Cabinet Decision / ଖୁସି ଖବର, ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର ଦଶହରା ବୋନସ୍

Key Points
ଦଶହରା ପୂର୍ବରୁ ଆଗୁଆ ମିଳିବ ବୋନସ୍
ଉପକୃତ ହେବେ ୧୦ ଲକ୍ଷ ୯୧ ହଜାର ରେଳ କର୍ମଚାରୀ
୭୮ ଦିନର ପାଇବେ PLB(productivity linked bonus) ବୋନସ
ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର । ଦଶହରା ପୂର୍ବରୁ ଆଗୁଆ ମିଳିବ ବୋନସ୍ । ଉପକୃତ ହେବେ ୧୦ ଲକ୍ଷ ୯୧ ହଜାର ରେଳ କର୍ମଚାରୀ । ୭୮ ଦିନର ପାଇବେ PLB(productivity linked bonus) ବୋନସ । ଏଥିପାଇଁ ଖର୍ଚ୍ଚ ହେବ ୧୮୬୫.୬୮ କୋଟି ଟଙ୍କା । ବୁଧବାର କେନ୍ଦ୍ର କ୍ୟାବିନେଟ ୧୦,୯୧,୧୪୬ ରେଳ କର୍ମଚାରୀଙ୍କୁ ୭୮ ଦିନର (PLB) ବୋନସ୍ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।
ଗତ ବର୍ଷ କେତେ ବୋନସ୍ ମିଳିଥିଲା?
ପ୍ରତିବର୍ଷ ଦୂର୍ଗାପୂଜା/ଦଶହରା ପାଇଁ ରେଳ କର୍ମଚାରୀଙ୍କୁ PLB ବୋନସ ମିଳିଥାଏ । ଗତ ବର୍ଷ ମଧ୍ୟ ରେଳ କର୍ମଚାରୀମାନେ ୭୮ ଦିନ ପାଇଁ ବୋନସ୍ ପାଇଥିଲେ । ଗତ ବର୍ଷ ୧୧,୭୨,୨୪୦ ରେଳ କର୍ମଚାରୀ ଉପକୃତ ହୋଇଥିଲେ । ଏଥିପାଇଁ ରେଳବାଇକୁ ଖର୍ଚ୍ଚ କରିବାକୁ ପଡିଥିଲା୨,୦୨୮.୫୭ କୋଟି ଟଙ୍କା ।
PLB ବୋନସ ଇନସେଣ୍ଟିଭ୍ ଆକାରରେ ରେଳ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିବାକୁ ଦିଆଯାଏ । ରେଳବାଇର କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା ପାଇଁ ପ୍ରତିବର୍ଷ PLB ବୋନସ ଦେଇଥାନ୍ତି ସରକାର।
ଆହୁରି ପଢନ୍ତୁ କେନ୍ଦ୍ର କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି, ଡାକ୍ତରୀ ପଢ଼ିବା ଆଶାୟୀଙ୍କ ପାଇଁ ନୂଆ ସୁଯୋଗ
📱 Get Argus News App
✨"ପ୍ରତ୍ୟେକ ଯୋଗ୍ୟ ରେଳ କର୍ମଚାରୀଙ୍କ ପାଇଁ ସର୍ବାଧିକ ଦେୟ ପରିମାଣ 78 ଦିନର ପାରିଶ୍ରମିକ ହେଉଛି ₹17,951 ଟଙ୍କା । ଯାହା ବିଭିନ୍ନ ବର୍ଗର ରେଳ କର୍ମଚାରୀଙ୍କୁ ପ୍ରଦାନ କରାଯିବ । ଯେପରିକି ଟ୍ରାକ୍ ରକ୍ଷଣାବେକ୍ଷଣକାରୀ, ଲୋକୋ ପାଇଲଟ୍, ଟ୍ରେନ୍ ମ୍ୟାନେଜର (ଗାର୍ଡ), ଷ୍ଟେସନ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ୍, ଟେକ୍ନିସିଆନ୍ ସହାୟକ, ପଏଣ୍ଟସମ୍ୟାନ୍, ମନ୍ତ୍ରୀସ୍ତରୀୟ କର୍ମଚାରୀ ଏବଂ ଅନ୍ୟାନ୍ୟ ଗ୍ରୁପ୍ 'ସି' କର୍ମଚାରୀ" ।
2024-25 ବର୍ଷରେ ରେଳବାଇର ପ୍ରଦର୍ଶନ ବହୁତ ଭଲ ଥିଲା । ରେଳବାଇ 1,614.90 ନିୟୁତ ଟନ୍ ର ମାଲପରିବହନ କରିଥିଲା ଏବଂ ପ୍ରାୟ 7.3 ବିଲିୟନ ଯାତ୍ରୀଙ୍କୁ ପରିବହନ କରିଥିବା ନେଇ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ।
ବଜାରକୁ ପ୍ରୋତ୍ସାହନ ମିଳିବ
ବଜାର ବିଶେଷଜ୍ଞମାନେ କହିଛନ୍ତି ଯେ ପାର୍ବଣ ଋତୁରେ ରେଳ କର୍ମଚାରୀଙ୍କୁ ସରକାରଙ୍କ ବୋନସ ଦେବା ପରେ ଆହୁରି ମୁନାଫା ହେବ । ରେଳ କର୍ମଚାରୀମାନେ ନିଜ ପାଇଁ ଏବଂ ସେମାନଙ୍କ ପିଲାମାନଙ୍କ ପାଇଁ ପୋଷାକ, ଜୋତା ଏବଂ ଅନ୍ୟାନ୍ୟ ଜିନିଷ କିଣା କିଣି କରିବା ପାଇଁ 1,900 କୋଟି ବଣ୍ଟା ଯିବ । ରେଳ କର୍ମଚାରୀ ମଧ୍ୟ ଏହାର ଫାଇଦା ଉଠାଇ ପାରିବେ ।
ସେହିପରି ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସରକାରୀ ମେଡିକାଲ୍ କଲେଜଗୁଡ଼ିକୁ ସୁଦୃଢ଼ ଏବଂ ଆଧୁନିକୀକରଣ ପାଇଁ ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାର ତୃତୀୟ ପର୍ଯ୍ୟାୟକୁ ଅନୁମୋଦନ ମିଳିଛି। ଏହି ଯୋଜନା ଅଧୀନରେ, ୫୦୨୩ MBBS ସିଟ୍ ବୃଦ୍ଧି କରାଯିବ । ଖାଲି ସେତିକି ନୁହେଁ ପ୍ରତି ସିଟ୍ ପାଇଁ ସରକାରୀ ଖର୍ଚ୍ଚ ସୀମା ₹1.50 କୋଟିକୁ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ଦ୍ୱାରା ସାରା ଦେଶରେ ମେଡିକାଲ୍ କଲେଜଗୁଡ଼ିକରେ MBBS ଏବଂ PG ସିଟ୍ ସଂଖ୍ୟା ବୃଦ୍ଧି ପାଇବ।
Related Topics
Explore more stories