ଉତ୍ତରପ୍ରଦେଶ ସରକାରଙ୍କ କ୍ୟାବିନେଟ୍ ବୈଠକରେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସରକାରଙ୍କ କ୍ୟାବିନେଟ୍ ବୈଠକରେ ବଡ ନିଷ୍ପତ୍ତି। ମହିଳା ଓ ଛୋଟ ପିଲାଙ୍କ ବିରୋଧରେ ଅପରାଧ ମାମଲାରେ ଅଭିଯୁକ୍ତଙ୍କୁ ଏଣିକି ଆଗୁଆ ଜାମିନ୍ ମିଳିବ ନାହିଁ। ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଯୋଗୀ କ୍ୟାବିନେଟ୍ । କେନ୍ଦ୍ର ସରକାରଙ୍କ ନୂଆ ଅପରାଧିକ ଆଇନରେ ଆଗୁଆ ଜାମିନ ବ୍ୟବସ୍ଥା ଥିବା ବେଳେ ରାଜ୍ୟ ସରକାର ଏଥିରେ ସଂଶୋଧନ ଅଧ୍ୟାଦେଶ ଆଣିଛନ୍ତି। ଏହାକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ରାଜ୍ୟପାଳଙ୍କ ସହମତି ପରେ ଗୃହବିଭାଗ ଏନେଇ ଅଧିସୂଚନା ଜାରି କରିବ। ବିଶେଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଏଥିରେ ସଂଶୋଧନ କରିଛନ୍ତି ।
ଆଗୁଆ ଜାମିନ ନ ମିଳିବା ଫଳରେ ଯୌନ ଶୋଷଣ ମାମଲାରେ ଅଭିଯୁକ୍ତମାନଙ୍କ ମେଡିକାଲର ଯାଞ୍ଚ ଜଲଦି ହୋଇପାରିବ । ଏହାଛଡା ପୀଡିତା ମହିଳା କିମ୍ବା ପିଲାମାନଙ୍କୁ କୌଣସି ପ୍ରକାର ଭୟ କିମ୍ବା ଚାପର ଶିକାର ହେବାକୁ ପଡିବ ନାହିଁ। ଏହି ନୂଆ ଅଧ୍ୟାଦେଶରେ ଦେଶ କିମ୍ବା ସରକାର ବିରୋଧୀ ଗତିବିଧି, ଅବୈଧ ଧର୍ମାନ୍ତରୀକରଣ, ମାଦକ ଦ୍ରବ୍ୟର ଚୋରା ଚାଲାଣ, ସଂଗଠିତ ଅପରାଧ, ଅଫିସିଆଲ୍ ସିକ୍ରେଟ ଆକ୍ଟକୁ ମଧ୍ୟ ସାମିଲ୍ କରାଯାଇଛି । ଏ ସବୁ ଅପରାଧରେ ମଧ୍ୟ ଅଭିଯୁକ୍ତଙ୍କୁ ଆଗୁଆ ଜାମିନ୍ ମିଳିବ ନାହିଁ।
ଅଧିକ ପଢନ୍ତୁ ଭାରତ ଖବର