Good News For Government Employee / ବଢ଼ିଲା ପେନ୍ସନ ! ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର

Key Points
ଅଷ୍ଟମ ବେତନ କମିଶନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନର ସର୍ତ୍ତାବଳୀକୁ ମଞ୍ଜୁରୀ ଦେଇଛି । ଜାନୁଆରୀ ୨୦୨୬ରୁ ଅଷ୍ଟମ ବେତନ କମିଶନ ଲାଗୁ ହେବା ସମ୍ଭାବନା ରହିଛି ।
ସରକାର କମିଶନର ଗଠନ, କାର୍ଯ୍ୟାଦେଶ ଏବଂ ସମୟସୀମାକୁ ଚୂଡ଼ାନ୍ତ କରିସାରିଥିବା କ୍ୟାବିନେଟେ ବୈଠକ ପରେ ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ୟାନେଲ ୧୮ ମାସ ମଧ୍ୟରେ ତାଙ୍କର ସୁପାରିଶ ଦାଖଲ କରିବ ଏବଂ ସଂଶୋଧିତ ଦରମା ଗଠନ ୧ ଜାନୁଆରୀ, ୨୦୨୬ରୁ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି।
ଅଷ୍ଟମ ବେତନ କମିଶନ ଲାଗୁ ହେଲେ ପ୍ରାୟ ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ଅବସରପ୍ରାପ୍ତ ୬୯ ଲକ୍ଷ କର୍ମଚାରୀଙ୍କ ଦରମା, ଭତ୍ତା ଏବଂ ପେନସନ ବୃଦ୍ଧି ପାଇବ । ପୂର୍ବ ସପ୍ତମ ସିପିସି ୨୦୧୬ରେ କାର୍ଯ୍ୟକାରୀ ହୋଇଥିଲା। ମୁଦ୍ରାସ୍ଫୀତି, ଜୀବନଯାପନ ଖର୍ଚ୍ଚରେ ପରିବର୍ତ୍ତନ ହୋଇଥିବାରୁ କର୍ମଚାରୀ ସଂଘଗୁଡ଼ିକ ଏହାର ସମୀକ୍ଷା ପାଇଁ ଦାବି କରିଆସୁଥିଲେ ।
କେନ୍ଦ୍ର କ୍ୟାବିନେଟ ବୈଠକରେ ସାର ସବସିଡି ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି । ୨୦୨୫-୨୬ ରବି ଋତୁ ପାଇଁ ଫସଫେଟିକ୍ ଓ ପଟାସିକ୍ ସାର ଉପରେ ପୁଷ୍ଟିକର ତତ୍ତ୍ୱ ଆଧାରିତ ସବସିଡି ହାରକୁ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ । ଏଥିପାଇଁ ପ୍ରାୟ ୩୭ ହଜାର ୯୫୨କୋଟି ଟଙ୍କାର ସବସିଡି ମଞ୍ଜୁରୀ ହୋଇଛି । ଏହି ହାର ୧ ଅକ୍ଟୋବରରୁ ଲାଗୁ ହେବ। ଏହି ପଦକ୍ଷେପ ଚାଷୀଙ୍କୁ ସୁଲଭ ଓ ଉଚିତ ମୂଲ୍ୟରେ ସାର ଉପଲବ୍ଧତା ସୁନିଶ୍ଚିତ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
NC-JCM (ଷ୍ଟାଫ୍ ସାଇଡ୍) ସଚିବ ଶିବ ଗୋପାଳ ମିଶ୍ର କହିଛନ୍ତି ଯେ ଯଦିଓ ୮ମ ବେତନ କମିସନ ଲାଗୁ କରିବାରେ ବିଳମ୍ବ ହୋଇପାରେ, ତଥାପି ଏହାକୁ ୧ ଜାନୁଆରୀ, ୨୦୨୬ରୁ କାର୍ଯ୍ୟକାରୀ ବୋଲି ବିବେଚନା କରାଯିବ। ଏହାର ଅର୍ଥ ହେଉଛି ଯଦି ବିଳମ୍ବ ହୁଏ, ତେବେ ବକେୟା ପାଉଣା ୧ ଜାନୁଆରୀ, ୨୦୨୬ରୁ କର୍ମଚାରୀମାନଙ୍କୁ ଦିଆଯାଇପାରିବ। ଏହି ଖବର ପ୍ରଚାରିତ ହେବା ପରେ ସରକାରୀ କର୍ମଚାରୀଙ୍କ ମନରେ ଖୁସିର ମାହୋଲ । ରିଟାର୍ଡ କରିସାରିଥିବା ଅଧିକାରୀ ମଧ୍ୟ ଖୁସି ବ୍ୟକ୍ତି କରିଛନ୍ତି । ପୂର୍ବରୁ ଯେତିକି ପେନ୍ସନ୍ ମିଳୁଥିଲା ସେତିକିରେ ଅନେକଙ୍କୁ ପରିବାର ଚଳାଇବାରେ କଷ୍ଟ ହେଉଥିଲା କିନ୍ତୁ ଏଣିକି ତାଙ୍କର ପେନ୍ସନ୍ ଅଧିକ ହେବା ପରେ ସମାନେ ଭଲରେ ପରିବାର ପ୍ରତିପୋଷଣ କରିପାରିବେ ବୋଲି ଆଶା ରଖିଛନ୍ତି ।
📱 Get Argus News App
✨Related Topics
Explore more stories