜ୍ଞାନୀକୌଶଳରେ ପ୍ରସ୍ତୁତ ହେଉଥିବା ପ୍ରତିରକ୍ଷା ଉପକରଣ ଆମ ଯବାନଙ୍କ ଶକ୍ତି ଓ ସାମର୍ଥ୍ୟକୁ ଦୁଇଗୁଣିତ କରୁଛନ୍ତି। ଏହି ରେସରେ ଏବେ ସାମିଲ ହୋଇଛି ଆଉ ଏକ ପ୍ରତିରକ୍ଷା ଦିଗରେ ବହୁଳ ବ୍ୟବହାର ହେଉଥିବା ଟ୍ରାନ୍ସପୋର୍ଟ ଏୟାରକ୍ରାପ୍ଟ କ୍ୟାରିୟର୍ C-295 ଏୟାରକ୍ରାପ୍ଟ। ଏବେ ଭାରତରେ ବନିବ ଏହି ବିଦେଶୀ ବିମାନ। ଟାଟା ଗ୍ରୁପକୁ ମିଳିଛି ଏହାର ନିର୍ମାଣ ଭାର। ଗୁଜୁରାଟର ଭଦୋଦରାରେ ସ୍ପେନର ଏୟାରବସ୍ କମ୍ପାନୀ ସହ ମିଶି ଏହି ସାମରିକ ବିମାନ ପ୍ରସ୍ତୁତ କରିବ ଟାଟା ଆଡଭାନ୍ସଡ୍ ସିଷ୍ଟମ ଲିମିଟେଡ୍। ଯାହାର ପ୍ରଥମ ଏୟାରକ୍ରାଫ୍ଟ କମ୍ପ୍ଲେକ୍ସର ଆଜି ଶୁଭ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍।

ଏହା ଭାରତ ଓ ସ୍ପେନର ସମ୍ପର୍କକୁ ଆହୁରି ସୁଦୃଢ କରିବ ବୋଲି ମୋଦି କହିଛନ୍ତି। ଭାରତରେ C-295 ଏୟାରକ୍ରାପ୍ଟର ନିର୍ମାଣ ମେଡ୍ ଇନ ଇଣ୍ଡିଆ ମେଡ୍ ଫର୍ ଦ ୱାର୍ଲ୍ଡ ମିଶନକୁ ଶକ୍ତି ଯୋଗାଉଛି। ଏହା ନୂଆ ଭାରତର ନୂଆ ୱାର୍କ କଲ୍ଚରକୁ ପ୍ରଦର୍ଶିତ କରୁଛି। ପ୍ଲାନିଂ ଏବଂ ଏଗଜିକ୍ୟୁସନରେ ଅନାବଶ୍ୟକ ଡେରି ନକରିବା ପ୍ରଗତିକୁ ଗତି ଦେଇହୁଏ। ଯାହା ଆମ ପ୍ରତିରକ୍ଷା କ୍ଷେତ୍ରକୁ ଆହୁରି ସୁଦୃଢ କରୁଥିବା କହିଛନ୍ତି ପିଏମ ମୋଦି ।

C-295 ଏୟାରକ୍ରାପ୍ଟ ଏକ ଟ୍ରାନ୍ସପୋର୍ଟ ଏୟାରକ୍ରାପ୍ଟ। ଏହା ଏକ ମଲ୍ଟିରୋଲ-ଟାକ୍ଟିକାଲ ଏୟାର ଲିପ୍ଟର୍। ବିଭିନ୍ନ ଅପରେସନ୍ ଯେମିତିକି ଲଜିଷ୍ଟିକ୍, ରେସକ୍ୟୁ ଏବଂ ସପୋର୍ଟ ମିଶନରେ ଏହା ଅନ୍ୟ ବିମାନ ଅପେକ୍ଷା ଯଥେଷ୍ଟ ଦକ୍ଷ। ଯାହା ପ୍ରତିକୂଳ ପାଗ ଓ ପରିସ୍ଥିତିରେ ବି ଯବାନଙ୍କୁ ନିକ ଲକ୍ଷ୍ୟ ପୂରଣରେ ଅନେକ ସହାୟକ କରିବ। ଏହାର ନାମରେ ଥିବା Cର ଅର୍ଥ ହେଉଛି କାସା। ଯାହା ଏହାର ପ୍ରସ୍ତୁତକାରୀ କମ୍ପାନୀକୁ ଦର୍ଶାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

2 ଏହାର ଦୁଇଟି ଇଞ୍ଜିନକୁ ଦର୍ଶାଉଥିବା ବେଳେ  95 ଏହାର 9.5 ଟନର ପେଲୋଡ୍ କାପାସିଟିକୁ ଦର୍ଶାଉଛି। ଏହି କମ୍ବାକ୍ଟ ପ୍ରୁଭେନ୍ ଏୟାରକ୍ରାପ୍ଟକୁ ଦୁଇ ବର୍ଷ ଧରି ବିନା ରୋକଟୋକରେ କୌଣସି ବି ପ୍ରତିକୂଳ ପରିସ୍ଥିତିରେ ଡିପ୍ଲଏ କରାଯାଇ ପାରିବ। ମାସକରେ ଏହା 100 ଘଣ୍ଟାର ଉଡ଼ାଣ ଭରିବାକୁ ସକ୍ଷମ। ଇରାକ ଓ ଆଫଗାନିସ୍ତାନର ଚ୍ୟାଲେଞ୍ଜିଂ ପାଣିପାଗରେ ଏହା ନିଜର କ୍ଷମତାକୁ ପ୍ରତିପାଦିତ କରିଛି। ଦୁର୍ଗମ ଅଞ୍ଚଳକୁ ଯବାନଙ୍କୁ ନେବା ଆଣିବା ସହ, ବିପତ୍ତି ସମୟରେ ନାଗରିକଙ୍କ ରେସ୍କ୍ୟୁ ଅପରେସନରେ ମଧ୍ୟ ଅନେକାଂଶରେ ସହାୟକ ହେବ ଏହି କମ୍ବାକ୍ଟ ପ୍ରୁଭେନ୍ ଏୟାରକ୍ରାପ୍ଟ। 

ଦେଶରେ ପ୍ରଥମ ଥର ଲାଗି ଯବାନଙ୍କ ପାଇଁ ସାମରିକ ବିମାନ ନିର୍ମାଣ କରିବାକୁ ଯାଉଛି କୌଣସି ବେସରକାରୀ ସଂସ୍ଥା। ଏହି ଭଳି 56ଟି ବିମାନ କିଣିବା ନେଇ ସ୍ପେନର ଏୟାରବସ୍ ଡିଫେନ୍ସ ଏବଂ Space SA ମଧ୍ୟରେ ୨୪ ସେପ୍ଟେମ୍ବର ୨୦୨୧ରେ ଚୁକ୍ତି ସ୍ୱାକ୍ଷରିତ କରିଥିଲା ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ। ୨୧,୯୩୫ କୋଟି ଟଙ୍କାରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଥିବା ବେଳେ ଏଥିରେ ନିଷ୍ପତ୍ତି ହୋଇଥିଲା ଯେ ସ୍ପେନରୁ ଉଡ଼ନ୍ତା ଅବସ୍ଥାରେ 16ଟି ବିମାନ ଭାରତ ଆସିବ, ଏବଂ ବଳକା 40ଟି ବିମାନ ଭାରତରେ ହିଁ ଆସେମ୍ବଲ ହେବ।

ଏବେ ସୁଦ୍ଧା ସ୍ପେନର ଏୟାରବସ୍ ଡିଫେନସ୍ ଭାରତକୁ 6ଟି ମ-295 ଏୟାରକ୍ରାପ୍ଟ ପ୍ରଦାନ କରିସାରିଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଆଉ ଏକ ବିମାନ ଯୋଗାଇଦେବ। ସେପ୍ଟେମ୍ବର ୨୦୨୩ରେ ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଥିଲା ପ୍ରଥମ C-295 ଏୟାରକ୍ରାପ୍ଟକୁ । 2025 ଅଗଷ୍ଟ ସୁଦ୍ଧା ଭାରତକୁ ମିଳିବାକୁ ଯାଉଛି 16ଟି ଯାକ C-295 ଏୟାରକ୍ରାପ୍ଟ। ସେପଟେ 2026 ସୁଦ୍ଧା ଯବାନଙ୍କୁ ମିଳିବ ଭାରତରେ ବନିଥିବା ମେଡ୍ ଇନ ଇଣ୍ଡିଆ ପ୍ରଥମ C-295 ଏୟାରକ୍ରାପ୍ଟ। 2031 ସୁଦ୍ଧା ବଳକା 39ଟି ମେଡ୍ ଇନ ଇଣ୍ଡିଆ C-295 ଏୟାରକ୍ରାପ୍ଟ ନିର୍ମାଣ ମଧ୍ୟ ଶେଷ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।
 

Sponsored
C295 First Made-In-India Aircraft To Roll Out From September 2026 | Argus News